Posted inଖେଳ

୪୫ ବର୍ଷ ପୂର୍ବେ ଏକମାତ୍ର ବିଶ୍ୱକପ୍‌ ଜିତିଥିଲା ଭାରତ

ନୂଆଦିଲ୍ଲୀ,୧୬।୩(ପି.ଟି.)- ଚାରି ଦଶନ୍ଧି ପୂର୍ବେ ଭାରତୀୟ ହକି ଦଳ ଆଜିର ଦିନରେ ତା’ର ଏକମାତ୍ର ବିଶ୍ୱକପ୍‌ ଜିତିଥିଲା। ଏହା ଭାରତୀୟ ହକି ଦଳର ଏକ ଜାଜ୍ୱଲ୍ୟମୟ ଅଧ୍ୟାୟ। ୧୯୭୫ରେ ବିଶ୍ୱକପ୍‌ ଚାମ୍ପିୟନ ହେବା ପୂର୍ବରୁ ଭାରତକୁ ୧୯୭୩ ସଂସ୍କରଣର ଫାଇନାଲରେ ହୃଦୟବିଦାରକ ପରାଜୟ ମିଳିଥିଲା। ଅଜିତ ପାଲ ସିଂଙ୍କ ନେତୃତ୍ୱରେ ଭାରତ ମାର୍ଚ୍ଚ ୧୫ ତାରିଖରେ ବିଶ୍ୱକପ୍‌ ଫାଇନାଲରେ ୨-୧ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ କୁଆଲାଲମ୍ପୁରର ମେର୍ଡେକା ଫୁଟବଲ ଷ୍ଟାଡିୟମରେ ଇତିହାସ ରଚିଥିଲା। ଅଶୋକ କୁମାର ଓ ଅସଲମ ଶେର ଖାଁ ସେମିଫାଇନାଲ ଓ ଫାଇନାଲରେ ଷ୍ଟାର ପରଫର୍ମର ଥିଲେ। ‘୧୯୭୩ରେ ଆମେ ବିଶ୍ୱକପ୍‌ ହାତେଇବା ନିକଟତର ହୋଇଥିଲୁ। ଏକଦା ୨-୦ ଗୋଲରେ ଆଗୁଆ ଥିଲୁ। ମୁଁ ଏକ୍ସଟ୍ରା ଟାଇମରେ ଗୋଲ ହାତଛଡ଼ା କରିଥିଲି ଓ ସଡନ ଡେଥରେ ଆମେ ପେନାଲ୍ଟି ଷ୍ଟ୍ରୋକ୍‌ରେ ମିସ କରିଥିଲୁ। ଏହା ହୃଦୟ ବିଦାରକ ଥିଲା। ଏଣୁ ୧୯୭୫ରେ ଆମେ କିଛି ଛାଡ଼ିବାକୁ ଚାହୁଁ ନ ଥିଲୁ ବୋଲି ଫାଇନାଲରେ ବିଜୟସୂଚକ ଗୋଲ କରିଥିବା କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର କହିଛନ୍ତି। ଫାଇନାଲରେ ସ୍କୋର ଦେଇଥିବା ଅସଲମ କହିଛନ୍ତି, ସେହି ଗୋଲ କଦାପି ଭୁଲିପାରିବି ନାହିଁ। ଫାଇନାଲ ଦିନ ଦେଶରେ ଛୁଟି ଘୋଷଣା ହୋଇଥିଲା। ଆମେ ଯୁଆଡ଼େ ଯାଉଥିଲୁ ଲୋକେ ଆମକୁ ବିଶ୍ୱକପ୍‌ ସମ୍ପର୍କରେ ପଚାରୁଥିଲେ। ୪୫ ବର୍ଷ ତଳର ଇତିହାସ ପାଇଁ ଏବେ କେହି ଆମକୁ ଶୁଭେଚ୍ଛା ଜଣାଉନାହାନ୍ତି। ସମସ୍ତେ ଭୁଲଗଲେଣି। ଏଠାରେ କ୍ରିକେଟରଙ୍କୁ ପୂଜା କରନ୍ତି। ହକି ହିରୋଙ୍କୁ ଖୋଜେ କିଏ?


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri