୪୦% ବଢ଼ିବ ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨୬-୪: ଦେଶରେ କ୍ରମାଗତ ଡାଟା ଶସ୍ତା ହେଉଥିବାରୁ ୨୦୨୩ ସୁଦ୍ଧା ଇଣ୍ଟରନେଟ ୟୁଜରଙ୍କ ସଂଖ୍ୟା ପ୍ରାୟ ୪୦କ୍ଷ ବୃଦ୍ଧି ପାଇବ। ସେହିପରି ଏହି ଅବଧି ମଧ୍ୟରେ ସ୍ମାର୍ଟଫୋନଧାରୀଙ୍କ ସଂଖ୍ୟା ମଧ୍ୟ ଦୁଇଗୁଣା ହୋଇଯିବ ବୋଲି ମ୍ୟକିନ୍ସେ ରିପୋର୍ଟରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ, ୨୦୧୩ରୁ ଅଦ୍ୟାବଧି ଡାଟା ଖର୍ଚ୍ଚ ୯୫% ହ୍ରାସ ପାଇଛି। ମୁଖ୍ୟ ଡିଜିଟାଲ କ୍ଷେତ୍ର ୨୦୨୫ ସୁଦ୍ଧା ଦୁଇଗୁଣା ବୃଦ୍ଧି ପାଇ ୩୫୫ରୁ ୪୩୫ ବିଲିୟନ ଡଲାରରେ ପହଞ୍ଚତ୍ୟିବ। ମ୍ୟାକିନ୍ସେ ଗ୍ଲୋବାଲ ଇନ୍‌ଷ୍ଟିଚ୍ୟୁଟ୍‌ ରିପୋର୍ଟ ‘ ଡିଜିଟାଲ ଇଣ୍ଡିଆ-ଟେକ୍ନୋଲୋଜି ଟୁ ଟ୍ରାନ୍ସଫର୍ମ ଏ କନେକ୍ସନ ନେଶନ’ରେ କୁହାଯାଇଛି ଯେ, ଭାରତ ଡିଜିଟାଲ ଉପଭୋକ୍ତାଙ୍କ ଲାଗି ଦ୍ରୁତଗତିରେ ବୃଦ୍ଧି ପାଉଥିବା ବଜାର ମଧ୍ୟରୁ ଅନ୍ୟତମ। ଦେଶରେ ୨୦୧୮ ସୁଦ୍ଧା ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ମାତ୍ର ୫୬ କୋଟି  ଯାହାକି ଚାଇନାଠାରୁ କମ୍‌। ରିପୋର୍ଟ ଅନୁସାରେ ଦେଶରେ ମୋବାଇଲ ଡାଟା ବ୍ୟବହାରକାରୀ ହାରାହାରି ପ୍ରତି ମାସରେ ୮.୩୦ ଜିବି ଡାଟା ବ୍ୟବହାର କରିଥାଆନ୍ତି।  ଚାଇନାରେ ଏହା ୫.୫ଜିବି ହୋଇଥିବା ବେଳେ ଦକ୍ଷିଣ କୋରିଆ ଭଳି ଉନ୍ନତ ଡିଜିଟାଲ ବଜାରରେ ୮ରୁ ୮.୫ ଜିବି ରହିଛି। ରିପୋର୍ଟରେ କୁହାଯାଇଛି ଯେ, ୨୦୧୭ରେ ପରିପକ୍ୱ ଏବଂ ବିକାଶଶୀଳ ବଜାରକୁ ନେଇ ବିଶ୍ଲେଷଣ କରାଯିବାରୁ ଜଣାପଡିଛି ଯେ, ଭାରତ ଅନ୍ୟ କେତେକ ଦେଶ ତୁଳନାରେ ଅଧିକ ଦ୍ରୁତଗତିରେ ଡିଜିଟାଲ ହେଉଛି। ସରକାରଙ୍କ ସହାୟତାରେ ଅର୍ଥନୀତିକୁ ଡିଜିଟାଲ କରାଯାଉଛି। ରିଲାଏନ୍ସ ଜିଓ ଭଳି ଘରୋଇ କମ୍ପାନୀଙ୍କ କାରଣରୁ ଦେଶରେ ୨୦୧୩ରୁ ଡାଟା ଖର୍ଚ୍ଚ ୯୫% ପର୍ଯ୍ୟନ୍ତ କମିଛି ବୋଲି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri