Posted inଜାତୀୟ

୪୦% ବଢ଼ିଛି ଇଣ୍ଟରନେଟ୍‌ ବ୍ୟବହାର

ବେଙ୍ଗାଲୁରୁ, ୧୦।୫: ଭାରତରେ ଗତ ମାର୍ଚ୍ଚରେ ଇଣ୍ଟରନେଟ୍‌ ବ୍ୟବହାର ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଏହି ସମୟରେ ଦେଶର ସମସ୍ତ ପ୍ରମୁଖ ସହରରେ ବିଭିନ୍ନ ପ୍ରକାର ଇଣ୍ଟର୍‌ନେଟ୍‌ ଡାଉନ୍‌ଲୋଡ୍‌, ଅପ୍‌ଲୋଡ୍‌ କରାଯାଇଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି। ୟୁଜରମାନେ ଏହି ମାସରେ ୬୬% ଅଧିକ ଡାଉନ୍‌ଲୋଡ୍‌ କରିଥିବା ବେଳେ ୩୭% ଅଧିକ ଅପ୍‌ଲୋଡ୍‌ କରିଛନ୍ତି। ଭାରତର ଅନ୍ୟତମ ବୃହତ୍‌ ଓୟାର ଇଣ୍ଟରନେଟ୍‌ ସର୍ଭିସ୍‌ ପ୍ରୋଭାଇଡର ‘ଏସିଟି ଫାଇବରନେଟ୍‌’ ପକ୍ଷରୁ ଏଭଳି ତଥ୍ୟ ପ୍ରଦାନ କରାଯାଇଛି। ୨୦୨୦ ଫେବୃୟାରୀରୁ ଏପ୍ରିଲ ମଧ୍ୟରେ ୧୯ ସହରର ଡାଟା ସଂଗ୍ରହ କରାଯାଇ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ମାର୍ଚ୍ଚ ମାସର ନିର୍ଦ୍ଦିଷ୍ଟ ଗୋଟିଏ ଦିନରେ ୯୮.୭% ୟୁଜର୍ସ ଏକକାଳୀନ ଅନ୍‌ଲାଇନ୍‌ରେ ଥିଲେ।
ଗତ ୨ ମାସ ମଧ୍ୟରେ ବିଭିନ୍ନ ସହରବାସୀ ସର୍ବାଧିକ ଇଣ୍ଟରନେଟ୍‌ ଡାଟା କଞ୍ଜମ୍ପ୍‌ସନ କରିଥିବା ଜଣାପଡ଼ିଛି। କରୋନାର ଆଗମନ ସହ ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ଘରେ ରହି ଅଫିସ୍‌ କାମ କରିବା, ଅନ୍‌ଲାଇନ୍‌ ଗେମ୍‌ ଖେଳିବା, ଅନ୍‌ଲାଇନ୍‌ କ୍ଲାସ୍‌ ନେବା, ଭିଡିଓ କନ୍‌ଫରେନ୍ସିଂ କରିବା ଆଦି ଯୋଗୁ ଇଣ୍ଟର୍‌ନେଟ୍‌ ବ୍ୟବହାର ଅହେତୁକ ଭାବେ ବଢ଼ିଥିବା ଆଟ୍ରିଆ କନ୍‌ଭର୍ଜେନ୍ସ ଟେକ୍ନୋଲୋଜି ଲିମିଟେଡ୍‌ର ସିଇଓ ବାଲା ମାଲ୍ଲାଡି ପ୍ରକାଶ କରିଛନ୍ତି।
ଇଣ୍ଟରନେଟ୍‌ ଆଣ୍ଡ ମୋବାଇଲ ଆସୋସିଏଶନ ଅଫ୍‌ ଇଣ୍ଡିଆ(ଆଇଏଏମ୍‌ଏଆଇ)ର ରିପୋର୍ଟ ଅନୁଯାୟୀ, ଭାରତରେ ଏବେ ୫୦୪ ନିୟୁତ ଆକ୍ଟିଭ୍‌ ଇଣ୍ଟରନେଟ୍‌ ୟୁଜର୍ସ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୪% ହେଉଛନ୍ତି ୫ରୁ ୧୧ ବର୍ଷର ପିଲା। ଇଣ୍ଡିଆନ୍‌ ରିଡରଶିପ୍‌ ସର୍ଭେ (ଆଇଆର୍‌ସି) ମୁତାବକ ଭାରତରେ ଥିବା ୭୦% ଆକ୍ଟିଭ୍‌ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ହେଉଛନ୍ତି ଡେଲି ୟୁଜର୍ସ। ଗ୍ରାମାଞ୍ଚଳ ଅପେକ୍ଷା ଭାରତର ସହରାଞ୍ଚଳରେ ଲୋକମାନେ ସମୟ ଅତିବାହିତ କରିବା ଲାଗି ଇଣ୍ଟର୍‌ନେଟ୍‌ ଉପରେ ଅଧିକ ନିର୍ଭର କରିଥାନ୍ତି। ଏବେ ଏହାର ମାତ୍ରା କ୍ରମଶଃ ବଢ଼ି ବଢ଼ି ଚାଲିଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri