୩ ବ୍ଲକ୍‌ର ୫ ଗ୍ରାମ ସିଲ୍‌

ଯାଜପୁର ଅଫିସ,୨୧ା୪: ରାଜ୍ୟରେ ସୋମବାର ଚିହ୍ନଟ ହୋଇଥିବା ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ଜଣ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ ବିରଜାପୁର ଗ୍ରାମ ପଞ୍ଚାୟତର ରାମବାଗ-କୋଦେଇବାଟି, ଯାଜପୁର ବ୍ଲକର ବାସୁଦେବପୁର ପଞ୍ଚାୟତ ବାସୁଦେବପୁର, ମାର୍କଣ୍ଡପୁର ପଞ୍ଚାୟତର ମାର୍କଣ୍ଡପୁର ଓ ପଣସା ପଞ୍ଚାୟତର ବେହେରାପାଟଣା ଓ କୋରେଇ ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ମୁକୁନ୍ଦପୁର ଗ୍ରାମରେ ବୋଲି ସୂଚନା ମିଳିଛି। ଏହିସବୁ ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯିବା ସହ ବିଶୋଧନ କରି ୭ଦିନ ପାଇଁ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହାସହ ସମ୍ପୃକ୍ତ ଗ୍ରାମଗୁଡିକର ପ୍ରବେଶ ପଥଗୁଡିକୁ ସିଲ କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଛି। ଆନ୍ତଃରାଜ୍ୟ ସିଲ ପ୍ରକ୍ରିୟାରେ କୋଲକୋତା-ଓଡ଼ିଶା ସୀମାନ୍ତକୁ ଅବହେଳା କରାଯାଉଥିବା କାରଣରୁ ଜିଲାରେ କ୍ରମଶଃ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି କୁହାଯାଉଛି।
ଜିଲାରେ ଏଯାବତ୍‌ ୭ ଆକ୍ରାନ୍ତଙ୍କ ମଧ୍ୟରୁ ୬ କୋଲକୋତା ଫେରନ୍ତା ବୋଲି ସୂଚନା ମିଳିଛି। ଜିଲାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରି ସାରିଛନ୍ତି। ଗତ ୧୪ ତାରିଖରେ ଯାଜପୁର ବ୍ଲକ ତ୍ରିଲୋଚନପୁର ଗ୍ରାମକୁ କୋଲକାତାରୁ ଫେରିଥିବା ଜଣେ ବ୍ୟକ୍ତିଙ୍କ ନମୁନା ପଜିଟିଭ ବାହାରିଥିଲା। ସୋମବାର ପୁଣି ୫ଜଣ ଆକ୍ରାନ୍ତ ହେବା ଘଟଣା ଜିଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଗତ ୧୪ ତାରିଖରେ ସୂଚନା ଦେଇଥିଲେ ଯେ, ୨ୟ ସଂକ୍ରମିତ ବ୍ୟକ୍ତି ଜଣକ କୋଲକତାରୁ ମାର୍ଚ୍ଚ ୨୮ ରାତିରେ ବାହାରି ମାର୍ଚ୍ଚ ୨୯ ଭୋରରୁ ପାଣିକୋଇଲିରେ ପହଞ୍ଚିଥିଲେ। ସେହି ଗାଡିରେ ଅନ୍ୟ ୧୮ଜଣ ଆସିଥିବା ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ୨ୟ ସଂକ୍ରମିତ ଚିହ୍ନଟ ହେବାର ବହୁ ପୂର୍ବରୁ ମୁକୁନ୍ଦପୁର ଅଞ୍ଚଳକୁ କୋଲକତାରୁ ଫେରିଥିବା ପ୍ରାୟ ୬ଜଣ ବ୍ୟକ୍ତି କ୍ୱାରାଣ୍ଟାଇନରେ ରହିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ନିର୍ବାହୀ ଅଧିକାରୀ ତାଙ୍କ କଥା ନ ଶୁଣି କିଛି ହେବ ନାହିଁ ବୋଲି କହି ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ। ହେଲେ ୨ୟ ସଂକ୍ରମିତ ଚିହ୍ନଟ ହେବା ପରେ ଯାଇ ମୁକୁନ୍ଦପୁର ଅଞ୍ଚଳର ସେହି ବ୍ୟକ୍ତିମାନଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହି ୧୫ଦିନ ମଧ୍ୟରେ କୋଲକାତା ଫେରନ୍ତା ବ୍ୟକ୍ତିମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ପ୍ରଥମରୁ ସେମାନଙ୍କୁ ସ୍ବତନ୍ତ୍ରଭାବେ କ୍ୱାରାଣ୍ଟାଇନରେ ରଖାଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ସେତେବେଳେ ଗ୍ରାମବାସୀଙ୍କ ପକ୍ଷରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି।
ଭଦ୍ରକ ଜିଲାର ଜଣେ କରୋନା ଆକ୍ରାନ୍ତଙ୍କ ସହ ଯାଜପୁର ଜିଲାର ୬ଜଣଙ୍କ ଲିଙ୍କ ରହିଥିବା ଯାଜପୁର ଜିଲାପାଳ ସୋମବାର ସୂଚନା ଦେଇଛନ୍ତି। ସେମାନଙ୍କୁ ପ୍ରଶାସନ ଠାବ କରିବା ସହିତ କ୍ୱାରାଣ୍ଟାଇନରେ ରଖି ସ୍ବାବ ନମୁନା ସଂଗ୍ରହ କରାଯାଇଛି। ଏହାବାଦ ସେହି ବ୍ୟକ୍ତିଙ୍କ ଜଣେ ପରିବାରବର୍ଗ କଳିଙ୍ଗନଗରସ୍ଥିତ ଏକ କମ୍ପାନୀରେ ଠିକା ଶ୍ରମିକଭାବେ କାମ କରନ୍ତି ବୋଲି ସୂଚନା ମିଳିଛି। ତେଣୁ ଦାନଗଦି ବିଡିଓ ମଣିପ୍ରସାଦ ମିଶ୍ର ଓ ମେଡିକାଲ ଅଫିସର ଦେବାଶିଷ ସାହୁ ସେହି କମ୍ପାନୀକୁ ପରିଦର୍ଶନରେ ଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୪୫ ଜଣଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜିଲାର ଉପରୋକ୍ତ ୩ଟି ବ୍ଲକର ୫ଟି ଗ୍ରାମକୁ ବିଶୋଧନ କରାଯାଇ ସିଲ କରି ଦିଆଯାଇଛି। ଜିଲା ପୋଲିସ ଟିମ, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏହାସହ ସେମାନଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲାପାଳ ଦାସ କହିଛନ୍ତି। ଯେହେତୁ ସରପଞ୍ଚମାନଙ୍କୁ ସରକାର ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି ତେଣୁ ସେମାନେ ସେମାନଙ୍କ ଅଞ୍ଚଳକୁ ଦୃଢ଼ଭାବେ ସୁରକ୍ଷିତ କରିବାକୁ ଦାସ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri