୩ ବାଇକ୍‌ ସହ ଚୋରା କୋଇଲା ଜବତ, ଜଣେ ଗିରଫ

ପଦ୍ମପୁର, ୩୧ା୫(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ପୋଲିସ କୋରବାଟିଆ ଛକ ଠାରୁ ୩ଟି ବାଇକ୍‌ ସହ ୬ କୁଇଣ୍ଟାଲରୁ ଊର୍ଦ୍ଧ୍ୱ କୋଇଲା ଶନିବାର ସନ୍ଧ୍ୟାରେ ଜବତ କରିଛି। ସୂଚନା ଅନୁଯାୟୀ, ଏକଡାଳ ହତାଶିଆ ରାସ୍ତାରେ ୩ଟି ବାଇକ୍‌ରେ ଚୋରା କୋଇଲା ଆସୁଥିବାର ସୂଚନା ପାଇ ନାୟକାଣିଡିହୀ ଥାନା ଏଏସ୍‌ଆଇ ଦିଲୀପ କୁମାର ଦେହୁରୀ, କନଷ୍ଟେବଳ ରଞ୍ଜନ କୁମାର ମିଶ୍ର, ରମେଶ ଚନ୍ଦ୍ର ନାୟକ, ଅକ୍ଷୟ କୁମାର ବାରିକ, ମୋଟରସାଇକେଲ ଯୋଗେ ଆସି ଚୋରା କୋଇଲା ବେପାରୀଙ୍କୁ ଦୁଇପଟୁ ଘେରି ଯାଇଥିଲେ। ବାଇକ୍‌ ଚାଳକମାନେ ପୋଲିସକୁ ଦେଖି ବାଇକ୍‌ ଏବଂ କୋଇଲା ଛାଡ଼ି ବିଲରେ ଦୌଡ଼ି ୨ ଜଣ ଫେରାର ହୋଇଯାଉଥିବା ବେଳେ ଜଣେ ପୋଲିସ ହାତରେ ଧରା ପଡ଼ିଥିଲେ। ଗିରଫ ବ୍ୟକ୍ତି ଜଣକ ହେଲେ ତିହିଡ଼ି ଥାନା ଅଧୀନ ମଙ୍ଗଳପୁର ଗ୍ରାମର କୃପାସିନ୍ଧୁ ମହାଳିକ। ପୋଲିସ ଘଟଣାସ୍ଥଳରୁ ୩ଟି ବାଇକ୍‌ ଓ କୋଇଲାକୁ ଜବତ କରି ଥାନାକୁ ନେଇଛି। ଏନେଇ ଥାନାରେ ୩ ଜଣଙ୍କ ନାମରେ ମାମଲା(ନଂ ୫୪/୨୦) ରୁଜୁ କରି ଅଭିଯୁକ୍ତ କୃପାସିନ୍ଧୁଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ମନ୍ତେଇନଦୀରେ ଚାରବାଟିଆ, ବାଲିଆପାଳ, ଦୋହରାସାହି ଓ ମାଟିଆସାହି ଘାଟରୁ ଚୋରା କୋଇଲା ବେପାରୀମାନେ ଡଙ୍ଗା ଯୋଗେ କୋଇଲା ଆଣି ବାହାର ବଜାରରେ ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋନମ ଓ଼୍ବାଙ୍ଗଚୁକ୍‌ଙ୍କ ବଡ଼ ବୟାନ, ଜେନ Zଙ୍କୁ ଅଭିନନ୍ଦନ…

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ ଦେଇ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା କହିଛନ୍ତି।…

ଖାଲି ଧର୍ମେନ୍ଦ୍ରଙ୍କ ଇସ୍ତଫା ଚଳିବ ନାହିଁ, ଆମର ଆଉ ୨ ଦାବି ଏବେ ବି ବାକି ଥିବା କହି CJP…

ନୂଆଦିଲ୍ଲୀ,୨୫ା୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ମୁଖ୍ୟ ଅଭିଜିତ୍‌ ଦୀପ୍‌କେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗଣତନ୍ତ୍ରରେ…

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

ବଡ଼ ଖବର: ଶେଷରେ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୫।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ରାତ୍ରୀଭୋଜନରେ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ତୃତୀୟ ଥର ରାଷ୍ଟ୍ରପତି…

ଓ୍ବାଶିଂଟନ,୨୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଆସୋସିଏସନ୍ ରାତ୍ରୀଭୋଜନରେ ସମ୍ଭାବ୍ୟ ତୃତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବିଷୟରେ ମନ୍ତବ୍ୟ ଦେଇଥିଲେ । ଯାହାକି ସମସ୍ତଙ୍କୁ…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri