Posted inଜାତୀୟ

୩ ନୂଆ କ୍ୟାବିନେଟ କମିଟି ଗଠିତ: ବିକାଶ, ନିଯୁକ୍ତି, ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୬ା୬ : ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରି ନୂତନ କର୍ମନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପଦକ୍ଷେପ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର। ଏଥିସହ ଜାତୀୟ ନିରାପତ୍ତାକୁ ମଧ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୁଧବାର ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ କମିଟି ଗଠନ କରାଯାଇଛି। ମୋଦି ଏହି ୩ କମିଟିର ଅଧ୍ୟକ୍ଷ ରହିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ।
ଭାରତର ଅର୍ଥନୀତି ଧିମା ହୋଇଯାଇଥିବାବେଳେ ବେକାରି ସମସ୍ୟା ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚତ୍ଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ମୋଦି ସରକାରଙ୍କୁ ବାରମ୍ବାର ଟାର୍ଗେଟ କରିଆସୁଛନ୍ତି। ବିକାଶ ହାର ବଢ଼ାଇବା ଓ ନୂଆ ନିଯୁକ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ବୁଧବାର ୨ଟି ନୂଆ କ୍ୟାବିନେଟ କମିଟି ଗଠନ କରିଛନ୍ତି। ସେ ଏହି ଦୁଇଟି କମିଟିର ଅଧ୍ୟକ୍ଷ ରହିବେ। ନିବେଶ ଏବଂ ଅଭିବୃଦ୍ଧି
ସଂକ୍ରାନ୍ତ ୫ ଜଣିଆ କ୍ୟାବିନେଟ କମିଟିରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ରେଳମନ୍ତ୍ରୀ ପୀୟୂଷ ଗୋୟଲ ରହିଛନ୍ତି। ସେହିପରି ନିଯୁକ୍ତି ଏବଂ ଦକ୍ଷତା ବିକାଶ ସଂକ୍ରାନ୍ତ ଅନ୍ୟ ଏକ ୧୦ ଜଣିଆ କ୍ୟାବିନେଟ କମିଟିରେ ଶାହ, ସୀତାରାମନ, ଗୋୟଲଙ୍କ ସମେତ କୃଷି ଏବଂ କୃଷି କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍‌ରିୟାଲ ‘ନିଶଙ୍କ’, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଶ୍ରମ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଏବଂ ଗୃହ ଓ ସହରାଞ୍ଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ପ୍ରମୁଖଙ୍କୁ ସାମିଲ କରାଯାଇଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସରେ ଦେଶର ଆର୍ଥିକ ବିକାଶ ହାର ୫.୮%କୁ ହ୍ରାସ ପାଇଛି। ଏଥିସହି ସମ୍ପୂର୍ଣ୍ଣ ଆର୍ଥିକବର୍ଷରେ ଏହା ୬.୮%କୁ କମିଛି, ଯାହା କି ୫ ବର୍ଷର ସର୍ବନିମ୍ନ ସ୍ତର କୁହାଯାଉଛି। ପୂର୍ବରୁ ଏହି ଅବଧିରେ ଦେଶର ଜିଡିପି ୭.୨% ରହିବ ବୋଲି ସରକାର ପୂର୍ବାନୁମାନ କରିଥିଲେ, ଯାହା ଭୁଲ୍‌ ବୋଲି ପ୍ରମାଣିତ ହୋଇଛି।
ସେହିପରି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍‌) ମଧ୍ୟ ଗଠନ କରାଯାଇଛି। ଜାତୀୟ ନିରାପତ୍ତା ଓ ବହିର୍ବ୍ୟାପାର ପ୍ରସଙ୍ଗଗୁଡ଼ିକର ପରିଚାଳନା ନିମନ୍ତେ ଗଠିତ ଏହି କମିଟିରେ ମୋଦି ଅଧ୍ୟକ୍ଷ ଥିବାବେଳେ ରାଜନାଥ, ସୀତାରାମନ ଓ ଶାହଙ୍କ ସମେତ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସଦସ୍ୟ ଭାବେ ଅଛନ୍ତି। କେନ୍ଦ୍ରରେ ନୂଆ ସରକାର ଗଠନ ହେଲେ ଏଭଳି କ୍ୟାବିନେଟର ଗଠନ ବା ପୁନର୍ଗଠନ କରାଯାଇଥାଏ।
:


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଗୋଟିଏ ସିଝାଅଣ୍ଡା ନପୁଂସକତାରୁ ରଖେ ଦୂରେଇ…

ସମ୍ପ୍ରତି ପରିବର୍ତ୍ତିତ ଜୀବନ ଶୈଳୀରେ ତଥା ମାନସିକ ଚାପ ଯୋଗୁ କେତେକଙ୍କଠାରେ ନପୁଂସକତା ଦେଖିବାକୁ ମିଳୁଛି। ଆୟୁର୍ବେଦରେ ଏହାର ଘରୋଇ ଉପଚାର ସମ୍ପର୍କରେ ଉଲ୍ଲେଖ କରାଯାଇଛି।...

ଲକ୍‌ଡାଉନ୍‌ ଲାଗୁ ହେବାର ଆବଶ୍ୟକତା ନାହିଁ, ମାସ୍କ୍‌ ଦ୍ୱାରା ସଂକ୍ରମଣରୁ ରହିହେବ ଦୂରେଇ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୧୬।୧୧: ଦିଲ୍ଲୀରେ କରୋନା ମହାମାରୀର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ଦିନକୁ ଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଏଥିପାଇଁ...

ଶିକ୍ଷକଙ୍କ ମାଡ଼ରେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୪।୧୦ (ଆଇଏଏନ୍‌ଏସ୍‌):ଶିକ୍ଷକଙ୍କ ମାଡ଼ରେ ଗୁରୁତର ଆହତ ଜଣେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଷଷ୍ଠ ଶ୍ରେଣୀ ଛାତ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ୨୦୧୭ ତୁଳନାରେ ହୋଇଛି ୩ ପ୍ରତିଶତ କମ୍ ମତଦାନ

ନୂଆଦିଲ୍ଲୀ,୧୧ ।୨: ଉତ୍ତର ପ୍ରଦେଶ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି । ନିର୍ବାଚନ କମିଶନ ପକ୍ଷରୁ ବହୁ ସଂଖ୍ୟାରେ ମତଦାନ ପାଇଁ...

ରାଇସ୍ ଏଟିଏମ୍ ଖୋଲି ଗରିବଙ୍କ ପେଟକୁ ଦାନା ଯୋଗାଉଛନ୍ତି ଯୁବକ

ହାଇଦ୍ରାବାଦ,୧ ।୧୦: କରୋନା ଭାଇରସ ମହାମାରୀ ଅନେକଙ୍କ ଜୀବନ ଜୀବିକାକୁ ବଦଳାଇ ଦେଇଛି । ଅନେକ ଲୋକ ଏହି ସମୟରେ ରାଜଗାର ହରାଇଥିବା ବେଳେ ପେଟକୁ...

କରୋନା ସଂକ୍ରମଣ ମସ୍ତିଷ୍କ ଉପରେ ପକାଉଛି ପ୍ରଭାବ: ଏମ୍ସ

ନୂଆଦିଲ୍ଲୀ,୨୦ ।୧୦: କରୋନା ସଂକ୍ରମଣ ପରେ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ପାଖରେ ଆହୁରି କିଛି ଶାରୀରିକ ସମସ୍ୟା ଦେଖାଯାଉଛି ବୋଲି ପୂର୍ବରୁ କରାଯାଇଥିବା କିଛି ଗବେଷଣାରୁ...

ନିର୍ବାଚନ ପରେ ମମତାଙ୍କୁ ଆଉ ଏକ ଝଟ୍‌କା: ଭାଜପା ହାତ ଧରିବେ ୩ଟିଏମ୍‌ସି ବିଧାୟକ

କୋଲକାତା,୨୮।୫: ଲୋକ ସଭା ନିର୍ବାଚନରେ ପଶ୍ଚିମ ବଙ୍ଗରେ ଭାଜପାର ଭଲ ପ୍ରଦର୍ଶନ ଓ ବହୁଳ ମତଦାନ ପରେ ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଶକ୍ତ ଝଟ୍‌କା...

ଲୋକ ସଭାର ସ୍ପେଶାଲ ୧୧ ଏମ୍‌ପି: ଓପନିଂ ବ୍ୟାଟିଂରେ ମାରିିଛନ୍ତି ଛକା; ଚନ୍ଦ୍ରାଣୀ ମୁର୍ମୁ ସର୍ବକନିଷ୍ଠ

ନୂଆଦିଲ୍ଲୀ, ୨୭।୫: ଚଳିତ ଲୋକ ସଭାରେ ପ୍ରଥମ ଥର ପାଇଁ ନିର୍ବାଚନରେ ବିଜୟ ଲାଭ କରିଛନ୍ତି ୧୧ ଜଣ ଏମ୍‌ପି। ଓପନିଂ ବ୍ୟାଟିଂରେ ସେମାନେ ଛକାମାରି...

Advertisement
Archives

Model This Week