୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର

ଭୁବନେଶ୍ୱର,୨୫।୪(ବ୍ୟୁରୋ)- ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ପଞ୍ଚାୟତର ବିଲପାଟଣା ଗ୍ରାମରୁ ବୁଧବାର ୩ ନାଗୁଣୀ ସହ ୫୭ ଅଣ୍ଡା ଉଦ୍ଧାର କରାଯାଇଛି। ଗ୍ରାମର ରଶ୍ମିକାନ୍ତ ପରିଡ଼ା ସକାଳୁ ପାଳଗଦାରୁ କୁଟା ଆଣିବାକୁ ଗଲାବେଳେ ଏକ ନାଗସାପ ପାଳଗଦା ତଳେ ପଶିଯିବାର ଦେଖିଲେ। ନିରେଖି କରି ଦେଖିବାରୁ ପାଳଗଦା ତଳେ ଥିବା ଏକ ଗାତ ଭିତରେ କିଛି ଅଣ୍ଡା ଦେଖିବାକୁ ପାଇଲେ। ନାଗୁଣୀ ଅଣ୍ଡା ଦେଇଛି ଶୁଣି ସେଠାରେ ଗ୍ରାମବାସୀଙ୍କର ଭିଡ଼ ଜମିଥିଲା। ସ୍ନେକ ହେଲ୍ପଲାଇନ୍‌ର ସ୍ଥାନୀୟ ସଦସ୍ୟ ସୁଶାନ୍ତ ବେହେରା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ଏକ ନାଗୁଣୀ ଓ ତା’ର ୧୩ ଅଣ୍ଡାକୁ ଉଦ୍ଧାର କରିଥିଲେ। ଆଉ ସାପ ଥିବା ଆଶଙ୍କାରେ ଉକ୍ତ ପାଳଗଦାକୁ ସମ୍ପୂର୍ଣ୍ଣ ସ୍ଥାନାନ୍ତର କଲା ପରେ ଅନ୍ୟ ଦୁଇଟି ଗାତ ଭିତରୁ ଆଉ ୨ଟି ନାଗୁଣୀ ବାହାରିଥିଲେ। ତାଙ୍କର ୨୨ଟି ଲେଖାଏ ଅଣ୍ଡା ମଧ୍ୟ ସୁଶାନ୍ତ ଉଦ୍ଧାର କରିଥିଲେ। ସାପ ୩ଟିକୁ ସେମାନଙ୍କର ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ଏବଂ ଅଣ୍ଡାଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଳ୍ପଲାଇନ୍‌ କାର୍ଯ୍ୟାଳୟକୁ ନିଆଯାଇଛି। ଏ ନେଇ ସ୍ନେକ ହେଲ୍ପଲାଇନ୍‌ ସମ୍ପାଦକ ତଥା ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ନାଗସାପଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଗଲାଣି। ଏକ ଛୋଟ ଜାଗାରୁ ଏକାଥରେ ୩ ନାଗୁଣୀ ଅଣ୍ଡା ସହ ଉଦ୍ଧାର ହେବା ଘଟଣାକୁ ‘କଲୋନିଆଲ୍‌ ନେଷ୍ଟିଂ ବା ବ୍ରିଡିଂ’ କୁହାଯାଏ। ଯେଉଁଠି ଅଣ୍ଡା ସହ ସାପଙ୍କୁ ଦେଖିବାକୁ ମିଳିବ, ସେଠାରେ ସାପଙ୍କୁ ନ ମାରି ଏବଂ ଅଣ୍ଡାକୁ ନଷ୍ଟ ନ କରି ସ୍ନେକ ହେଲ୍ପଲାଇନ୍‌ କିମ୍ବା ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବାକୁ ଶୁଭେନ୍ଦୁ କହିଛନ୍ତି। ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ନିଜର ଘରବାଡ଼ିକୁ ପ୍ରତି ସପ୍ତାହରେ ଅନୂ୍ୟନ ଥରେ ଭଲ ଭାବେ ସଫା କଲେ ସମ୍ଭାବ୍ୟ ସାପ ଅଣ୍ଡା ଦେଇଥିବା ଜଣାପଡ଼ିଯିବ ବୋଲି ଶୁଭେନ୍ଦୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ରାଜ୍ୟ ବାହାରକୁ କାହିଁକି ଯାଇଛନ୍ତି ୮ ବିଧାୟକ, କାରଣ କହିଲେ ତାରା… ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ବେଙ୍ଗାଲୁରୁ ଯିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି।…

ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! ଏହି ସବୁ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର,୧୩।୩: ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ…

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

ବିନା କାରଣରେ ସମ୍ପୂର୍ଣ୍ଣ ବ୍ୟବସାୟିକ ଆକାଉଣ୍ଟ ସିଜ୍ କରିପାରିବନି ପୋଲିସ: ହାଇକୋର୍ଟ

କଟକ, ୧୩।୩: ସକ୍ରିୟ ବ୍ୟବସାୟ ଅନୁଷ୍ଠାନର ସମ୍ପୁର୍ଣ୍ଣ ପାଣ୍ଠିକୁ ସିଜ୍ କରିପାରିବନି ପୋଲିସ୍। ଏକ ମାମଲାର ଶୁଣାଣି କରିବା ମସୟରେ ଏଭଳି ଗୁରୁତ୍ବପୁର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ।…

ବିଜେଡି ବିଧାୟକଙ୍କୁ ନବୀନଙ୍କ ତାଗିଦ୍‌: ଦେଲେ କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୫ଟା୩୦ରୁ ୭ଟା୩୦ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୩।୩: ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ ଚର୍ଚ୍ଚା ଚଳାଇଛନ୍ତି। ଏହାରି…

କଂଗ୍ରେସର ୮ ଗଲେ, ୬ ରହିଲେ

ଭୁବନେଶ୍ୱର, ୧୩।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ସାଧାରଣ ଲୋକମାନେ ମଧ୍ୟ ରାଜ୍ୟ ସଭାକୁ ନେଇ ବିଶେଷ…

ସାବଧାନ! ରାଜଧାନୀରେ ଏହି ସବୁ ସ୍ଥାନରେ ଲାଗିଲା ବୋଲାର୍ଡସ, ନିୟମ ଉଲ୍ଲଂଘନ କଲେ କଟିବ ଚାଲାଣ

ଭୁବନେଶ୍ୱର,୧୩।୩(ତ୍ରିନାଥ ମହାନ୍ତି): ପୂର୍ବରୁ ଅମାନିଆମାନେ ବିଭିନ୍ନ ଛକରେ ରାସ୍ତାର ବାମ ପାର୍ଶ୍ୱରେ ଗାଡ଼ି ରଖୁଥିଲେ। ଫଳରେ ଆମ୍ବୁଲାନ୍ସ ଏବଂ ଅନ୍ୟ ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି ସହଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri