ଭୁବନେଶ୍ୱର,(ବ୍ୟୁରୋ)୯ା୮:ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକଙ୍କ ଉତ୍ପାତ । ବାରମ୍ବାର ସଚେତନ ସତ୍ତ୍ୱେ ସହରବାସୀ ଚେତୁ ନାହାନ୍ତି। ବିଭିନ୍ନ ପ୍ରକାର ଲୋଭ ଦେଖାଇ ଲୋକଙ୍କଠାରୁ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଏବେ କୌନ୍ ବନେଗା କୋରଡ ପତି (କେବିସି)ର ଲଟେରୀ ଲୋଭ ଦେଖାଇ ଜଣେ ଯୁବକଙ୍କଠାରୁ ୨ ଲକ୍ଷ ୪୦ ହଜାର ଟଙ୍କା ଠକି ନେଇଛନ୍ତି। ଏଥିରେ ସମ୍ପୃକ୍ତ ୩ ଠକଙ୍କୁ ଲକ୍ଷ୍ନୌରୁ ଗିରଫ କରିଛି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ। ସେମାନେ ହେଲେ ବିହାରର ଦୀପକ କୁମାର, ଲକ୍ଷ୍ନୌର ମୋହିତ ସିଂହ ଓ ମୋବିନ କୁମାର। ୩ ସାଇବର ଠକଙ୍କୁ ସାଇବର ଥାନା ପୋଲିସ ରବିବାର ଗିରଫ କରିବା ପରେ ଲକ୍ଷ୍ନୌ କୋର୍ଟରେ ହାଜର କରିଥିଲା। ଏହାପରେ ସେମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ସୋମବାର ଭୁବନେଶ୍ୱର ପହଞ୍ଚତ୍ଛି। ଏଥିସହ ଗିରଫ ଅଭିଯୁକ୍ତଙ୍କ ଆକାଉଣ୍ଟ ସହ ସେଥିରେ ଥିବାବା ୯୦ ହଜାର ଟଙ୍କାକୁ ଜବତ କରାଯାଇଥିବା ସାଇବର ଥାନା ଅଧିକାରିଣୀ ରଶ୍ମିତା ଜେନା କହିଛନ୍ତି। ଅଭିଯୁକ୍ତ ଦୀପକ କେବିସିର ସ୍ବପ୍ନ ଦେଖାଇ ଲୋକଙ୍କଠାରୁ ୩୦ଟି ଆକାଉଣ୍ଟ ଆଣି ବିହାରର ମୁଖ୍ୟ ଅଭିଯୁକ୍ତ ରତନଙ୍କୁ ଦେଉଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ତେଣୁ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଚାଲିଛି। ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁସାରେ, କେନ୍ଦ୍ରାପଡା ରାଜକନିକାର ବାବୁରାମ ସାମଲ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହି ଏକ ସିକ୍ୟୁରିଟି ସଂସ୍ଥାରେ କାମ କରନ୍ତି । ୨୬ ଜୁଲାଇରେ ବାବୁରାମଙ୍କ ହ୍ବାଟ୍ସଆପ୍କୁ ଏକ ମେସେଜ ଆସିଥିଲା। ଯେଉଁଥିରେ କେବିସିର ୨୫ ଲକ୍ଷ ଟଙ୍କାର ଏକ ଲଟେରି ତାଙ୍କ ନାମରେ ଉଠିଥିବା ଓ ଏକ ନମ୍ବରରେ ଯୋଗାଯୋଗ କରିବାକୁ ଉଲ୍ଲେଖ ଥିଲା। ଏହାପରେ ବାବୁରାମ ଉକ୍ତ ନମ୍ବରକୁ ଫୋନ କରିବାରୁ ଅଭିଯୁକ୍ତ ଠକ ବାବୁରାମଙ୍କୁ ଲଟେରି ଜିତିଛ ବୋଲି କହିଥିଲେ। ଏଥିପାଇଁ ଟାକ୍ସ ବାବଦକୁ ୨ ଲକ୍ଷ ୪୦ ହଜାର ଡିପୋଜିଟ୍ କଲେ ତୁବମ ଆକାଉଣ୍ଟକୁ ୨୫ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବ। ସାଇବର ଠକ କଥାକୁ ବିଶ୍ୱାସ କରି ବାବୁରାମ ୩ଟି ଆକାଉଣ୍ଟରେ ୨ ଲକ୍ଷ ୪୦ ଟଙ୍କା ଟ୍ରାନ୍ସଫର କରିଥିଲେ। ହେଲେ ଏହାପରେ କୌଣସି ଟଙ୍କା ତାଙ୍କ ଆକାଉଣ୍ଟକୁ ଆସି ନ ଥିଲା। ଏହାପରେ ବାବୁରାମ ଉକ୍ତ ନମ୍ବରରେ ଯୋଗାଯୋଗ କରିବାରୁ ଫୋନ ସୁଇଚ୍ ଅଫ୍ ଦେଖାଇଲା। ସେ ଠକେଇର ଶିକାର ହେବା ଜାଣିବା ପରେ ଗତ ୫ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୋଲିସ ଉକ୍ତ ଆକାଉଣ୍ଟକୁ ଯାଞ୍ଚ କରିବାରୁ ଏହା ଲକ୍ଷ୍ନୌର ବୋଲି ଜାଣିବାକୁ ପାଇଲେ। ତୁରନ୍ତ ସାଇବର ଥାନା ପୋଲିସ ଗତ ୬ ତାରିଖରେ ଲକ୍ଷ୍ନୌ ଯାଇ ୭ ତାରିଖରେ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।
ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ
ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ
ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...
ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ
ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...
ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ
ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...
Archives


