୩୯ତମ ବିଶ୍ୱ କବି ସମ୍ମିଳନୀ ଉଦ୍‌ଯାପିତ: ଦୟା କବିତାର ମୂଳମନ୍ତ୍ର

ଭୁବନେଶ୍ୱର,  ୭।୧୦(ବ୍ୟୁରୋ): ଦୟା ହେଉଛି ଜୀବନର ସବୁଠାରୁ ବଡ଼ ବିଚାର। ଦୟା କବିତାର ମୂଳମନ୍ତ୍ର। ଯେବେ ଦୟା କବିତା ଦ୍ୱାରା ପ୍ରସାରିତ ହୋଇଥାଏ, ସେତେବେଳେ କବିତା ବିଶ୍ୱରେ ପରିବର୍ତ୍ତନ ଆଣିପାରିଥାଏ। ଦୟା ଆମ ସମସ୍ତଙ୍କ ମଧ୍ୟରେ ରହିଛି, କିନ୍ତୁ ଆମେ ଏହାକୁ ଅନୁଭବ କରି ଅଭ୍ୟାସରେ ପରିଣତ କରିବା ଉଚିତ। କବିତା ମନର ଗଭୀର ଭାବନାକୁ ପରିପ୍ରକାଶ କରିବା ସହ ଆଶ୍ଚର୍ଯ୍ୟଜନକ ପ୍ରତିଛବି ସୃଷ୍ଟି କରିଥାଏ। ସମାଜରେ ଭାଇଚାରା ସୃଷ୍ଟି କରିବା ସହ ସମସ୍ତଙ୍କୁ ଏକତାସୂତ୍ରରେ ବାନ୍ଧି ରଖିବାରେ କବିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ କବିତା ନୁହେଁ ସାହିତ୍ୟ, କଳା, ସଙ୍ଗୀତ ଏବଂ ନୃତ୍ୟ ଶାନ୍ତି ଓ ଖୁସି ଆଣିଥାଏ ବୋଲି ଭାରତର ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ କହିଛନ୍ତି।
ରବିବାର କିଟ୍‌ ପରିସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ନାଇଡୁ କହିଥିଲେ ଯେ, ଓଡ଼ିଶାକୁ ଆସି ମୁଁ ବହୁ ଆନନ୍ଦିତ। ଓଡ଼ିଶାରେ ଚଳିତବର୍ଷ ବିଶ୍ୱ କବି ସମ୍ମିଳନୀ ଅନୁଷ୍ଠିତ ହେବା ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। କବିତା ମାଧ୍ୟମରେ ଭ୍ରାତୃତ୍ୱଭାବ ଓ ଶାନ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ୩୯ତମ କବି ସମ୍ମିଳନୀର ସଭାପତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବେଶ ପ୍ରଶଂସନୀୟ। ତାଙ୍କର ଏହି ଦୂରଦୃଷ୍ଟି ଯୋଗୁ ଏଠାରେ ବିଭିନ୍ନ ଦେଶର କବିମାନଙ୍କର ବିଚାରଧାରା, ଭାଷା, ଶବ୍ଦ, ତାଳ ଓ ଲୟର ସମନ୍ବୟ ଦେଖାଦେଇଛି ବୋଲି ସେ କହିଥିଲେ।
ଉତ୍ସବରେ ଅନ୍ୟତମ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗଦେଇ କହିଥିଲେ, ଓଡ଼ିଶା ହେଉଛି ସ୍ବର୍ଗୀୟ ଭୂମି। ବିଶ୍ୱର ଆଧ୍ୟାମତ୍ିକ ଗୁରୁ ଏବଂ ଆଧ୍ୟାମତ୍ିକ ଦାର୍ଶନିକଙ୍କ ମତରେ ଏହି ଭୂମିର ମୁକ୍ତି ଦେବାର କ୍ଷମତା ରହିଛି। ଓଡ଼ିଶା ଏଭଳି ଏକ ପୁଣ୍ୟଭୂମି, ଯେଉଁଠି ପ୍ରତ୍ୟେକ ଜଣେଜଣେ ଜଗନ୍ନାଥଙ୍କ ପ୍ରତିନିଧି। ଉତ୍କଳ ଭୂମିର ସବୁଠାରୁ ଅନନ୍ୟ ଦିଗ ହେଉଛି ଏଠାରେ ଜାତି, ଧର୍ମ, ବର୍ଣ୍ଣ ମଧ୍ୟରେ ବିଭେଦ ନାହିଁ। ଏହାଛଡ଼ା ଓଡ଼ିଶା ଲୋକମାନଙ୍କ ଭଲପାଇବା, ଦୟାଭାବ ଓ ସରଳ ସ୍ବଭାବ ଏହାକୁ ଆହୁରି ରୁଦ୍ଧିମନ୍ତ କରିଛି। ଶ୍ରୀ ଜଗନ୍ନାଥ ସ୍ବୟଂ ହେଉଛନ୍ତି ଜଣେ କବି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଶ୍ୱ କବି ସମ୍ମିଳନୀର ସଭାପତି ଡ. ମାଉରସ ୟଙ୍ଗ ପ୍ରମୁଖ ଏହି ଅବସରରେ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ୩୯ତମ କବି ସମ୍ମିଳନୀର ସଭାପତି ସାମନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ୱାଲର୍‌ଡ ଏକାଡେମୀ ଅଫ୍‌ ଆର୍ଟ ଆଣ୍ଡ କଲଚର୍‌ର ପ୍ରଥମ ଉପସଭାପତି ପ୍ରଫେସର ଅର୍ନେଷ୍ଟୋ କାହାନ, ସାଧାରଣ ସମ୍ପାଦକ ଡ. ମାରିଆ ୟୁଜେନିଆ ସୋବେରାନିସ, ଓଡ଼ିଶା ପର୍ଯ୍ୟଟନ, ସଂସ୍କୃତି, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କିଟ୍‌ ବିଶ୍ୱବିଦ୍ୟାଳୟର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅଚ୍ୟୁତ ସାମନ୍ତଙ୍କୁ ବିଶ୍ୱ କବି ସମ୍ମିଳନୀର ସର୍ବୋଚ୍ଚ ସମ୍ମାନ ‘ଗୋଲ୍‌ଡେନ୍‌ ଗ୍ୟାବେଲ୍‌’ ପ୍ରଦାନ କରାଯାଇଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶିଷ୍ଟ ଔପନ୍ୟାସିକ ଶାନ୍ତନୁ ଆଚାର୍ଯ୍ୟ, କବି ଡ. ପ୍ରସନ୍ନ ପାଟଶାଣୀଙ୍କୁ ସମ୍ମାନସୂଚକ ଡକ୍ଟର ଅଫ୍‌ ଲିଟରେଚର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଯୁବ ଲେଖିକା ଅନନ୍ତିନୀ ମିଶ୍ରଙ୍କୁ ତାଙ୍କ ପୁସ୍ତକ ‘ଟ୍ରେଜର୍‌ ଅଫ୍‌ ଶର୍ଟ ଷ୍ଟୋରିଜ୍‌’ ଏବଂ ଆମତ୍ିକା ପଟ୍ଟନାୟକଙ୍କୁ ତାଙ୍କ ପୁସ୍ତକ ‘ଦ ଜର୍ନି ଅଫ୍‌ ଥାଉଜେଣ୍ଡ ମାଇଲ୍‌ସ’ ପାଇଁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri