Posted inଜାତୀୟ

‘୩୭୦ ଉଚ୍ଛେଦ ସପକ୍ଷରେ ଅଧିକାଂଶ କଶ୍ମୀରୀ’

ନୂଆଦିଲ୍ଲୀ, ୮ା୯(ପି.ଟି.): ଜମ୍ମୁ-କଶ୍ମୀରର ଅଧିକାଂଶ ଲୋକ ୩୭୦ ଧାରା ଉଚ୍ଛେଦକୁ ସମର୍ଥନ କରୁଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ଶନିବାର ପ୍ରକାଶ କରିଛନ୍ତି। ପାକିସ୍ତାନର ହୀନ ଚକ୍ରାନ୍ତ ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଲାଗି ସେଠାରେ କଟକଣା ବଳବତ୍ତର ରହିଛି। ପାକିସ୍ତାନ ମନଭାବରେ ପରିବର୍ତ୍ତନ କଲେ କଶ୍ମୀରରୁ କଟକଣା ଉଠାଇ ଦିଆଯିବ ବୋଲି ଡୋଭାଲ କହିଛନ୍ତି। ୩୭୦ର ଅର୍ଥ ସ୍ବତନ୍ତ୍ର ପାହ୍ୟା ନୁହେଁ ବରଂ ଏହା ସ୍ବତନ୍ତ୍ର ଭେଦଭାବ ଥିଲା। ଲାଗିଥିବା କଟକଣା କ୍ରମଶଃ ଉଠାଇ ଦିଆଯିବ ବୋଲି ଖବରଦାତାଙ୍କ ସହ ଆଲୋଚନାବେଳେ ସେ ପ୍ରକାଶ କରିଛନ୍ତି। ଜମ୍ମୁ, କଶ୍ମୀର ଓ ଲଦାଖର ୧୯୯ ପୋଲିସ ଜିଲା ମଧ୍ୟରୁ କେବଳ ୧୦ଟିରେ ନିଷେଧାଦେଶ ଜାରି ରହିଛି। ଅଟକ ଥିବା ରାଜନେତାଙ୍କୁ ଆଇନଗତ ଭାବେ ସମ୍ପର୍କୀୟଙ୍କୁ ଦେଖାକରିବାର ସୁଯୋଗ ଦିଆଯାଉଛି। ଆଇନଗତ ଭାବେ ସବୁ କାର୍ଯ୍ୟ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ବିକାଶ ଓ ଯୁବକମାନଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ଲାଗି ସରକାର ସଚେତନ ଅଛନ୍ତି। କେତେକ ସଂଖ୍ୟାଲଘୁ ଏଭଳି ପ୍ରକ୍ରିୟାକୁ ବିରୋଧ କରୁଥିବା ନେଇ ହେଉଥିବା ପ୍ରଚାରରେ କୌଣସି ସତ୍ୟତା ନାହିଁ। ପାକିସ୍ତାନ କଶ୍ମୀରରେ ଅସ୍ଥିରତା ସୃଷ୍ଟିକରିବା ଲାଗି ପ୍ରୟାସ କରୁଛି। ଭାରତ ବିରୋଧରେ ବିଭିନ୍ନ ମିଛ ପ୍ରଚାର ଚଳାଇଛି। କଶ୍ମୀର ଭିତରକୁ ଆତଙ୍କବାଦୀଙ୍କୁ ଛାଡ଼ି ଶାନ୍ତି ଭଙ୍ଗ କରିବାକୁ ଚାହୁଁଛି। ଅନୁପ୍ରବେଶ ଲାଗି ସୀମାରେ ୨୩୦ ଆତଙ୍କବାଦୀ ପ୍ରସ୍ତୁତ ଅଛନ୍ତି। କାର୍ଯ୍ୟରେ ସଫଳ ନ ହେଲେ ପାକିସ୍ତାନ ସେମାନଙ୍କ ଲାଗି ଚୁଡ଼ି ପଠାଇବ ବୋଲି କହି ତାତ୍ସଲ୍ୟ କରୁଛି। ଅଘଟଣ ଘଟାଇବା ଲାଗି ସେମାନଙ୍କ ପ୍ରୟାସ ଜାରି ରହିଛି। ଏହା କେବେ ସମ୍ଭବ ହେବାକୁ ଦିଆଯିବନି ବୋଲି ଡୋଭାଲ ପ୍ରକାଶ କରିଛନ୍ତି। କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ ଓ ସ୍ଥାନୀୟ ପୋଲିସ ସେଠାରେ ନିୟୋଜିତ ଥିବାବେଳେ ସେମାନଙ୍କ ବିରୋଧରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗ କରାଯାଉଛି। ଏଥିରେ କୌଣସି ସତ୍ୟତା ନାହିଁ। ସେଠାରେ ଆଇନଶୃଙ୍ଖଳା ରକ୍ଷା ଓ ଶାନ୍ତି ପ୍ରତିଷ୍ଠା ସେମାନଙ୍କ କାମ। ଏଥିରେ ବ୍ୟତିକ୍ରମ ଘଟିଲେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri