୩୪ତମ ଜାତୀୟ ସଂହତି ଶିବିର ଉଦ୍‌ଘାଟିତ: ଭାଗନେଲେ ୫୯୮ ଶିବିରାର୍ଥୀ

କାମାକ୍ଷାନଗର, ୩।୧(ଡି.ଏନ.ଏ): କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜିଲାସ୍ତରୀୟ ୩୪ତମ ଜାତୀୟ ସଂହତି ଶିବିର ଉଦ୍‌ଘାଟିତ ହୋଇଯାଇଛି। ଭାରତ ସ୍କାଉଟ୍ସ, ଗାଇଡ୍ସ ଢେଙ୍କାନାଳ ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ୫୯୮ ଶିବିରାର୍ଥୀ, ୩୨୭ଜଣ ସ୍କାଉଟ୍ସ ମାଷ୍ଟର ଏବଂ ଗାଇଡ୍ସ କ୍ୟାପ୍‌ଟେନ୍‌ ଅଂଶଗ୍ରହଣ କରିଛନ୍ତି।
ଜିଲା ଶିକ୍ଷାଧିକାରୀ ତଥା ଶାଖା ମୁଖ୍ୟ କମିଶନର ସୁଧାନନ୍ଦ ପରିଡ଼ା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ଜାତୀୟ ସଂହତି ବିନା ଅଖଣ୍ଡ ଭାରତ ଅସମ୍ଭବ। ଜାତୀୟ ସଂହତି ରକ୍ଷା କରି ଗୋଟିଏ ମା’ର ସନ୍ତାନ ଭଳି ଭାରତମାତାର ସୁରକ୍ଷା ଦିଗରେ ଆଗେଇ ଆସିବା ପାଇଁ ମୁଖ୍ୟଅତିଥି ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ଆହ୍ବାନ ଦେଇଥିଲେ। ଉପଜିଲାପାଳ ଇଂ. ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିବିରାର୍ଥୀମାନେ ଏଠାରୁ ଶିଖି ଅନ୍ୟକୁ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଇଂ. ଅଖିଳ କୁମାର ପଣ୍ଡା, ବିଇଓ ଅଜୟ କୁମାର ପାତ୍ର, ବ୍ରହ୍ମୋତ୍ରୀ ବିଶ୍ୱାଳ, ନିତ୍ୟାନନ୍ଦ ବାରିକ, ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍ସର କମିଶନର ସୁରଜିତ୍‌ ସେନ୍‌, ଜିଲା କମିଶନର ଗଗନ ବିହାରୀ ନାୟକ, ଜିଲା ଶାରୀରିକ ଶିକ୍ଷା ଅଧିକାରୀ ସୌଦାମିନୀ ଦାସ ପ୍ରମୁଖ ମଞ୍ଚାସୀନ ରହି ନିଜର ବକ୍ତବ୍ୟ ରଖିଥିଲେ।
ପ୍ରାରମ୍ଭରେ ଅତିଥିମାନେ ସ୍କାଉଟ୍ସ ଗାଇଡ୍ସ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ସନ୍ଧ୍ୟାରେ ଶିବିରାର୍ଥୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କାଉଟ୍ସ ମାଷ୍ଟର ବିପିନ ବିହାରୀ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଧନ୍ୟବାଦ ଦେଇଥିଲେ। ସଂଗୀତ ଶିକ୍ଷକ ଅମିତ କୁମାର ନାୟକ, ଡା. ଚନ୍ଦ୍ରମଣି ଲେଙ୍କା, ଧ୍ରୁବଚରଣ ସୁନ୍ଦରାୟ, କବିତା ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ୬ ତାରିଖ ଯାଏ ଚାଲିବ। ଏହି ଅବସରରେ ସ୍ବେଚ୍ଛାସେବୀ ଛାତ୍ରୀଛାତ୍ରଙ୍କୁ ସମାଜସେବା, ଉଦ୍ଧାର କାର୍ଯ୍ୟ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ ଲୋକଙ୍କ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ଲେବାନନ ଉପରେ ଆକ୍ରମଣ ମଧ୍ୟରେ ଇସ୍ରାଏଲର ୟୁ-ଟର୍ଣ୍ଣ

ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣର କିଛି ଦିନ ପରେ, ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଛି। ଏହା ଉଲ୍ଲେଖନୀୟ ଯେ ଯୁଦ୍ଧବିରତି ଘୋଷଣା ପରଠାରୁ,…

ଚାଲାଣ ପାଇଁ ୧୭ଟି ବସ୍ତାରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡିବସିଲା ପୋଲିସ

ମୋହନା,୧୦।୪( ମନ୍ମଥ ମିଶ୍ର ): କିଛିଦିନ ହେବ ଗଜପତି ଜିଲାର ଆର ଉଦୟଗିରି ଓ ଅଡବା ଥାନା ଅଞ୍ଚଳରେ ଗଞ୍ଜେଇ ମୂଳପୂଛ କରିବା ପାଇଁ ଘନଘନ ଚଢ଼ାଉ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri