୩୨୮ ଗଁ। ହେବ ‘ସୁନାମୀ ପ୍ରସ୍ତୁତ’

ଭୁବନେଶ୍ୱର,୧୪।୩(ବ୍ୟୁରୋ): ବାତ୍ୟା ଓ ବନ୍ୟା ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନକ ହାସଲ କରିବା ପରେ ବର୍ତ୍ତମାନ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ) ସୁନାମୀ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ରାଜ୍ୟରେ ଚିହ୍ନିତ ୩୨୮ ସୁନାମୀ ପ୍ରବଣ ଗ୍ରାମକୁ ‘ସୁନାମୀ ପ୍ରସ୍ତୁତ’ ଗ୍ରାମରେ ପରିଣତ କରିବାକୁ ଚେଷ୍ଟା ଆରମ୍ଭ ହୋଇଛି। ଲୋକସେବା ଭବନଠାରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓଏସ୍‌ଡିଏମ୍‌ଏ ପରିଚାଳନା ପରିଷଦ ବୈଠକରେ ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ, ସୁନାମୀ ପ୍ରବଣ ଗ୍ରାମଗୁଡିକରେ ସଚେତନତା, ସୂଚନା, ଶିକ୍ଷା ଓ ନିୟମିତ ଯୋଗାଯୋଗ କାର୍ଯ୍ୟକ୍ରମ ସଘନ କରାଯିବ। ଏ ବିଷୟରେ ତଥ୍ୟ ଉପସ୍ଥାପନ କରି ଅତିରିକ୍ତ ମୁଖ୍ୟ ଶାସକ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଗଞ୍ଜାମ ଜିଲାର ବକ୍ସିପାଲି ଏବଂ ଜଗତ୍‌ସିଂହପୁରର ଗଡହରିଶପୁର ‘ସୁନାମୀ ପ୍ରସ୍ତୁତ’ ଗ୍ରାମ ଭାବେ ୟୁନିସେଫର ନିର୍ଦ୍ଧାରିତ ୧୧ଟି ମାନକ ପୂରଣ କରିଛନ୍ତି। ଖୁବ୍‌ଶୀଘ୍ର ଏହି ଦୁଇ ଗ୍ରାମକୁ ୟୁନିସେଫର ସ୍ବୀକୃତି ମିଳିବ। ଏହାପରେ ଭାରତ ମହାସାଗର ସହିତ ସଂଯୁକ୍ତ ପ୍ରାୟ ୬୫ଟି ଦେଶ ମଧ୍ୟ ଉକ୍ତ ମାନ୍ୟତା ପାଇବା କ୍ଷେତ୍ରରେ ପ୍ରଥମ ଦେଶ ହେବ ବୋଲି ଜେନା କହିଛନ୍ତି।
ସମସ୍ତ ତଥ୍ୟର ସମୀକ୍ଷା କରିବା ପରେ ମୁଖ୍ୟ ଶାସନ ସଚିବ ସମସ୍ତ ବହୁମୁଖୀ ଆଶ୍ରୟସ୍ଥଳୀ ଗୁଡିକର ମରାମତି ଏବଂ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୫ ଜିଲାରେ ଥିବା ସମସ୍ତ ଆଶ୍ରୟସ୍ଥଳୀର ସରଜମିନ ତଦନ୍ତ କରାଯାଇଥିବା ଜେନା ବୈଠକରେ ସୂଚନା ଦେଇଛନ୍ତି। ରାଜ୍ୟର ମୋଟ ୫୭୯ଟି ବହୁମୁଖୀ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଥିବାବେଳେ ଆସନ୍ତା ଜୁନ୍‌ ସୁଦ୍ଧା ଏହା ଶେଷହେବ ବୋଲି ଜଣାପଡିଛି। ସବୁଥିରେ ବଜ୍ରପାତ ନିରୋଧ ବ୍ୟବସ୍ଥା ଲଗାଯିବ। ଆର୍ଥ ନେଟ୍‌ଓ୍ବର୍କ ସଂସ୍ଥା ସହ ସହଭାଗିତାରେ ରାଜ୍ୟର ୬ଟି ସ୍ଥାନରେ ବଜ୍ରପାତ ଓ ଘଡଘଡି ପୂର୍ବାନୁମାନ ଯନ୍ତ୍ର ସ୍ଥାପିତ ହୋଇଛି। ଫଳରେ ୩୦ମିନିଟ ପୂର୍ବରୁ ବଜ୍ରପାତ ସମ୍ଭାବନା ଥିବା ଲୋକଙ୍କୁ ଜଣାଇ ଦିଆଯାଇପାରୁଛି। ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ପ୍ରସାରିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri