କଟକ ଅଫିସ,୨୩ା୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ହାଇକୋର୍ଟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍(ଜୁଡିସିଆଲ୍) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ୧୪ଟି ଜିଲା ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଆସନ୍ତା ୨୯ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ତଦନୁଯାୟୀ ସୋମବାର ସମସ୍ତ ମାମଲାର ଶୁଣାଣିକୁ ବାତିଲ୍ କରିଦିଆଯାଇଛି। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ। କେବଳ ଜରୁରୀରୁ ଅତି ଜରୁରୀ ମାମଲାକୁ ହ୍ବାଟସ୍ଆପ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ ରେଜିଷ୍ଟ୍ରାର୍(ଜୁଡିସିଆଲ୍)ଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ। ଏଥିସହ କୋର୍ଟ ପରିସରରେ ୨୪ଘଣ୍ଟା ଡାକ୍ତରୀ ଟିମ୍ ଉପସ୍ଥିତ ରହିବା ସହ ଏକ ଗାଡି ମହଜୁଦ୍ ରହିବ। କୋର୍ଟ କର୍ମଚାରୀମାନେ ରୋଟେସନ୍ ଅନୁଯାୟୀ କାର୍ଯ୍ୟରେ ଯୋଗଦେବେ। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଏଥିସହ ଗତ ୧୬ତାରିଖର ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟକାରୀ ଜାରି ରହିବ ବୋଲି ରେଜିଷ୍ଟ୍ରାର୍(ଜୁଡ଼ିସିଆଲ୍) ପକ୍ଷରୁ କୁହାଯାଇଛି।
ସେହିପରି ନିମ୍ନକୋର୍ଟଗୁଡିକ ପାଇଁ ମଧ୍ୟ ହାଇକୋର୍ଟ ପକ୍ଷରୁ ସୋମବାର ସର୍କୁଲାର୍ ଜାରି କରାଯାଇଛି। ରେଜିଷ୍ଟ୍ରାର୍ ଜେନେରାଲ୍ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲକ୍ଡାଉନ୍ ଘୋଷିତ ଜିଲା ଓ ପୌରାଞ୍ଚଳର ନିମ୍ନକୋର୍ଟଗୁଡିକ ସମୟରେ ପରିବର୍ତ୍ତନ କରାଯାଇଛି। ସେଠାରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କୋର୍ଟ ଖୋଲା ରହିବ। କେବଳ ଅତି ଜରୁରୀ ମାମଲାର ଶୁଣାଣି ସହ ଜାମିନ, ରିମାଣ୍ଡଗୁଡିକର ଶୁଣାଣି ହେବ। ଅନ୍ୟପକ୍ଷରେ ଲକ୍ଡାଉନ୍ ଘୋଷଣା ହୋଇ ନ ଥିବା ଜିଲା ଓ ପୌରାଞ୍ଚଳର ନିମ୍ନ ଅଦାଲତଗୁଡିକ ପୂର୍ବାହ୍ନ ୧୧ରୁ ଅପରାହ୍ନ ୧ଟା ଯାଏ ଖୋଲା ରହିବ। ଉଭୟ ଅଞ୍ଚଳରେ କମ୍ ସଂଖ୍ୟକ କୋର୍ଟ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ ଏବଂ ଅପରାହ୍ନ ୧ଟା ପରେ କୋର୍ଟ ଓ କାର୍ଯ୍ୟାଳୟ ବନ୍ଦ କରାଯିବ। ଅଣ ନିୟୋଜିତ କର୍ମଚାରୀମାନେ ଆବଶ୍ୟକ ଅନୁଯାୟୀ ଡାକରା ପାଇଲେ କାର୍ଯ୍ୟରେ ଯୋଗଦେବେ। କୋର୍ଟରେ ଭିଡକୁ ଏଡାଇବା ପାଇଁ ଜରୁରୀ ମାମଲାଗୁଡିକର ଶୁଣାଣି ବେଳେ ଜଣେ ଆଇନଜୀବୀଙ୍କୁ ପକ୍ଷ ରଖିବାକୁ ଅନୁମତି ଦିଆଯିବ। କୋର୍ଟ କର୍ମଚାରୀମାନେ ଘରେ ରହି ଜରୁରିକାଳୀନ କାର୍ଯ୍ୟ କରିପାରିବେ। କୋର୍ଟର ପ୍ରିଜାଇଡିଂ ଅଫିସରମାନେ ଆବଶ୍ୟକତା ଅନୁଯାୟୀ କର୍ମଚାରୀଙ୍କୁ ନିୟୋଜିତ କରିବେ। ଏହିସବୁ ନିର୍ଦ୍ଦେଶଗୁଡିକ ପାଳନ ଦିଗରେ ଆଇନଜୀବୀ ସଂଘ ଏବଂ ଆଇନଜୀବୀମାନେ ସହଯୋଗ କରିବେ। ଆବଶ୍ୟକ ପଡିଲେ ଜିଲା ଜଜ୍ମାନେ ପ୍ରଶାସନିକ ଅଧିକାରୀଙ୍କ ପରାମର୍ଶ ନେଇପାରିବେ ବୋଲି ସର୍କୁଲାର୍ରେ ଉଲ୍ଲେଖ କରାଯାଇଛି। ଏହା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ରେଜିଷ୍ଟ୍ରାର ଜେନେରାଲ୍ଙ୍କ ସୂତ୍ରରୁ ସୂଚନା ମିଳିଛି।
୩୧ ପର୍ଯ୍ୟନ୍ତ ଜରୁରୀ ମାମଲାର ଶୁଣାଣି: ଲକ୍ଡାଉନ୍ ଅଞ୍ଚଳରେ ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ
Posted inHome Left, ଆମ ଜିଲା ଖବର, କଟକ View All
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ
କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ଟି୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ
ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...
Archives


