Posted inଜାତୀୟ

୩୦ ଦିନ ପୂରିଲା : ସ୍ବାଭାବିକ ହୋଇନି ଉପତ୍ୟକା

ଶ୍ରୀନଗର,୪ା୯(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ୩୦ ଦିନ ପୂରିଥିବାବେଳେ ଏବେ ବି ଉପତ୍ୟକାରେ ସ୍ବାଭାବିକ ଅବସ୍ଥା ଫେରିନାହିଁ। କଶ୍ମୀରର ଅଧିକାଂଶ ସ୍ଥାନରେ ଦିନବେଳା କଟକଣା କୋହଳ ହୋଇଥିବାବେଳେ ବଜାର ଓ ସାଧାରଣ ପରିବହନ ସେବା ଏବେ ମଧ୍ୟ ବନ୍ଦ ରହିଛି। ୩୭୦ ଉଚ୍ଛେଦ ପୂର୍ବରୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଜମ୍ମୁ-କଶ୍ମୀରକୁ ଏକପ୍ରକାର ସେନା ଛାଉଣୀରେ ପରିଣତ କରାଯିବା ସହ ସେଠାକାର ପାଖାପାଖି ୩୦୦୦ ନେତା, ବିଚ୍ଛିନ୍ନତାବାଦୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଟକ ରଖାଯାଇଥିଲା। ବିଭିନ୍ନ ଅଞ୍ଚଳରେ ୧୪୪ ଧାରା ଜାରି ସମେତ କେତେକ ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଥିଲା। ଟେଲିଫୋନ ଓ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା।
ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଉପତ୍ୟକାର ୯୦ ଭାଗ ଅଞ୍ଚଳରେ ସ୍ଥିତିରେ ଉନ୍ନତି ଆସିଥିବାରୁ ୯୨ଟି ଥାନା ଅଞ୍ଚଳରେ ଦିନବେଳା କଟକଣା ହଟାଯାଇଥିବା ମଙ୍ଗଳବାର ପ୍ରଶାସନ ପକ୍ଷରୁ କୁହାଯାଇଛି। ଘରୋଇ ଗାଡ଼ି ଓ ଅଟୋରିକ୍ସା କେତେକ ଅଞ୍ଚଳରେ ଚଳାଚଳ କରୁଛି। ଶ୍ରୀନଗର ସିଭିଲ ଲାଇନ୍‌, ଲାଲ୍‌ ଚୌକ-ଟିଆର୍‌ସି ଚୌକ-ଡାଲ୍‌ଗେଟ ଲାଇନରେ କେତେଜଣ ଦୋକାନୀ ସେମାନଙ୍କ ଷ୍ଟଲ୍‌ ଖୋଲିଥିବା ଜଣେ ଅଧିକାରୀ କହିଛନ୍ତି। ଉପତ୍ୟକାର ଅଧିକାଂଶ ଅଞ୍ଚଳରୁ ବାରିକେଡ଼ ହଟିଥିବାବେଳେ ସୁରକ୍ଷା ବଳ ମୁତୟନ ଜାରି ରହିଛି। କୁପ୍‌ଓ୍ବାରା ଓ ହଣ୍ଡଓ୍ବାରା ଥାନା ଅଞ୍ଚଳକୁ ବାଦ୍‌ ଦେଲେ ଉପତ୍ୟକାର ଅନ୍ୟ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସମେତ ଅନ୍ୟାନ୍ୟ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ ରହିଛି। ଫଳରେ ପିସିଓ ଏବଂ ଏସ୍‌ଟିଡି ବୁଥ୍‌ଗୁଡିକରେ ଫୋନ କରିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଲ୍ୟାଣ୍ଡଲାଇନ ସଂଯୋଗ ଦିଆଯାଇଥିବା ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପିସିଓ ଖୋଲାଯାଇଛି। ସ୍କୁଲ ଖୋଲିଥିଲେ ହେଁ ଉପସ୍ଥାନ ଯଥେଷ୍ଟ କମ୍‌ ରହୁଛି।
ସମ୍ପର୍କ ଅଭିଯାନ ମାଧ୍ୟମରେ ଲୋକଙ୍କ ପାଖରେ ୩୭୦ ଉଚ୍ଛେଦର ବାର୍ତ୍ତା ପହଞ୍ଚାଇ ସମର୍ଥନ ହାସଲ ଲାଗି ଭାଜପା ଉଦ୍ୟମ ଚଳାଇଥିବାବେଳେ ମଙ୍ଗଳବାର ଦଳ ଅଧ୍ୟକ୍ଷ ଅମିତ୍‌ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କୁ ଭେଟି ରାଜ୍ୟ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଥିଲେ। କଶ୍ମୀର ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ରଖୁଥିବା ଜଗମୋହନ ପୂର୍ବରୁ ଅଟଳ ବିହାରୀ ବାଜପେୟୀ ସରକାରରେ ମନ୍ତ୍ରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri