୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ:ବିଜୟ ମିଶ୍ରଙ୍କୁ ‘ଜୟଦେବ ପୁରସ୍କାର’

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ, ସଂଳାପ ଲେଖକ ତଥା ନାଟ୍ୟକାର ଡ. ବିଜୟ ମିଶ୍ରଙ୍କୁ ୨୦୧୮ ମସିହା ପାଇଁ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯିବ। ସଂଳାପ ରଚନା ଓ ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ବିଜୟଙ୍କୁ ୧ଲକ୍ଷ ଟଙ୍କା ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି। ଏଥିସହ ୨୦୧୮ ମସିହା ଲାଗି ମୋଟ ୨୭ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଡିସେମ୍ବର ୧୯ରେ ଉତ୍କଳ ମଣ୍ଡପଠାରେ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ।
‘ଭିଜା ମାଟିର ସ୍ବର୍ଗ’କୁ ଏଥର ‘ଶ୍ରେଷ୍ଠ ଚଳଚ୍ଚିତ୍ର’ ଭାବେ ‘ମୋହନ ସୁନ୍ଦର ଦେବ ଗୋସ୍ବାମୀ’ ସମ୍ମାନ ପ୍ରଦାନ କରାଯିବ। ୫୦ହଜାର ଟଙ୍କା ଅର୍ଥରାଶି ବିଶିଷ୍ଟ ଏହି ପୁରସ୍କାର ଚଳଚ୍ଚିତ୍ରର ପ୍ରଯୋଜକ ଅକ୍ଷୟ କୁମାର ପରିଜା ଗ୍ରହଣ କରିବେ। ସେହିପରି ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’ ପାଇଁ ଏଥର ‘ଶ୍ରେଷ୍ଠ ନିର୍ଦ୍ଦେଶକ’ଭାବେ ମନମୋହନ ମହାପାତ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇବେ। ‘ଭିଜା ମାଟିର ସ୍ବର୍ଗ’ରେ ଉଲ୍ଲେଖନୀୟ ଅଭିନୟ ପାଇଁ ୨୦୧୮ ବର୍ଷ ଲାଗି ‘ଶ୍ରେଷ୍ଠ ଅଭିନେତା’ ଭାବେ ମିହିର ଦାସ ମନୋନୀତ ହୋଇଛନ୍ତି। ସେହିଭଳି ‘ଚମ୍ପିଆନ୍‌’ ଫିଲ୍ମ ପାଇଁ ଅର୍ଚ୍ଚିତା ସାହୁ ଏଥର ‘ଶ୍ରେଷ୍ଠ ଅଭିନେତ୍ରୀ’ ପୁରସ୍କାର ପାଇବେ। ଚଳଚ୍ଚିତ୍ର ‘ଫେରିଆ କମ୍‌ବ୍ୟାକ୍‌’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ଶାନ୍ତିରାଜ ଖୋସ୍‌ଲାଙ୍କୁ ଏଥର ‘ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ’ଭାବେ ‘ବାଳକୃଷ୍ଣ ଦାଶ ସମ୍ମାନ’ ପ୍ରଦାନ କରାଯିବ। ‘ଓଲେ ଓଲେ ଦିଲ୍‌ ବୋଲେ’ର ଡି. ନିରଞ୍ଜନ ରେଡ୍ଡିଙ୍କୁ ‘ଶ୍ରେଷ୍ଠ ସଂଳାପ ଲେଖକ’, ‘ଫେରିଆ କମ୍‌ବ୍ୟାକ୍‌’ ଚଳଚ୍ଚିତ୍ରର ‘ମାଣକ ପୂରିଲା’ ଗୀତ ପାଇଁ କରୁଣା କରଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ’, ‘ସାଥୀ ତୁ ଫେରିଆ’
ବିଜୟ ମିଶ୍ରଙ୍କୁ …
ଚଳଚ୍ଚିତ୍ରର ‘ଶ୍ରାବଣ ଅଛି ବରଷା ନାହିଁ…’ ଗୀତ ପାଇଁ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ‘ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା’, ‘ଭିଜା ମାଟିର ସ୍ବର୍ଗ’ ଚଳଚ୍ଚିତ୍ରର ଦିଲୀପ ରାୟଙ୍କୁ ‘ଶ୍ରେଷ୍ଠ ଚିତ୍ରଗ୍ରହଣକାରୀ’, ‘ଫେରିଆ କମ୍‌ବ୍ୟାକ୍‌’ ପାଇଁ ଅମରେନ୍ଦ୍ର ମହାପାତ୍ରଙ୍କୁ ‘ଶ୍ରେଷ୍ଠ ସମ୍ପାଦନା’, ‘ସାଥୀ ତୁ ଫେରିଆ’ ଚଳଚ୍ଚିତ୍ରର ‘ଶ୍ରାବଣ ଅଛି ବରଷା ନାହିଁ’ ଗୀତ ପାଇଁ ବସନ୍ତରାଜ୍‌ ସାମଲଙ୍କୁ ‘ଶ୍ରେଷ୍ଠ ଗୀତିକାର’ ଓ ‘ଭିଜା ମାଟିର ସ୍ବର୍ଗ’ ଫିଲ୍ମର ଆଶୁତୋଷ ମହାପାତ୍ରଙ୍କୁ ‘ଶ୍ରେଷ୍ଠ ଚିତ୍ରନାଟ୍ୟ’ ପାଇଁ ସମ୍ମାନିତ କରାଯିବ।
‘ଚମ୍ପିଆନ୍‌’ ଚଳଚ୍ଚିତ୍ରର ମନୋଜ ମିଶ୍ରଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା’, ‘ଫେରିଆ କମ୍‌ବ୍ୟାକ୍‌’ର ଶିବାନୀ ଖରାଙ୍କୁ ‘ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ’, ‘ଦିଓ୍ବାନା ହେଲି ତୋ ପାଇଁ’ର ରାକ୍ଷୀଙ୍କୁ ‘ଶ୍ରେଷ୍ଠ ହାସ୍ୟ ଅଭିନେତା’, ‘ଫେରିଆ କମ୍‌ବ୍ୟାକ୍‌’ର ସାର୍ଥକ ହୋତାଙ୍କୁ ‘ଶ୍ରେଷ୍ଠ ଶିଶୁ କଳାକାର’, ସେହି ଫିଲ୍ମର ସଂଗ୍ରାମ ମହାରଣାଙ୍କୁ ‘ଶ୍ରେଷ୍ଠ କଳା ନିର୍ଦ୍ଦେଶକ’, ‘ଜୀବନର ଚଲାପଥେ’ର ନିତ୍ୟଶ୍ରୀ ରଞ୍ଜନଙ୍କୁ ‘ଶ୍ରେଷ୍ଠ ଶବ୍ଦଗ୍ରହଣକାରୀ’ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ସେହିପରି ସ୍ବତନ୍ତ୍ର ଜୁରି ବିଭାଗରେ ଏଥର ପ୍ରାମାଣିକ ଚଳଚ୍ଚିତ୍ର ‘କହେ ବଲ୍ଲଭ’ ଓ ‘ଜୀବନର ଚଲାପଥେ’ ଚଳଚ୍ଚିତ୍ରର ଅଭିନେତା ସୌମ୍ୟକାନ୍ତ ଖଣ୍ଡାଲୀଙ୍କୁ ପୁରସ୍କୃତ କରାଯିବ। ଚଳିତବର୍ଷ ‘ଶ୍ରେଷ୍ଠ ଶିକ୍ଷାଭିିତ୍ତିକ ଶିଶୁ ଚଳଚ୍ଚିତ୍ର’ ପାଇଁ କେହି ଆବେଦନ କରି ନ ଥିବାବେଳେ ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର’ ବିଭାଗରେ କଲ୍ୟାଣୀ ମିଶ୍ର ଓ ରଣଜିତ ରଥଙ୍କ ‘ଭିନ୍ନ ଭିଟାମାଟି’ ଏବଂ ନୀଳ ମହାପାତ୍ରଙ୍କ ‘ଦି ସନ୍‌ ଅଫ୍‌ ରିଭର୍‌’, ଓଡ଼ିଶାର ଆଦିବାସୀ ଭାଷାରେ ପ୍ରସ୍ତୁତ ଶେଷ୍ଠ ଚଳଚ୍ଚିତ୍ର ବିଭାଗରେ ‘ହୋ’ ସମାଜ ଫିଲ୍ମ ଏକାଡେମୀ ଦ୍ୱାରା ପ୍ରସ୍ତୁତ ‘ଆମାଗେ ଜୁଲି’ ପୁରସ୍କୃତ ହେବ। ‘ଭିଜା ମାଟିର ସ୍ବର୍ଗ’ର ନନ୍ଦଲାଲ ମହାପାତ୍ରଙ୍କୁ ‘ଶ୍ରେଷ୍ଠ ଡାଏଲଗ୍‌ ଲେଖକ’, ‘ଫେରିଆ କମ୍‌ବ୍ୟାକ୍‌’ର ପ୍ରସନ୍ନ ଶତପଥୀଙ୍କୁ ‘ଶ୍ରେଷ୍ଠ ବେଶପୋଷାକ ସଜ୍ଜାକାରୀ’ ଏବଂ ମୁନା ବାବୁଙ୍କୁ ‘ଶ୍ରେଷ୍ଠ ନୃତ୍ୟ ସଂଯୋଜକ’, ‘ଦିଓ୍ବାନା ହେଲି ତୋ ପାଇଁ’ର ସମରେଶ ପାଲଙ୍କୁ ‘ଶ୍ରେଷ୍ଠ ରୂପ ସଜ୍ଜାକାରୀ’ଭାବେ ପୁରସ୍କୃତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ବଢ଼ିଲା ତାତି: ଆଜିଠୁ ୬ ଦିନ ଅସହ୍ୟ ସ୍ଥିତି

ଭୁବନେଶ୍ୱର,୧୧ା୪(ବନ୍ଦନା ସେଠୀ):ରାଜ୍ୟରେ ପୁଣି ପାରଦ ଉପରମୁହଁା ହୋଇଛି। ଝଡ଼ବର୍ଷା କମିଯିବା ପରେ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟର ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୯…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri