୩ଥର ଚମ୍ପଟ ମାରିଥିବା ବିଚାରାଧୀନ କଏଦୀ ଗିରଫ

ଭାପୁର,୧୪।୮(ଡି.ଏନ.ଏ): ଜେଲ ହାଜତରେ ବିଚାରାଧୀନ କଏଦୀ ଭାବେ ଥିବା ଜଣେ ଯୁବକ ୩ ମାସ ମଧ୍ୟରେ ୩ ଥର ଚମ୍ପଟ ମାରିଥିଲେ। ଏହା ଜେଲ କର୍ମଚାରୀ ଓ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା। ମଙ୍ଗଳବାର ସମ୍ପୃକ୍ତ କଏଦୀଙ୍କୁ ଗିରଫ କରାଯାଇଛି। ସେ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ଗ୍ରାମର ତପନ କୁମାର ରାଉତ (୨୭)। ସେ ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଖଣ୍ଡପଡ଼ା ଜେଲ ହାଜତରେ ଥିଲେ। ତେବେ ସମ୍ପୃକ୍ତ କଏଦୀ ଅତି ଚତୁରତାର ସହ ଜୁନ୍‌ ୧୦ ତାରିଖରେ ପ୍ରଥମେ ଖଣ୍ଡପଡ଼ା ଜେଲରୁ ଚମ୍ପଟ ମାରିଥିଲେ। ପୋଲିସ ତାଙ୍କୁ ଗିରଫ କରି ପୁଣି ଜେଲ ହାଜତକୁ ପଠାଇଦେଇଥିଲା। ମାତ୍ର ପୁନର୍ବାର ଚଳିତ ମାସ ୩ ତାରିଖରେ ଖଣ୍ଡପଡ଼ା ଜେଲରୁ ସେ ଖସି ପଳାଇଥିଲେ। ଏହି ଘଟଣାରେ ୨ ଜଣ ଜେଲ କର୍ମଚାରୀ ନିଲମ୍ବିତ ହୋଇଥିଲେ। କଏଦୀ ତପନଙ୍କୁ ପୋଲିସ ଗିରଫ କରି ପୁଣି ଥରେ ଜେଲରେ ରଖିଥିବା ବେଳେ ଗତ ୯ ତାରିଖରେ ଭାପୁର କୋର୍ଟରେ ହାଜର ପାଇଁ ଆଣିଥିଲା। କୋର୍ଟ କାର୍ଯ୍ୟ ଶେଷ ପରେ ତାଙ୍କୁ ପୋଲିସ ଭ୍ୟାନରେ ବସାଇବା ପାଇଁ ନିଆଯାଉଥିବାବେଳେ ପୋଲିସକୁ ଧକ୍କା ମାରି ସେ ତୃତୀୟ ଥର ପାଇଁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ନୟାଗଡ଼ ଏସ୍‌ପି ୫ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଥିଲେ। ଶେଷରେ ଅଭିଯୁକ୍ତ ତପନଙ୍କୁ ମଙ୍ଗଳବାର ମଧ୍ୟାହ୍ନରେ ଫତେଗଡ଼ ଥାନା ଆଇଆଇସି ନିରଞ୍ଜନ ଧିର ସଦଳବଳ ଚଢ଼ାଉ କରି ପଦ୍ମାବତୀ ଗ୍ରାମ ମୁଣ୍ଡରେ ଥିବା ବୁଦାଳିଆ ସ୍ଥାନରୁ ଗିରଫ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri