୩ଟି ପର୍ଯ୍ୟାୟରେ ହେବ ବିଦ୍ୟୁତ୍‌ କାଟ: ୪୪ ହଜାର ଉପଭୋକ୍ତାଙ୍କ ୫୨ କୋଟି ଟଙ୍କା ବକେୟା

ନୟାଗଡ଼ ଅଫିସ,୧୬।୧: ନୟାଗଡ଼ ଜିଲା ସେସୁ ପକ୍ଷରୁ ଗୁରୁବାରଠାରୁ ବକେୟା ବିଲ୍‌ ଥିବା ବିଦ୍ୟୁତ୍‌ ଉପଭୋକ୍ତାଙ୍କର ବିଦ୍ୟୁତ୍‌ କାଟ କରାଯିବ। ୩ଟି ପର୍ଯ୍ୟାୟରେ ବିଦ୍ୟୁତ୍‌ କାଟ ହେବ। ପ୍ରଥମ ପର୍ଯ୍ୟାୟରେ ବିଦ୍ୟୁତ୍‌ ବିଲ୍‌ର ବକେୟା ଟଙ୍କା ଦେଇ ନ ଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ବିଦ୍ୟୁତ୍‌ କାଟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ଲୋଡ଼ଥିବା ଘରୋଇ ଉପଭୋକ୍ତାଙ୍କର ଓ ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କର ବିଦ୍ୟୁତ୍‌ କାଟ କରାଯିବ। ନୟାଗଡ଼ ସେସୁ ଅଧୀନରେ ୧୬ଟି ସେକ୍ସନ ଥିବାବେଳେ ୨ ଲକ୍ଷ ୨ ହଜାର ୪୨୮ ଜଣ ଉପଭୋକ୍ତା ଅଛନ୍ତି। ନଭେମ୍ବର ଶେଷ ସୁଦ୍ଧା ସେମାନଙ୍କ ମଧ୍ୟର ୪୪ହଜାର ଉପଭୋକ୍ତାଙ୍କ ୫୨ କୋଟି ୮୨ ଲକ୍ଷ ୧୪ ହଜାର ୬୦୩ ଟଙ୍କା ବାକି ରହିଛି। ସେହିପରି ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ୨ କୋଟି ୭୭ ଲକ୍ଷ ୨୯ ହଜାର ୯୩୩ ଟଙ୍କା ବକେୟା ରହିଛି। ଏ ନେଇ ବିଭିନ୍ନ ସମୟରେ ସେସୁ ପକ୍ଷରୁ ବିଭାଗ ଓ ଉପଭୋକ୍ତାମାନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଥିରେ କୌଣସି ଫରକ ପଡ଼ିନାହିଁ। ହେଲେ ଗତ ଡିସେମ୍ବର ୧୦ ତାରିଖରେ ବକେୟା ବିଲ୍‌ ରଖିଥିବା ଉପଭୋକ୍ତାଙ୍କ ଜାନୁୟାରୀ ୧୬ରେ ବିଦ୍ୟୁତ୍‌ ସଂଯୋଗ କଟା ହେବା ନେଇ ଘୋଷଣା ହେବା ପରେ ଜିଲା ସେସୁ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ୪୪ ହଜାର ଗ୍ରାହକଙ୍କ ୫୨ କୋଟି ଟଙ୍କା ବକେୟା ଥିବା ନେଇ ସେସୁ ନିର୍ବାହୀଯନ୍ତ୍ରୀ ସୁଜିତ କୁମାର ସାହୁ ପ୍ରକାଶ କରିଛନ୍ତି। ୩୪ ହଜାର ଗ୍ରାହକଙ୍କୁ ଏ ନେଇ ନୋଟିସ୍‌ ଦିଆଯାଇଛି। ପାଖାପାଖି ୧୦ ହଜାର ଗ୍ରାହକ ଡିସେମ୍ବରରେ ପେମେଣ୍ଟ କରିଥିବା ନେଇ ସୂଚନା ଦେଇଥିଲେ। ବିଦ୍ୟୁତ କାଟ ହେବା ପୂର୍ବରୁ ସମସ୍ତ ବିଲ୍‌ ପଇଠ କରିବା ପାଇଁ ସେସୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବା ବେଳେ ଏ ନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ଲୋକଙ୍କୁ ଅବଗତ କରାଯାଇଛି। ଗୁରୁବାରଠାରୁ ବିଦ୍ୟୁତ୍‌ କାଟ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri