୨.୫ ଲକ୍ଷ ଗ୍ରାମପଞ୍ଚାୟତରେ ପହଞ୍ଚିବ ହାଇସ୍ପିଡ୍‌ ଇଣ୍ଟରନେଟ୍‌

ନୂଆଦିଲ୍ଲୀ,୧୯-୭: କେନ୍ଦ୍ର ସରକାର ଭାରତନେଟ୍‌ ପ୍ରକଳ୍ପ ଲାଗି ଅଦ୍ୟାବଧି ୨୦,୪୩୧ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଅର୍ଥ ବ୍ୟୟ କରି ଦେଶର ୨.୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ହାଇସ୍ପିଡ୍‌ ବ୍ରଣ୍ଡବ୍ୟାଣ୍ଡ ନେଟ୍‌ଓ୍ବାର୍କ ସହ ଯୋଡାଯିବ ବୋଲି ସରକାର ପ୍ରକାଶ କରିଛନ୍ତି। ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଗୁରୁବାର ରାଜ୍ୟ ସଭାରେ ଏକ ଲିଖିତ ଜବାବରେ କହିଛନ୍ତି ଯେ, ଦୁଇଟି ପର୍ଯ୍ୟାୟର ଭାରତନେଟ୍‌ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ମୋଟ ୪୫ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଅଧୀନରେ ଦେଶର ୨.୫ ଲକ୍ଷ ଗ୍ରାମ ପଞ୍ଚାୟତକୁ ଓ୍ବାଇ-ଫାଇ ଅଥବା ଅନ୍ୟ କୌଣସି ଉଚିତ୍‌ ବ୍ରଡବ୍ରାଣ୍ଡ ଟେକ୍ନୋଲୋଜି,ଇଣ୍ଟରନେଟ ସେବା ସହ ଯୋଡାଯିବ। ଓ୍ବାଇ-ଫାଇ ଜରିଆରେ ଦେଶରେ ଜଣେ ଗ୍ରାହକ ହାରାହାରି ପ୍ରାୟ ୫୨ ଏମ୍‌ବି ଡାଟା ପ୍ରତି ମାସରେ ବ୍ୟବହାର କରିଥାଏ ବୋଲି ସେ କହିଛନ୍ତି। ୨୦୧୮ ଜୁଲାଇ ୪ ସୁଦ୍ଧା ଦେଶରେ ପ୍ରାୟ ୩,୪୫,୭୭୯ କିମି ଅପ୍ଟିକାଲ ଫାଇବର କେବଲ ବିଛା ଯାଇଛି। ଏହାଦ୍ୱାରା ୧,୩୧,୩୯୨ ଗ୍ରାମ ପଞ୍ଚାୟତକୁ ଯୋଡାଯାଇଛି। ଏଥିମଧ୍ୟରୁ ୧,୨୦,୫୬୨ ଗଁାରେ ଇଣ୍ଟରନେଟ୍‌ ସେବା ମିଳିବାକୁ ଯାଉଛି। ସେ କହିଛନ୍ତି ଯେ, ଭାରତନେଟ୍‌ ପ୍ରକଳ୍ପ ଅଧୀନରେ ସାଟେଲାଇଟ ମିଡିଆ ଜରିଆରେ ପ୍ରାୟ ୩୬୨୦ ଗ୍ରାମ ପଞ୍ଚାୟତକୁ ଯୋଡିବାର ଯୋଜନା ରହିଛି। ଏହି ଗଁାଗୁଡ଼ିକ ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ମିଜୋରାମ୍‌, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ରହିଛି। ଏହି ଗଁାଗୁଡ଼ିକୁ ଜିସାଟ୍‌-୧୧ ଜରିଆରେ ଇଣ୍ଟରନେଟ୍‌ ସଂଯୋଗ ଦିଆଯିବ ବୋଲି ପ୍ରସାଦ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri