୨ ଶିକାରୀ ଗିରଫ,ବନ୍ଧୁକ ଜବତ

କେନ୍ଦୁଝର,୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଓଗାଁ ରେଞ୍ଜ ହରିଚନ୍ଦନପୁର ସେକ୍ସନ ଅଧୀନସ୍ଥ ରେବଣା ସଂରକ୍ଷିତ ପିଠାଗୋଳା-ମରାଗୋଳା ମଧ୍ୟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରି ବନ ବିଭାଗ ୨ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ଅଭିଯୁକ୍ତ ଦ୍ୱୟ ହେଲେ ପିଠାଗୋଳା ଗ୍ରାମର ମନୋଜ ସାହୁ ଓ ଶ୍ରୀମନ୍ତ ସାହୁ। ପଣା ସଂକ୍ରାନ୍ତି ସମୟରେ ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ଲୋକେ ପାରମ୍ପରିକ ସମୂହ ଶିକାର ବା ପାରିଧିରେ ଜଙ୍ଗଲ ଯାଇଥାନ୍ତି। ଏହାର ସୁଯୋଗ ନେଇ ଶିକାରୀମାନେ ଜଙ୍ଗଲକୁ ଯାଇ ଶିକାର କରିଥାନ୍ତି। ତେବେ ଶିକାରୀମାନେ ଜଙ୍ଗଲକୁ ଯାଇଥିବା ଖବରପାଇ ବନ ବିଭାଗ କର୍ମଚାରୀମାନେ ରବିବାର ଚଢ଼ାଉ କରିଥିଲେ। ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ୁଛି ଦିନ, ହେଉନି ଜଳସେଚନ ସୁବିଧା

ଯାଜପୁର ଅଫିସ,୪ା୨: ରାଜ୍ୟରେ ୩୫ ପ୍ରତିଶତ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ୧୮ବର୍ଷ ତଳେ ସରକାର ଘୋଷଣା କରିଥିଲେ। ହେଲେ ବାସ୍ତବରେ...

ନିର୍ମାଣ ହେବ ଦ୍ୱିତୀୟ ବ୍ରାହ୍ମଣୀ ସେତୁ: ଦାଣ୍ଡିଆପାଲ୍ଲୀରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ରାଉରକେଲା ଅଫିସ,୨୦।୭: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦାଣ୍ଡିଆପାଲ୍ଲୀଠାରେ ଶନିବାର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ଉତ୍ତେଜନା ଆଶଙ୍କାରେ...

ଆଜିଠୁ ଭିତରକନିକା ବନ୍ଦ

ରାଜନଗର,୨୬ା୧୨ (ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଠାରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିପାଇଁ...

ଏମ୍‌କେସିଜିରେ ଅକ୍ସିଜେନ୍‌ ଅଭାବ: ଗୁଜବ କହିଲେ ଜିଲାପାଳ

ଛତ୍ରପୁର,୩।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲରେ ଅକ୍ସିଜେନ୍‌ ଅଭାବ ନେଇ ଭିଡିଓ ଭାଇରାଲ ହୋଇଥିଲା। ତେବେ ଅକ୍ସିଜେନ୍‌ର କୌଣସି ଅଭାବ ନ...

ଆଜିଠୁ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ‘ଇଜ୍‌ତମା’

ରସୁଲପୁର,୨୯।୨(ଡିଏନଏ): ବରୀ ନିର୍ବାଚନ ମଣ୍ଡଳୀରେ ରସୁଲପୁର ବ୍ଲକରୁ ସାମିଲ ହୋଇଥିବା ଅଭିବକ୍ତ ବ୍ରହ୍ମବରଦା ଅଞ୍ଚଳରେ ବିଶ୍ୱସ୍ତରୀୟ ଧର୍ମ ସମ୍ମିଳନୀ ଆୟୋଜନକୁ ନେଇ ସମସ୍ତଙ୍କ ମଧ୍ୟରେ ବ୍ୟସ୍ତତା...

କେନାଲରେ ଫସିଲା ଦନ୍ତା

ପରଜଙ୍ଗ, ୩୧।୮(ଡି.ଏନ.ଏ.) – ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟେ ସେକ୍ସନ ଅଧୀନ ଦେଇ ଯାଇଥିବା ରେଙ୍ଗାଳି ମୁଖ୍ୟ ବାମ କେନାଲରେ ଶୁକ୍ରବାର...

ଦୃଷ୍ଟି ଆଢୁଆଳରେ ‘ହାଲୁଆ ଜଳ ପ୍ରପାତ’

ରାୟଗଡ଼ା ଅଫିସ , ୧୨ା୧୨-ରାୟଗଡ଼ା ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର। ସେଥିମଧ୍ୟରୁ ଅନେକ ଲୋକଲୋଚନକୁ ଆସିପାରୁନାହିଁ। ପର୍ଯ୍ୟଟନସ୍ଥଳୀର ଉନ୍ନତି ନେଇ ସରକାର ଲକ୍ଷ...

ବଜ୍ରପାତରେ ନାବାଳିକା ଗୁରୁତର

କେନ୍ଦୁଝର,୧୬ା୫ (ସ୍ବ.ପ୍ର.)-ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକା ଗୁରୁତର ହୋଇଥିବାବେଳେ ୩ ଗୋରୁ ପ୍ରାଣ ହରାଇଛନ୍ତି। ବାଉରୀପଦା ପଞ୍ଚାୟତ କେମ୍ପସଡ଼ା ଗ୍ରାମରେ ଶନିବାର ଅପରାହ୍ନରେ...

Coronavirus Update


Archives

Model This Week

Why Dharitri