୨ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ କୋରାପୁଟ ସହକାରୀ ଜିଲାପାଳ

କୋରୁକୋଣ୍ଡା, ୯।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଗୁରୁବାର କୋରାପୁଟ ସହକାରୀ ଜିଲାପାଳ ଆଲୋକ କୁମାର ଅନୁଗୁଳିଆ ଗସ୍ତ କରିଥିଲେ। ଏହି ଅବସରରେ ଆର୍ଥିକ ଦୁର୍ବଳତା ଯୋଗୁ ଚିକିତ୍ସା ହୋଇପାରୁ ନ ଥିବା ୨ ରୋଗୀଙ୍କ ବିଷୟରେ ସହକାରୀ ଜିଲାପାଳ ଜାଣିବାକୁ ପାଇଥିଲେ। ସେମାନେ ହେଲେ ସୁଭଦ୍ରା ଖରା(୨୫) ଓ ଶଶୀ ଖରା(୧୮)।
ପ୍ରକାଶ ଯେ, ବାଲିମେଳା ୧ ନମ୍ବର ୱାର୍ଡର ସୁଭଦ୍ରାଙ୍କୁ ଭେଟିଥିଲେ। ଯିଏକି କୋରାପୁଟ ଥାନା ଅନ୍ତର୍ଗତ ପଇଦାପୁଟ ଗ୍ରାମର ଅର୍ଜୁନ ଖିଲଙ୍କୁ ବିବାହ କରିଥିଲେ। ବିବାହର ୩ମାସ ପରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ପରେ ସୁଭଦ୍ରା ବାପଘରକୁ ଚାଲିଯାଇଥିଲେ। କିଛି ଦିନ ପରେ ସେ ମାନସିକ ବିକାରଗ୍ରସ୍ତ ହୋଇଯାଇଥିଲେ। ଏହା ଜାଣିବା ପରେ ସହକାରୀ ଜିଲାପାଳ ତାଙ୍କ ପରିବାର ସହ ଭେଟି ଖୁବ୍‌ଶୀଘ୍ର ବିଶାଖାପାଟଣା ବଡ ମେଡିକାଲକୁ ନେଇ ନିଜସ୍ବ ପାଣ୍ଠିରୁ ଚିକିତ୍ସା କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଏହାପରେ ସେ ବାଲିମେଳା ନଗରର ୧୨ ନମ୍ବର ୱାର୍ଡ ଗସ୍ତ କରିଥିଲେ। ସେଠାରେ ସେ ମା’ବାପାଛେଉଣ୍ଡ ଶଶୀ ଖରା(୧୮) ନାମ୍ନୀ ଝିଅକୁ ଭେଟିଥିଲେ। ଦୀର୍ଘ ୬ବର୍ଷ ହେବ ଶଶୀଙ୍କ ଗାଲ ଫୁଲିବାରେ ଲାଗିଛି। ତେଣୁ ନିଜସ୍ବ ପାଣ୍ଠିରୁ ଖର୍ଚ୍ଚକରି ତୁରନ୍ତ ତାଙ୍କର ଚିକିତ୍ସା କୋରାପୁଟ ମେଡିକାଲରେ କରାଯିବ ବୋଲି ସହକାରୀ ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନ୍‌ କବଳରେ ଶିଶୁ: ବାରମ୍ବାର ପଡ଼ିଲା ପରେ ବି…

ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି…

Read more

ନୂଆଦିଲ୍ଲୀ,୨।୨: ଜଣେ ଯାତ୍ରୀ ବିମାନରେ ହଙ୍ଗାମା କରୁଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଡେଲି ମେଲ୍ ଅନୁଯାୟୀ, ଏହି ଘଟଣା…

ରେଷ୍ଟୁରାଣ୍ଟରେ ବିକୁଥିଲେ ମଦ: ଧରାପଡ଼ିଲେ ୩ ମାଲିକ

ଭୁବନେଶ୍ୱର,୨।୨: ଅବକାରୀ ବିଭାଗ ପକ୍ଷରୁ ସୋମବାର ରାଜଧାନୀରେ ବଡ଼ ଧରଣର ଚଢାଉ କରାଯାଇଛି। ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ବିଭାଗ ସୋମବାର ୩ଜଣ ରେଷ୍ଟୁରାଣ୍ଟ ମାଲିକଙ୍କୁ…

ନିର୍ବାଚନ କମିଶନଙ୍କୁ ମମତାଙ୍କ ଚେତାବନୀ: ଦିଲ୍ଲୀରେ ହେବ SIR ଲଢେଇ

ନୂଆଦିଲ୍ଲୀ,୨।୨: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ କଡା ଚେତାବନୀ ଦେଇଛନ୍ତି ମମତା ବାନାର୍ଜୀ। ସେ ଅଭିଯୋଗ କରିଛନ୍ତି ଯେ, ସ୍ପେଶାଲ ଇନଟେନସିଭ ରିଭିଜନ୍ (SIR)…

ଯଦି ପାକିସ୍ତାନ ଫାଇନାଲକୁ ଯାଏ, ତେବେ ଭାରତ ସହ ଖେଳିବ ନା ନାହିଁ: ହୋଇଗଲା ବଡ଼ ନିଷ୍ପତ୍ତି

ଇସଲାମାବାଦ୍‌,୨।୨: ପାକିସ୍ତାନ ୨୦୨୬ ଟି-୨୦ ବିଶ୍ୱକପରେ ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ, ତାଙ୍କ ଦଳ…

ଭାରତର ବଜେଟ୍‌ ଯୋଗୁ କେଉଁ ଦେଶକୁ ବଡ଼ କ୍ଷତି, କାହାକୁ ମିଳିଲା ଫାଇଦା, ଜାଣନ୍ତୁ …

ନୂଆଦିଲ୍ଲୀ,୨।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ କେନ୍ଦ୍ର ବଜେଟ ୨୦୨୬-୨୭ ଉପସ୍ଥାପନ କରିଥିଲେ। ଘରୋଇ ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରିତ ରହିଥିଲେ ମଧ୍ୟ, ବଜେଟ ଭାରତର…

ଲଦାଖକୁ ନେପାଳ, ବାଂଲାଦେଶ କରିବାକୁ ଚାହୁଁଥିଲେ ୱାଙ୍ଗଚୁକ!

ନୂଆଦିଲ୍ଲୀ,୨।୨: ଲଦାଖର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଅଟକ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସୋମବାର ଏହି…

ଇତିହାସ ରଚିଲେ ଜୋସ୍ ବଟଲର୍, ଇଂଲଣ୍ଡ ପାଇଁ ଏପରି ସଫଳତା ହାସଲ…

ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri