୨ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ଶ୍ୟାମାମଣି, ଉପେନ୍ଦ୍ରଙ୍କୁ ‘କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ’

ଭୁବନେଶ୍ୱର, ୧୪ା୧୧(ବ୍ୟୁରୋ): ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ବିଶେଷ ଅବଦାନ ତଥା ଆଜୀବନ ସାଧନା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୭ ଏବଂ ୨୦୧୮ ମସିହା ନିମନ୍ତେ ଏକାଡେମୀର ସର୍ବୋଚ୍ଚ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ ଏବଂ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କ୍ରମରେ ୨୦୧୭ ଲାଗି କଟକର ବିଶିଷ୍ଟ ଓଡ଼ିଶୀ କଣ୍ଠସଙ୍ଗୀତ ଶିଳ୍ପୀ ଡ. ଶ୍ୟାମାମଣି ଦେବୀ ଏବଂ ୨୦୧୮ ନିମନ୍ତେ ଗଞ୍ଜାମର ପ୍ରଖ୍ୟାତ ଦାସକାଠିଆ ଶିଳ୍ପୀ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ।
ଏହି ଅବସରରେ ୨୦୧୭ ଏବଂ ୨୦୧୮ ଦୁଇବର୍ଷ ପାଇଁ ଏକାଡେମୀ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୧୭ ଲାଗି ଓଡ଼ିିଶୀ କଣ୍ଠସଙ୍ଗୀତରେ ଶାନ୍ତିଲତା ବାରିକ ଛୋଟରାୟ, ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତରେ ଅଳକା ଚାନ୍ଦ, ଯନ୍ତ୍ରସଙ୍ଗୀତ-ସୁଶୀର/ତାରରେ ରବିଶଙ୍କର ପ୍ରଧାନ, ଯନ୍ତ୍ରସଙ୍ଗୀତ-ଆନଦ୍ଧ ବାଦ୍ୟରେ କାଳନ୍ଦୀ ଚରଣ ପରିଡ଼ା, ସୁଗମ ସଙ୍ଗୀତରେ ଡ. ସୁଧା ମିଶ୍ର, ଲୋକବାଦ୍ୟରେ ଆଲୋକ ପ୍ରକାଶ ଦାସ, ଲୋକସଙ୍ଗୀତରେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ରଚନାରେ ହେମେନ୍ଦ୍ର ମହାପାତ୍ର, ଅଭିନୟରେ ବୃନ୍ଦାବନ ବାରିକ ଓ ବିଦ୍ୟୁତ୍‌ପ୍ରଭା ପଟ୍ଟନାୟକ, ନିର୍ଦ୍ଦେଶନା କ୍ଷେତ୍ରରେ ପ୍ରସନ୍ନ ମିଶ୍ର, ମଞ୍ଚକଳାରେ ଅନ୍ତର୍ଯ୍ୟାମୀ ପଣ୍ଡା, ଓଡ଼ିଶୀ ନୃତ୍ୟରେ ବ୍ରଜକିଶୋର ମଲ୍ଲିକ, ଲୋକନୃତ୍ୟରେ ନୀଳକଣ୍ଠ ତରେଇ, ଲୋକନାଟ୍ୟରେ ଡ. କେଶରଞ୍ଜନ ପ୍ରଧାନ, ଗୀତି-କବିତାରେ ମୀନାକ୍ଷୀ ଦେବୀଙ୍କୁ ଏକାଡେମୀ ସମ୍ମାନ ଦିଆଯାଇଥିଲା। ସେହିଭଳି ୨୦୧୮ ଲାଗି ଓଡ଼ିଶୀ କଣ୍ଠସଙ୍ଗୀତରେ ସୀମାଞ୍ଚଳ ଦାସ, ହିନ୍ଦୁସ୍ତାନୀ କଣ୍ଠସଙ୍ଗୀତରେ ହରିହର ରଥ, ଯନ୍ତ୍ର ସଙ୍ଗୀତ-ସୁଶୀର/ତାରରେ ରମେଶ ଚନ୍ଦ୍ର ଦାସ, ଯନ୍ତ୍ର ସଙ୍ଗୀତ-ଆନଦ୍ଧ ବାଦ୍ୟରେ ରାଧାକାନ୍ତ ନନ୍ଦ, ସୁଗମ ସଙ୍ଗୀତରେ ଗୀତା ଦାଶ, ଲୋକବାଦ୍ୟରେ ସନ୍ତୋଷ ସୁନା, ଲୋକସଙ୍ଗୀତରେ ବୀଥିକା ଚାଟ୍ଟାର୍ଜୀ, ନାଟ୍ୟ ରଚନାରେ ଡ. ସୁଧାଂଶୁ ନାୟକ, ଅଭିନୟରେ ନିରଞ୍ଜନ ସାହୁ ଓ ଲକ୍ଷ୍ମୀପ୍ରିୟା ମିଶ୍ର, ନାଟ୍ୟ ନିର୍ଦ୍ଦେଶନାରେ ହରେନ ସାହୁ, ମଞ୍ଚକଳାରେ ସଂଗ୍ରାମ କେଶରୀ ମହାରଣା, ଓଡ଼ିଶୀ ନୃତ୍ୟରେ ମୀରା ଦାସ, ଲୋକନୃତ୍ୟରେ ମାଗୁଣି ଜେନା, ଲୋକନାଟ୍ୟରେ ବିଜୟ କୁମାର ବହଳି ଏବଂ ଗୀତି-କବିତାରେ ବଦ୍ରି ମିଶ୍ରଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। କବିସମ୍ରାଟ୍‌ ଉପେନ୍ଦ୍ର ଭଞ୍ଜ ସମ୍ମାନ ବାବଦରେ ୧ଲକ୍ଷ ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଜବତ ଟଙ୍କା, ସମ୍ପତ୍ତି ତାଲିକା

କଟକ ଅଫିସ,୧୩।୧୦: ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ି ଗିରଫ ହୋଇଥିବା ୩ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କଠାରୁ ଦିନକୁ ଦିନ ଅଧିକ ତଥ୍ୟ ମିଳିବାରେ ଲାଗିଛି। ସେମାନଙ୍କୁ...

ଏସ୍‌ପି ଅଫିସ ଆଗରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ

ଛତ୍ରପୁର,୧୪ା୫(ଡି.ଏନ୍‌.ଏ.): ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ଅଫିସ ଆଗରେ ଶନିବାର ସନ୍ଧ୍ୟାରେ ଜଣେ ଯୁବକ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେ ହେଲେ ରମ୍ଭା ଥାନା ଅଧୀନ ବୋରିଗାଁର ବାଦଲ...

କଟକରେ ନକଲି ମୃଦୁ ପାନୀୟ କାରଖାନା

କଟକ ଅଫିସ, ୭ା୫: କଟକ ନକଲି ଓ ଅପମିଶ୍ରିତ କାରବାରର ପେଣ୍ଠସ୍ଥଳ ପାଲଟିଛି। ପୂର୍ବରୁ ବେଆଇନ କାରଖାନାରେ ପୋଲିସ ଚଢ଼ାଉ କରି ନକଲି ସିମେଣ୍ଟ, ଚା,...

ରାଜ୍ୟ ଜମି ଦେଲେ ଭୁବନେଶ୍ୱରରେ ଶୀଘ୍ର ନୂଆ ଏୟାରପୋର୍ଟ: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ନିର୍ମାଣ ହେବ ନୂଆ ଅନ୍ତର୍ଜାତୀୟ ଏୟାରପୋର୍ଟ। ରାଜ୍ୟ ସରକାର ଯେତେଶୀଘ୍ର ଜମି ଯୋଗାଇ ଦେବେ, ସେତେ ଶୀଘ୍ର କାର୍ଯ୍ୟ ଆରମ୍ଭ...

ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ...

ବିଧାନସଭାରେ ଶୋକ

ଭୁବନେଶ୍ୱର, ୧୫।୨ (ବ୍ୟୁରୋ): ୮ ଜଣ ପୂର୍ବତନ ମନ୍ତ୍ରୀ, ବିଧାନସଭାର ପୂର୍ବତନ ସଦସ୍ୟଙ୍କ ବିୟୋଗରେ ଶୁକ୍ରବାର ଗୃହରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣ...

ମାସ୍କ ଜୀବନ ସହ ଜଡିତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବା ବେଳେ ଏହାକୁ ରୋକିବା ସକାଶେ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି। କିଛି ନିର୍ଦ୍ଦିଷ୍ଟ ସାବଧାନତା ରକ୍ଷା...

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଓଏଫ୍‌ଡିସି ସୁପରଭାଇଜର, ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଗିରଫ

ଝାରସୁଗୁଡା ଅଫିସ୍‌/ଲଖନପୁର,୫।୧୧(ଡି.ଏନ୍‌.ଏ)-ଝାରସୁଗୁଡା ଓଡିଶା ଫରେଷ୍ଟ୍‌ ଡେଭ୍‌ଲପ୍‌ମେଣ୍ଟ କର୍ପୋରେଶନ(ଓଏଫ୍‌ଡିସି)ସୁପରଭାଇଜର୍‌ ସୁମନ୍ତ ପାଇକରାୟ ଜଣେ କାଠ ବ୍ୟବସାୟୀଙ୍କ ନିକଟରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ମଙ୍ଗଳବାର ଧରାପଡିଛନ୍ତି। ତାଙ୍କ...

Advertisement
Archives

Model This Week