Posted inଫୁରସତ

୨ ବର୍ଷରେ ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ ବଡ଼ ଏରୋପ୍ଲେନ୍‌

ପ୍ୟାରିସ୍‌,୧୪।୩: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଖାଇବା ଶୈଳୀ ରହିଥାଏ। ଫ୍ରାନ୍ସ୍‌ର ଜଣେ ବ୍ୟକ୍ତି ୨ ବର୍ଷ ମଧ୍ୟରେ ଏକ ବଡ଼ ଏରୋପ୍ଲେନ୍‌କୁ ଖଣ୍ଡ ଖଣ୍ଡ କରି ଖାଇଦେଇଥିଲେ। ଏଭଳି ନିଆରା ଖାଦ୍ୟ ଶୈଳୀ ଥିବା ବ୍ୟକ୍ତି ଥିଲେ ମିଚେଲ ଲୋଟିଟୋ। ଏଭଳି କରି ସେ ଗିନିଜ୍‌ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥିଲେ। ୧୯୫୦ ଜୁନ୍‌ ୧୫ରେ ତାଙ୍କର ଜନ୍ମ ସ୍ଥାନୀୟ ଗ୍ରେନୋବଲଠାରେ ହୋଇଥିଲା। ୧୬ ବର୍ଷ ବୟସରୁ ବିଭିନ୍ନ ମେଟାଲରେ ନିର୍ମିତ ଜିନିଷ ଖାଇବା ସେ ଆରମ୍ଭ କରିଥିଲେ। ପ୍ରକୃତରେ ମିଚେଲଙ୍କୁ ଏକ ପ୍ରକାର ରୋଗ ହୋଇଥିବାରୁ ସେ ଏଭଳି କରୁଥିବା ଡାକ୍ତର କହୁଥିଲେ। ଏହାକୁ ଡାକ୍ତରୀ ଭାଷାରେ ପିକା କୁହାଯାଇଥାଏ। ରୋଗ ଯୋଗୁ ମିଚେଲ ନିଜ ନଖଠାରୁ ଆରମ୍ଭ କରି କାଚ ଟୁକୁଡ଼ା ମଧ୍ୟ ସହଜରେ ଖାଇପାରୁଥିଲେ। ଏସବୁ ସହଜରେ ହଜମ ବି ହେଉଥିଲା। ମାତ୍ର ସାଧାରଣ ମଣିଷଙ୍କ ଉପଯୋଗୀ ଖାଦ୍ୟ ସେ ହଜମ କରି ପାରୁ ନ ଥିଲେ। ୧୯୬୬ରେ ସେ ନିଜ ଅଜବ ଖାଦ୍ୟ ଶୈଳୀର ପ୍ରଦର୍ଶନ ମଧ୍ୟ କରିଥିଲେ । ୧୯୭୮ରେ ସେ ସୈନ୍ୟବାହିନୀର ୧୫୦-ହଓ୍ବାର୍ଡ ବିମାନକୁ ଖାଇବା ଆରମ୍ଭ କରିଥିଲେ। ୧୯୮୦ ବେଳକୁ ବିମାନଟି ଶେଷ ହୋଇଯାଇଥିଲା। ୧୯୫୯ଠାରୁ ୧୯୯୭ ମଧ୍ୟରେ ମିଚେଲ ୮୧୬୪ କିଲୋଗ୍ରାମ୍‌ ମେଟାଲ ଖାଇଦେଇଥିଲେ। ୨୦୦୭ ଜୁନ୍‌ ୨୫ରେ ୫୭ ବର୍ଷ ବୟସରେ ମିଚେଲଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

‘ସେ ଏହାର ଯୋଗ୍ୟ ଥିଲେ’: ବାରୁଇପୁର ବଳାତ୍କାର-ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ନେବାକୁ ମନା କଲେ ମାଆ

କୋଲକାତା,୮।୭: ବାରୁଇପୁର ବଳାତ୍କାର ଏବଂ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଭାସ ମଣ୍ଡଳଙ୍କ ମାଆ ବୁଧବାର କହିଛନ୍ତି ଯେ ସେ ତାଙ୍କ ପୁଅର ମୃତଦେହ ଦାବି କରିବେ…

ଭିଜିଲାନ୍ସ ପଞ୍ଝାରେ ଖଣି ଉପନିର୍ଦ୍ଦେଶକ: ଏକକାଳୀନ ଚଢ଼ାଉବେଳେ ଘରୁ ମିଳିଲା ଏତେ ଟଙ୍କା

କୋରାପୁଟ/ଜୟପୁର,୮।୭ (ଅମିତାଭ ବେହେରା/ପବନ ପାଣିଗ୍ରାହୀ): ଜୟପୁରସ୍ଥିତ ଖଣି ବିଭାଗର ଉପନିର୍ଦ୍ଦେଶକ ସତ୍ୟଜିତ୍‌ ରାଉତ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡିଛନ୍ତି। ବାଲିଘାଟ…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର କାଠ ସହ…

ଧାମନଗର,୮ା୭(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନରେ ଖୋଲାଖୋଲି ଚାଲୁଛି ବେଆଇନ କରତକଳ। ଏହି ବେଆଇନ କରତକଳଗୁଡିକୁ ଧରିବା ପାଇଁ କାର୍ଯ୍ୟରତ ରେଞ୍ଜର ବବୁଲ ମଲିକ…

ସୂର୍ଯ୍ୟ-ବୁଧଙ୍କ ଶୁଭ ସଂଯୋଗ: ଜୁଲାଇ ୧୩ରୁ ଚମକିବ ଏହି ୪ ରାଶିର ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ସୂର୍ଯ୍ୟ ଓ ବୁଧଙ୍କ ମିଳନରେ ଗଠିତ ହେଉଛି ଶୁଭ ‘ବୁଧାଦିତ୍ୟ ଯୋଗ’ (ସୂର୍ଯ୍ୟ ଓ ବୁଧଙ୍କ ଯୁତି)। ଆସନ୍ତା ଜୁଲାଇ ୧୩ ତାରିଖ ସକାଳ ୬ଟା ୫୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri