୨ ଦିନରେ ବଦଳି ଗଲା ସିଏସ୍‌ଓଙ୍କ ନିଷ୍ପତ୍ତି

ଫୁଲବାଣୀ ଅଫିସ, ୩୦|୬-କନ୍ଧମାଳ ଜିଲା ଯୋଗାଣ ବିଭାଗର ଚାଲିଥିବା କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି। ଏକ ଟ୍ରାନ୍ସପୋର୍ଟକୁ କିପରି ଯୋଗାଣ ବିଭାଗ ସହଯୋଗ କରୁଛି ତାହା ଏକ ଚିଠିରୁ ସ୍ପଷ୍ଟ ହୋଇଛି। କାହିଁକି ଏବଂ କେଉଁ ସ୍ବାର୍ଥରେ ସେହି ଟ୍ରାନ୍ସପୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପିଡିଏସ୍‌(ସାଧାରଣ ବଣ୍ଟନ ବ୍ୟବସ୍ଥା) ଚାଉଳ ବଣ୍ଟନ ଲାଗି ଟେଣ୍ଡର ଅନୁସାରେ କନ୍ଧମାଳ ଏବଂ ବୌଦ୍ଧ ଜିଲାର ମିଲରଙ୍କଠାରୁ ଚାଉଳ ଆଣି ପିଇଜି ଗୋଦାମରେ ରଖି ସେଠାରୁ ରିଟେଲ ସେଣ୍ଟର(ପଞ୍ଚାୟତ)କୁ ପଠାଯିବା ନିୟମ ରହିଛି। ମାତ୍ର ଏହାକୁ ଅଣଦେଖା କରାଯାଉଛି। ଟେଣ୍ଡରଧାରୀ ସମ୍ପୃକ୍ତ ଟ୍ରାନ୍ସପୋର୍ଟ ଏହି ୨ ଜିଲାରୁ ଚାଉଳ ନ ଆଣି କଳାହାଣ୍ଡିରୁ ଆଣି ସିଧାସଳଖ ପଞ୍ଚାୟତକୁ ପଠାଉଛି। ଘଟଣା ସମ୍ପର୍କରେ ଖୋଦ ଜିଲା ଯୋଗାଣ ଅଧିକାରୀ ଗତ ୨୨ ତାରିଖରେ ଚିଠି କରି ଚାଉଳ କେବଳ କନ୍ଧମାଳ ଏବଂ ବୌଦ୍ଧରୁ ଆସିଲେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏହି ଦୁଇଟି ଜିଲା ବ୍ୟତୀତ ଅନ୍ୟ କେଉଁଠାର ସିଏମ୍‌ଆର(କଷ୍ଟମ ମିଲ ରାଇସ) ଗ୍ରହଣ କରାଯିବ ନାହିଁ ଚିଠିରେ ଉଲ୍ଲେଖ କରିଥିଲେ। ହେଲେ ୨ ଦିନ ପରେ ଅର୍ଥାତ ୨୪ ତାରିଖରେ ଅନ୍ୟ ଜିଲାର ସିଏମ୍‌ଆରକୁ ଜିଲା ଯୋଗାଣ ଅଧିକାରୀ ଗ୍ରହଣ କରୁଛନ୍ତି। ଯାହାକୁ ନେଇ ଟ୍ରାନ୍ସପୋର୍ଟ ଏବଂ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଥିବା ସ୍ପଷ୍ଟ ବାରି ହୋଇପଡିଛି। କାରଣ ପିଇଜି ଗୋଦାମ ଏବଂ ଟେଣ୍ଡରଧାରୀ ଟ୍ରାନ୍ସପୋର୍ଟ ହେଉଛି ଜଣଙ୍କର। ଜିଲା ଯୋଗାଣ ଅଧିକାରୀ ଚିଠି ନଂ.୨୫୪ ତା.୨୨ା୬ା୧୯ରେ ସମ୍ପୃକ୍ତ ପିଇଜି ଗୋଦାମର ଆରଆରସି/ଡିଏସ୍‌ସି ଇନଚାର୍ଜ(ରାଇସ ରିସିଭିଂ ସେଣ୍ଟର କମ୍‌ ଡିପାର୍ଟମେଣ୍ଟାଲ ଷ୍ଟୋରେଜ ସେଣ୍ଟର) ଅର୍ଥାତ ବିଭାଗୀୟ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଯଦି କିଛି ଅନିୟମିତତା ପରିଲକ୍ଷିତ ହେବ ତାହାଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି। ହେଲେ ମାତ୍ର ୨ ଦିନ ପରେ ସମ୍ପୃକ୍ତ ଟ୍ରାନ୍ସପୋର୍ଟର ସିଏମ୍‌ଆରକୁ ଖୋଦ ଜିଲା ଯୋଗାଣ ଅଧିକାରୀ ଗ୍ରହଣ କରିଛନ୍ତି। ଏ ନେଇ ଜିଲା ଯୋଗାଣ ଅଧିକାରୀ ସୁବୋଧ ମଲ୍ଲିକଙ୍କୁ ପଚାରିବାରୁ, ଆମେ ଚିଠି କରିଥିଲୁ, ଟେଲିଫୋନରେ ନିର୍ଦ୍ଦେଶ ଆସିଲା କଳାହାଣ୍ଡି ଚାଉଳ ଗ୍ରହଣ କରିବାକୁ, ତେଣୁ ଆମେ ତାହାକୁ ଗ୍ରହଣ କରିଛୁ। ତେବେ ଏଠାରେ କଥା ଉଠୁଛି ସରକାରୀ କାର୍ଯ୍ୟରେ ଟେଲିଫୋନରେ କ’ଣ କାହାକୁ ନିର୍ଦ୍ଦେଶ ଦିଆଯାଏ। ଏହା ସତ ନା ଏହା ପଛରେ ଆଉ କ’ଣ କାରଣ ରହିଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକ ବୋଲି ଜିଲାର ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୬ତାରିଖରେ ପିଡିଏସ୍‌ ଟେଣ୍ଡରରେ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟକୁ ଅନୁକମ୍ପା ସମ୍ପର୍କିତ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା। ଏଥିରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଜିଲାର ଏକ ନିର୍ଦ୍ଦିଷ୍ଟ ଟ୍ରାନ୍ସପୋର୍ଟକୁ ଅନୁକମ୍ପା ପ୍ରଦର୍ଶନ କରାଯାଉଛି। ସିଙ୍ଗଲ ଟେଣ୍ଡର ବାତିଲ କରିବାକୁ ନିୟମ ରହିଥିବା ବେଳେ ଜିଲା ପ୍ରଶାସନ ଏବଂ ଯୋଗାଣ ବିଭାଗ ସବୁ ନିୟମକୁ ପଛରେ ପକାଇ ସମ୍ପୃକ୍ତ ଟ୍ରାନ୍ସପୋର୍ଟକୁ ପିଡିଏସ୍‌(ସାଧାରଣ ବଣ୍ଟନ ବ୍ୟବସ୍ଥା) ଚାଉଲ ବଣ୍ଟନ ପାଇଁ ଟେଣ୍ଡର ପ୍ରଦାନ କରୁଛି। ଚଳିତ ବର୍ଷ ପିଡିଏସ୍‌ ଚାଉଳ ବଣ୍ଟନ ପାଇଁ ପୁଣି ସେହି ଟ୍ରାନ୍ସପୋର୍ଟକୁ ଏହା ଦେବା ପାଇଁ ସମସ୍ତ ପ୍ରସ୍ତୁିତି ଶେଷ ହୋଇଛି। ଏହି ଅନିୟମିତତାକୁ ନେଇ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଥିବା ଏବଂ ଉଭୟ ଲେଭଲ-୧ ଏବଂ ଲେଭଲ-୨ରେ ଏହି ଅନିୟମିତତା କରାଯାଇଛି ବୋଲି ଉଲ୍ଲେଖ ଥିଲା। ଶନିବାର ଯୋଗାଣ ବିଭାଗ ତରବରିଆ ଭାବେ ସିଙ୍ଗଲ ଟେଣ୍ଡର ହୋଇଥିବା ଲେଭଲ-୨ ଟ୍ରାନ୍ସପୋର୍ଟ ପାଇଁ ପୁଣି ଥରେ ଟେଣ୍ଡର ଆହ୍ବାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri