Posted inଜାତୀୟ

୨ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର,୨୫-୧୦:ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ୨ ଜଣ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀ ଗୁଳିକରି ହତ୍ୟା କରିଛନ୍ତି। ସେମାନେ ଗୁରୁବାର ସନ୍ଧ୍ୟାରେ ସେଓ ଆଣିବାକୁ ଟ୍ରକ୍‌ ନେଇ ଯାଇଥିଲାବେଳେ ଆତଙ୍କବାଦୀମାନେ ସେମାନଙ୍କୁ ଗୁଳି କରିବା ସହ ଟ୍ରକ୍‌କୁ ଜାଳିଦେଇଥିଲେ। ଅନ୍ୟ ଜଣେ ଡ୍ରାଇଭର ଆକ୍ରମଣରେ ଆହତ ହୋଇଛନ୍ତି। କଶ୍ମୀର ଉପତ୍ୟକାରେ ୩ ଦିନରେ ଆତଙ୍କବାଦୀଙ୍କର ଏହା ତୃତୀୟ ଆକ୍ରମଣ। ପୂର୍ବରୁ ସେମାନେ ରାଜସ୍ଥାନର ଜଣେ ଶ୍ରମିକ ଓ ଟ୍ରକ୍‌ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ। ଟ୍ରକ୍‌ ଡ୍ରାଇଭରମାନେ ସୂଚନା ନ ଦେଇ ଉପତ୍ୟକାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବେଶ କରୁଥିବାରୁ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ମୃତ ଡ୍ରାଇଭରଙ୍କ ମଧ୍ୟରୁ ଜଣକ ଘର ରାଜସ୍ଥାନର ଅଲଓ୍ବରରେ ଓ ତାଙ୍କ ନାମ ମହମ୍ମଦ ଇଲିୟାସ ବୋଲି ଜଣାପଡିଛି। ଆହତ ଡ୍ରାଇଭର ଘର ପଞ୍ଜାବର ହୋଶିଆରପୁରରେ ତାଙ୍କୁ ଶ୍ରୀନଗରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ମାଲିକଙ୍କ ପାଇଁ ମାର୍ଗଦର୍ଶିକା ଜାରି କଲା ମୁମ୍ବାଇ ପୋଲିସ…

ମୁମ୍ବାଇ,୯।୩ : ଘର ମାଲିକଙ୍କଠାରୁ ଭଡ଼ାଟିଆଙ୍କ ବିବରଣୀ ମାଗିବା ପାଇଁ ମୁମ୍ବାଇ ପୋଲିସ ଏକ ମାର୍ଗଦର୍ଶିକା ଜାରି କରିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ନିର୍ଦ୍ଦେଶ...

ଲକ୍‌ଡାଉନ ୪.୦: ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ କର୍ଫ୍ୟୁ

କୋଲକାତା,୧୮।୫: କରୋନା ଭାଇରସ୍‌ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ୪.୦ର ସୋମବାର ହେଉଛି ପ୍ରଥମ ଦିନ। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ...

ଜୋ ବାଇଡେନ, ବୋରିସ ଜନସନଙ୍କୁ ପଛରେ ପକାଇ ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦି ଆଗରେ

ୱାଶିଂଟନ/ନୂଆଦିଲ୍ଲୀ,୨୧ ।୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ...

ଏମିତି ଏକ ରୋବଟ, ଯାହା କରୋନା ରୋଗୀଙ୍କୁ କରିବ ସହାୟତା

ରାଞ୍ଚି,୪ା୧୦: ଝାଡ଼ଖଣ୍ଡର ଜାମସେଦପୁରରେ ରହୁଥିବା ଦୁଇ ଭାଇ ଏମିତି ଏକ ରୋବଟ ପ୍ରସ୍ତୁତ କରିଛନ୍ତି, ଯାହା ୩୬୦ ଡିଗ୍ରୀରେ ଘୂରୁଛି। ଖାଲି ଘୂରୁନି ଘରଠୁ ଆରମ୍ଭ...

ଗତ ୨୪ ଘଣ୍ଟାରେ ଦେଶରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ...

‘ତାଳି ନ ବଜାଇ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରନ୍ତୁ ସରକାର’: ରାହୁଲ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଭାରତରେ ମଧ୍ୟ କରୋନାର ପ୍ରଭାବ କିଛି କମ୍‌ ନାହିଁ। ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

ଏହି କାରଣ ଲାଗି ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କଲେ ୯୪ ବର୍ଷୀୟା ବୃଦ୍ଧା

ଗୁରୁଗ୍ରାମ, ୮।୯: ହରିୟାଣାର ଗୁରୁଗ୍ରାମରେ ଜଣେ ୯୪ ବର୍ଷୀୟା ବୃଦ୍ଧା ୧୫ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ...

ନିଜ ପରିବାରକୁ ଚିହ୍ନିବାକୁ ମନା କରିଦେଲେ ସିଦ୍ଧୁ!

ଚଣ୍ଡିଗଡ଼,୨୯ ।୧: ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କ ଏନ୍‌ଆର୍‌ଆଇ ଭଉଣୀ ସୁମନ ତୁର ସିଦ୍ଧୁଙ୍କ ପରିବାର ସଦସ୍ୟଙ୍କର ଏକ...

Advertisement
Archives

Model This Week