Posted inଜାତୀୟ

୨୯ ଥର ନିର୍ବାଚନ ଲଢିଥିବା ଭାଜପାର ଯୁବ ଅଧ୍ୟକ୍ଷ ଗୋଟିଏ ଥର ବି ହାରିନାହାଁନ୍ତି

ନୂଆଦିଲ୍ଲୀ,୨୭।୫: ଭାଜପା ଅଧ୍ୟକ୍ଷ ଅମିତ ଶାହ ୫୦ ବର୍ଷ ବୟସରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳି ଥିବାରୁ ତାଙ୍କୁ ସବୁଠାରୁ ଯୁବ ଅଧ୍ୟକ୍ଷ ବୋଲି କୁହାଯାଏ। କେବଳ ସେତିକି ନୁହେଁ ସେ ଭାଜପାର ପରାମର୍ଶଦାତା ଭାବେ ମଧ୍ୟ ବେଶ୍‌ ପରିଚିତ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ତାଙ୍କ ରଣନୀତି ବେଶ୍‌ ଭଲ କାମ କରିଥିବା ବେଳେ ଦଳ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛି। ୨୦୧୪ରେ ଶାହ ଉତ୍ତର ପ୍ରଦେଶରେ ସାଧାରଣ ନିର୍ବାଚନରେ ମାଟ ୮୦ ଆସନରୁ ଭାଜପାକୁ ଦେଇଥିଲେ ୭୩। ସେହିଭଳି ୨୦୧୯ରେ ମଧ୍ୟ ଦଳର ପରାମର୍ଶ ଦାତା, ପ୍ରାର୍ଥୀ ଚୟନ ଏମିତିକି ପ୍ରଚାର ଭଳି ମୁଖ୍ୟ ଦାୟିତ୍ୱ ନେଇ ଭାଜପାକୁ ବିଜୟ ଆଣି ଦେଇଥିବା କୁହାଯାଏ। ସେଥିପାଇଁ ମୋଦିଙ୍କ ପରେ ତାଙ୍କୁ ଭାଜପାର ବଡ ନେତାଭାବେ ଗ୍ରହଣ କରାଯାଏ। ୧୯୬୪ରେ ଜନ୍ମ ନେଇଥିବା ଶାହଙ୍କ ପରିବାରରେ କେହି ସକ୍ରିୟ ରାଜନୀତିରେ ନ ଥିବା ବେଳେ ମାତ୍ର ୧୪ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘରେ ଯୋଗ ଦେଇଥିଲେ। ଆଉ ୧୭ ବର୍ଷ ବୟସରେ ସେ ମୋଦିଙ୍କ ସହ ଭେଟ ହୋଇଥିଲେ। ୨୨ ବର୍ଷ ବୟସରେ ଭାଜପାରେ ସାମିଲ ହେବା ସହ ୩୫ ବର୍ଷ ବୟସରେ ମନ୍ତ୍ରୀ ଓ ୫୦ ବର୍ଷରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିଲେ। ସେ ପ୍ରଥମ ଥର ୧୯୮୮ରେ ପ୍ରାଇମେରୀ କୋଅପରେଟିଭ୍‌ ବଡି ପାଇଁ ନିର୍ବାଚନ ଲଢି ବିଜୟ ଲାଭ କରିଥିଲେ। ସେବେଠାରୁ ଏପର୍ଯ୍ୟନ୍ତ ପ୍ରାୟ ୨୯ଟି ନିର୍ବାଚନ ଲଢିଥିବା ଶାହ ଗୋଟିଏ ବି ନିର୍ବାଚନରେ ହାରି ନ ଥିବା କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri