Posted inଜାତୀୟ

୨୬/୧୧ ମୁମ୍ବାଇ ଆକ୍ରମଣ ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣା ଗିରଫ: ଭାରତକୁ ପ୍ରତ୍ୟର୍ପଣର ହେବ ବିଚାର

ଲସ୍‌ ଏଞ୍ଜେଲସ୍‌/ ନୂଆଦିଲ୍ଲୀ, ୨୦।୬: ମୁମ୍ବାଇ ୧୬/୧୧ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତହଓ୍ବୁର ରାଣାଙ୍କୁ ଲସ୍‌ ଏଞ୍ଜେଲସ୍‌ ପୋଲିସ ଗିରଫ କରିଛି। ମୂଳ ପାକିସ୍ତାନୀ ରାଣା କାନାଡ଼ାରେ ରହି ଲଶ୍କର-ଇ-ତୋଏବା ଆତଙ୍କବାଦୀ ସଂଗଠନକୁ ସହାୟତା ଯୋଗାଉଥିଲେ। ସେ ଗତ ୧୪ ବର୍ଷ ଧରି ସିକାଗୋ ଜେଲ୍‌ରେ ଥିଲେ। ତେବେ ତାଙ୍କ ନମୁନା ପରୀକ୍ଷା କରୋନା ପଜିଟିଭ୍‌ ଆସିବା ପରେ ଗତ ସପ୍ତାହରେ ସେ ଜେଲ୍‌ରୁ ମୁକ୍ତ ହୋଇଥିଲେ। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି ଅପିଲ୍‌ କରାଯାଇଥିଲା। ତେଣୁ ତାଙ୍କୁ ଲସ୍‌ ଏଞ୍ଜେଲସ୍‌ ପୋଲିସ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ଏବଂ ଷଡ଼ଯନ୍ତ୍ର ଅଭିଯୋଗ ରହିଛି। ମାତ୍ର ଆମେରିକାରେ ଗୋଟିଏ ଅପରାଧରେ ଏକାଧିକ ଥର ଦଣ୍ଡାଦେଶ କରାଯାଉ ନ ଥିବାରୁ କୋର୍ଟ ପକ୍ଷରୁ ଆମେରିକା ସରକାରଙ୍କୁ ଜୁନ୍‌ ୨୬ ସୁଦ୍ଧା ତଥ୍ୟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜୁନ୍‌ ୧୧ରେ ଶୁଣାଣି ହୋଇଥିବାବେଳେ ଏହାର ପରବର୍ତ୍ତୀ ଶୁଣାଣି ଜୁନ୍‌ ୩୦ରେ ହେବ। ଜୁନ ୨୨ ସୁଦ୍ଧା ଜାମିନ ଆବେଦନ କରିବାକୁ ରାଣାଙ୍କ ଆଇନଜୀବୀଙ୍କୁ କୁହାଯାଇଛି। ସୂଚନାଯୋଗ୍ୟ, ୧୨ ବର୍ଷ ତଳେ ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୦ ଜଣ ଆତଙ୍କବାଦୀ ସାମିଲ୍‌ ହୋଇଥିଲେ। ସେମାଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଜମଲ କସାବଙ୍କୁ ଗିରଫ କରାଯାଇଥିଲା। ପରେ କସାବଙ୍କୁ ଫାଶୀ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତିଥରା ହତ୍ୟାକାଣ୍ଡ; ସ୍ତ୍ରୀଙ୍କ ମୁଣ୍ଡକୁ କାଟି ଫ୍ରିଜରେ ରଖିଲେ ସ୍ବାମୀ, ଆଙ୍ଗୁଠିକୁ…..

ଗୁଆହାଟୀ,୭।୯: ଆସାମର ଗୁଆହାଟୀରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ବିବାହର ମାତ୍ର କିଛି ମାସ ପରେ ୨୫ ବର୍ଷୀୟା ରିୟା ତାଲୁକଦାରଙ୍କ ମୃତଦେହ ତାଙ୍କ…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ଦାରିଙ୍ଗବାଡ଼ିରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ: ବାଲ୍ୟବିବାହ ରୋକିବା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ମିଶନଶକ୍ତି ଗୃହ ପରିସର ମଧ୍ୟରେ ସୋମବାର ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ । ଏଥିରେ…

ସ୍କ୍ରବ୍‌ ଟାଇଫସ୍‌: ଏମାନଙ୍କ ସଂସ୍ପର୍ଶରେ ଆସିଲେ ହୋଇଥାଏ ଏହି ରୋଗ

ସ୍କ୍ରବ୍‌ ଟାଇଫସ୍‌ ଏକ ସଂକ୍ରାମକ ରୋଗ ଓ ଏହା ରିକେଟ୍‌ସିଆ ଗ୍ରୁପ୍‌ର ଜୀବାଣୁ ଓରିଏନସିଆ ସୁସୁଗାମୁଷି ଜୀବାଣୁ ଦ୍ୱାରା ହୋଇଥାଏ। ଏହି ଜୀବାଣୁ ଜଉପୋକ, ଲୁଣିଆ ପୋକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ଜାଣନ୍ତୁ କେମିତି ନିୟନ୍ତ୍ରଣରେ ରହିବ ବ୍ଲଡ୍‌ପ୍ରେସର

ରକ୍ତଚାପ ବା ବ୍ଲଡପ୍ରେସର ଦୁଇ ଭାଗରେ ବିଭକ୍ତ, ଯଥା- ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡପ୍ରେସର, ଲୋ ବ୍ଲଡପ୍ରେସର ବା ନିମ୍ନ ରକ୍ତଚାପ। ବିଶେଷଭାବରେ ଲୋ ବ୍ଲଡପ୍ରେସର…

ଚର୍ଚ୍ଚିତ ଗୌଣ ଗ୍ରହ ଆପୋଫିସ୍‌

ଆମ ସୌରଜଗତରେ ମଙ୍ଗଳ ଓ ବୃହସ୍ପତି ଗ୍ରହଦ୍ୱୟ କକ୍ଷ ମଝିରେ ଅନେକଗୁଡିଏ କ୍ଷୁଦ୍ର ଜ୍ୟୋତିର୍ବିଦୀୟ ପିଣ୍ଡ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି। ଏଗୁଡିକ ଗ୍ରହାଣୁ ବା ଗୌଣଗ୍ରହ କୁହାଯାଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri