୨୬ ଜିଲାକୁ ମାଡ଼ିଲାଣି କରୋନା: ଗଞ୍ଜାମରେ ୩୪୧ ସଂକ୍ରମିତ ଚିହ୍ନଟ; ଜାଣନ୍ତୁ କେଉଁ ଜିଲାରେ କେତେ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଶନିବାର ଆଉ ୮୦ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ସେଥିରୁ ୮୨୬ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୩୬ଜଣ ସୁସ୍ଥ ହୋଇ ଫେରୁଛନ୍ତି। ସେହିଭଳି ୭ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଜିଲାଓ୍ବାରୀ କରୋନା ତଥ୍ୟକୁ ଯଦି ଦେଖାଯାଏ ତେବେ ସର୍ବାଧିକ ଆକ୍ରାନ୍ତ ଜିଲାଭାବେ ଗଞ୍ଜାମ ଶୀର୍ଷରେ ରହିଛି।

ଗଞ୍ଜାମରୁ ୧୯ ଆକ୍ରାନ୍ତ ଚିହ୍ନଟ ହେବା ପରେ ପଜିଟିଭ୍‌ ସଂଖ୍ୟା ୩୪୧ରେ ପହଞ୍ଚିଛି। ଯାଜପୁରରୁ ୧୪ ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା ୨୩୯ ହୋଇଛି। ବାଲେଶ୍ୱରରୁ ନୂଆ ୩ ଆକ୍ରାନ୍ତ ପରେ ସଂଖ୍ୟା ୧୨୮ ହୋଇଛି। ପୁରୀରୁ ନୂଆ ୧୭ ଚିହ୍ନଟ ପରେ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୬୫ ହୋଇଛି। କଟକରେ ପୁଣି ଜଣେ ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା ୫୭ ହୋଇଛି। ବଲାଙ୍ଗୀରରୁ ଜଣେ ପଜିଟିଭ୍‌ ସ୍ପଷ୍ଟ ହେବା ପରେ ସଂଖ୍ୟା ୯ରେ ପହଞ୍ଚିଛି। ମାଲକାନଗିରିରୁ ଆଉ ୫ ଚିହ୍ନଟ ହେବା ପରେ ପଜିଟିଭ୍‌ ସଂଖ୍ୟା ୮ ହୋଇଛି। କନ୍ଧମାଳରୁ ଆଉ ୨ ଚିହ୍ନଟ ପରେ ପଜିଟିଭ୍‌ ସଂଖ୍ୟା ୫ ହୋଇଛି। ଝାରସୁଗୁଡ଼ାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ଜିଲାରେ ପଜିଟିଭ୍‌ ସଂଖ୍ୟା ୫ ହୋଇଛି।

ମୋଟାମୋଟି ଭାବେ ଦେଖିବାକୁ ଗଲେ ଏବେ ଯାଜପୁର ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଜିଲା ରହିଛି। ଏହାପରେ ବାଲେଶ୍ୱରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୨୮, ଭଦ୍ରକରେ ୯୮, ଖୋର୍ଦ୍ଧାରେ ୭୪, ପୁରୀରେ ୬୫, କଟକରେ ୫୭, କେନ୍ଦ୍ରାପଡ଼ାରେ ୪୦, ସୁନ୍ଦରଗଡ଼-ବୌଦ୍ଧରେ ୩୩, ନୟାଗଡ଼ରେ ୩୨, ଜଗତସିଂହପୁରରେ ୩୦, ଅନୁଗୋଳରେ ୧୯, ମୟୂରଭଞ୍ଜରେ ୧୪, କଳାହାଣ୍ଡିରେ ୧୩, କେନ୍ଦୁଝରରେ ୧୧, ବଲାଙ୍ଗୀରରେ ୯, ମାଲକାନଗିରିରେ ୮, ସମ୍ବଲପୁର-ଝାରସୁଗୁଡ଼ାରେ ୫, ଗଜପତିରେ ୪, ଢ଼େଙ୍କାନାଳ-ଦେବଗଡ଼ରେ ୨, ନବରଙ୍ଗପୁର-କୋରାପୁଟରେ ୧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ଜଙ୍ଗଲରେ ବଣଭୋଜି ବେଳେ କାଳବୈଶାଖୀର କୋପ: ଗଛ ଡାଳ ପଡ଼ି ଆଖି ବୁଜିଲେ ମହିଳା, ସ୍ତବ୍ଧ ପରିବାର

କୋରାପୁଟ,୧୦।୬ (ଅମିତାଭ ବେହେରା): କୋରାପୁଟରେ ବଣଭୋଜି ବେଳେ ଏକ ଦୁଃଖଦ ଅଘଟଣ ଘଟିଛି। କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସମୟରେ ଗଛର ଏକ ବଡ଼ ଡାଳ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri