୨୪ ଘଣ୍ଟା ମଧ୍ୟରେ ଲଘୁଚାପ : ୫ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୫ ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ ସେହି ଜିଲାଗୁଡିକ ହେଲା କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ଓ ଝାରସୁଗୁଡ଼ା। ଏହା ସହ ଓଡ଼ିଶାର ଅନେକ ସ୍ଥାନରେ ଅଳ୍ପ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହା ସହ ରାଜ୍ୟର ଅନ୍ୟାନ୍ୟ କେତେକ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ରବିବାର ସକାଳ ୮ ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ ହୋଇଥିବା ବର୍ଷାର ମାତ୍ରା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ସର୍ବାଧିକ ୭୮.୨ ମିମି, ବାରିପଦାରେ ୬୩ .୪, କଟକ ୩୯.୪, ଭୁବନେଶ୍ୱରରେ ୨୮, ସୁନ୍ଦରଗଡ଼ ୨୫, ଓ ତାଳଚେରରେ ୩୫ ମିମି ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଖ୍ୟାତ ଅପରାଧୀ ମୁସିମ ଏନ୍‌କାଉଣ୍ଟରରେ ଆହତ

ସମ୍ବଲପୁର ଅଫିସ୍‌,୨।୯: ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ମୁସିମ ଅଖତାର ଆହତ ହୋଇଛି। ସୋମବାର ଭୋର ୫ଟା ୨୦ ମିନଟରେ ସିଟି ଷ୍ଟେସନ ନିକଟରେ ଏହି ଏନକାଉଣ୍ଟର...

ପାଣିଘେରରେ ୨୦ ପରିବାର

ରୂପସା,୧୬।୯(ଡି.ଏନ.ଏ.)-ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ କସିପଦା ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ ପରିବାର ପାଣି ଘେରରେ ଜୀବନ ବିତାଉଛନ୍ତି। ଗାଁ...

ସ୍ଥାଣୁ ପାଲଟିଛି ବ୍ରିଟ୍‌

ବାଲେଶ୍ୱର ଅଫିସ, ୨।୧୧-ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ୍‌)) ଜିଲାର ଏକ ପ୍ରମୁଖ ଏବଂ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଉନ୍ନୟନକାରୀ ସଂସ୍ଥା। ରାସ୍ତାଘାଟଠାରୁ ଆରମ୍ଭ କରି...

ମହୁ ପାଇଁ ଜଙ୍ଗଲ ଜଳୁଛି

କେନ୍ଦ୍ରାପଡ଼ା ଅଫିସ, ୯ା୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୪ ବର୍ଷ ମଧ୍ୟରେ ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର...

ପିପିଇ ଖରିଦକୁ ମନ୍ତ୍ରିସ୍ତରୀୟ ମଞ୍ଜୁରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟି ମଞ୍ଜୁରୀ ଦେଇଛି।...

ଅନିଶ୍ଚିତତାରେ ନୀଳାଚଳ ଅକ୍ସିଜେନ ପ୍ଲାଣ୍ଟରୁ ଉତ୍ପାଦନ

ଯାଜପୁର ଅଫିସ,୨୫ା୪: କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦେଶରେ ମେଡିକାଲ ଅକ୍ସିଜେନର ବହୁଳ ଚାହିଦା ରହିଛି। ଏହାର ଅଭାବରୁ ରୋଗୀମାନଙ୍କ ମୃତ୍ୟୁ ଘଟୁଥିବାରୁ ଦେଶରେ ହାହାକାର...

ଭୁବନେଶ୍ୱରରୁ ଆଜି ପୁଣି ୨୪ ପଜିିଟିଭ୍‌ ଚିହ୍ନଟ: ୪୨ ସୁସ୍ଥ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଆସୁଛି ଲଘୁଚାପ: ୨୯ରୁ ଉପକୂଳରେ ବର୍ଷିବ

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଗତ ୩/୪ ଦିନ ହେବ ରାଜ୍ୟରେ ମୌସୁମୀ ଉଭାନ ହୋଇ ଯାଇଛି। ବର୍ଷା ଚାଡି ଯାଇଥିବା ବେଳେ ପୁଣି ଖରା ଓ ଗରମ ଆରମ୍ଭ...

Advertisement
Archives

Model This Week