Posted inଜାତୀୟ

୨୪ ଘଣ୍ଟାରେ ୮ ହଜାର ୯୦୯ ନୂଆ ଆକ୍ରାନ୍ତ ଚିହ୍ନଟ: କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ,୩।୬ : ମହାମାରୀ କରୋନା ଭାରତରେ କାୟା ବିସ୍ତାର କରିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୯୦୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ସେହପରି ୨୪ ଘଣ୍ଟାରେ ଦେଶରେ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୨ ଲକ୍ଷ ୭ ହଜାର ୬୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୦୩ ଜଣ ସୁସ୍ଥ ହୋଇଥିବା ବେଳେ ୫ ହଜାର ୮୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦେଶରେ ୧ ଲକ୍ଷ ୧ ହଜାର ୪୯୭ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ୨ ହଜାର ୪୬୫ ଲୋକଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭୨ ହଜାର ଟପିଛି। ଦ୍ୱିତୀୟରେ ତାମିଲନାଡୁ ରହିଛି। ଏଠାରେ ଏପର୍ଯ୍ୟନ୍ତ ୨୪ ହଜାରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୧୯୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ତାଲିକାର ତୃତୀୟରେ ରହିଛି ଦିଲ୍ଲୀ। ରାଜ୍ୟରେ ଏପର୍ଯ୍ୟନ୍ତ ୨୨ ଜହାର ୧୩୨ଟି ମାମଲା ସାମ୍ନାକୁ ଆସିଛି। ସେଥିମଧ୍ୟରୁ ୫୫୬ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ୟୁପି କେବଳ, ଦେଶରେ ନୁହେଁ ଅଷ୍ଟ୍ରେଲିଆରେ ହୋଇଛି ପ୍ରଶଂସିତ’

ଲକ୍ଷ୍ନୌ,୧୬।୭: ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାଜପା ନିଜର ମିଶନ ଆରମ୍ଭ କରିଦେଇଛି। ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ ପରେ ଭାଜପା...

ଇଞ୍ଜେକଶନ୍‌ରେ ପାଣି ଭର୍ତ୍ତି କରି ୨୮୦୦୦ ଟଙ୍କାରେ ବିକ୍ରି….

ନାଗପୁର,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଥିବାବେଳେ ନକଲି ଇଞ୍ଜେକଶନ୍‌ କାରବାର ହେଉଥିବା ଅଭିଯୋଗ ହେଉଛି। ମହାରାଷ୍ଟ୍ରରେ ରେମଡେସିଭିର୍‌ କରୋନା ଇଞ୍ଜେକଶନରେ ପାଣି ଭର୍ତ୍ତି...

୮ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୩।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

କୃଷି ଆଇନ ନ ହଟିବା ପଛରେ ଅଦୃଶ୍ୟ ଶକ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ସ୍ଥିତି ଅଣାୟତ ହୋଇଛି। ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ଜାତୀୟ...

ରାଜ୍ୟସଭା ମାର୍ଶଲଙ୍କ ଡ୍ରେସକୁ ନେଇ ତେଜିଲା ବିବାଦ: ବାଚସ୍ପତି କହିଲେ, କରାଯିବ ପୁନର୍ବିଚାର

ନୂଆଦିଲ୍ଲୀ,୧୯।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ରାଜ୍ୟସଭାର ୨୫୦ତମ ଅଧିବେଶନ ଅବସରରେ ଗୃହରେ କିଛି ପରିବର୍ତ୍ତନ କରାଯାଇଛି। ଗୃହ ଆରମ୍ଭ ହେବା ସମୟରେ...

ଖୋଲିଲା ବଦ୍ରିନାଥ ମନ୍ଦିର, ଭକ୍ତଙ୍କୁ ମିଳିଲାନି ଅନୁମତି

ଚାମୋଲି,୧୫।୫: ଦୀର୍ଘଦିନ ପରେ ଶୁକ୍ରବାର ଭୋର ପ୍ରାୟ ୪ଟା ୩୦ରେ ଖୋଲିଛି ବଦ୍ରିନାଥ ମନ୍ଦିର। ପ୍ରଥମେ ଶୀତଦିନିଆ ତୁଷାରପାତ ଓ ଏହାପରେ କରୋନା ସଂକ୍ରମଣ ଯୋଗୁ...

ଆଜି ପ୍ରଧାନମନ୍ତ୍ରୀଙ୍କ ଟୁଇଟର ବାର୍ତ୍ତା: ରାଜ୍ୟପାଳଙ୍କୁ ସମ୍ବୋଧିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩।୪: କରୋନା ସଂକ୍ରମଣ ରୋକିବା ଲାଗି ସଚେତନା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ପୂର୍ବାହ୍ନ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଛୋଟ ଭିଡିଓ ମେସେଜ...

କମ୍‌ ପରିମାଣର ନିଶାଦ୍ରବ୍ୟର ବ୍ୟକ୍ତିଗତ ବ୍ୟବହାରକୁ ଅପରାଧ ଭାବେ ବିବେଚନା ନ କରିବାକୁ ଆବେଦନ…

ନୂଆଦିଲ୍ଲୀ,୨୮।୧୦: ମାଦକ ଦ୍ରବ୍ୟ ସେବନ ନେଇ ସେଲିବ୍ରିଟି ଯୁବବର୍ଗଙ୍କ ହାଇ ପ୍ରୋଫାଇଲ ଗିରଫ ମାମଲାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ କରାଯାଇଛି।...

Advertisement
Archives

Model This Week