୨୪ ଘଣ୍ଟାରେ ୪୬ ହଜାର ନୂଆ ମାମଲା

ଓ୍ବାଶିଂଟନ/ଲଣ୍ଡନ/ବ୍ରାଜିଲିଆ, ୧୭।୫: କରୋନା ଭୂତାଣୁ ଲୋକଙ୍କ ନିଦ ହଜାଇ ଦେଇଛି। ପ୍ରାଣଘାତୀ କରୋନା କବଳରୁ ବର୍ତ୍ତିବା ଲାଗି କାହାରିକୁ ବାଟ ଦେଖାଯାଉ ନାହିଁ। ଗତ ୪ ମାସରୁ ଊର୍ଦ୍ଧ୍ୱକାଳ ବିଶ୍ୱବାସୀ ଭୂତାଣୁର ଚକ୍ରବୂ୍ୟହ ଭିତରେ ଫସି ରହିଛନ୍ତି। ଏବେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬.୬୬ ଲକ୍ଷରୁ ଅଧିକ ହୋଇଥିବା ବେଳେ ପ୍ରାଣ ହରାଇଲେଣି ୩ ଲକ୍ଷ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ। ସବୁଠାରୁ ବଡ଼କଥା ହେଲା ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ନୂଆ ମାମଲା ସାମ୍ନାକୁ ଆସିବା। ଏହା ପରେ ଗୋଟିଏ ଦିନରେ ୧୭ ଶହରୁ ଅଧିକ ଜୀବନ ଯାଇଛି। ଗତ କିଛିଦିନ ହେବ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ରହିଥିବା ବେଳେ ଆମେରିକା ଜଟିଳ ସ୍ଥିତିରେ ରହିଛି। ଏଠାରେ ୧୪.୮୭ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୮, ୬୬୮କୁ ବୃଦ୍ଧିପାଇଛି। କେବଳ ଶନିବାର ଏଠାରେ ୩୬ ଶହରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ଉଗ୍ର ସଂକ୍ରମଣ ଦେଶ ତାଲିକାରେ ରୁଷିଆ ତୃତୀୟ, ବ୍ରାଜିଲ ଷଷ୍ଠ ଦେଶ ଭାବେ ଉଭା ହୋଇଛନ୍ତି। ରୁଷିଆରେ ଶନିବାର ୯,୨୦୦ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ୨,୦୭୦ ନୂଆ ମାମଲା ସାମ୍ନାକୁ ଆସିଛି। ରୁଷିଆରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨.୭୨ ଲକ୍ଷରୁ ଅଧିକ ଥିବାବେଳେ ବ୍ରାଜିଲରେ ୨.୨୦ ଲକ୍ଷରୁ ଅଧିକ ସଂକ୍ରମିତ ଅଛନ୍ତି।
ଦ୍ୱିତୀୟ ସର୍ବାଧିକ ସଂକ୍ରମିତ ଦେଶ ସ୍ପେନ୍‌ରେ ୨,୭୬ ଲକ୍ଷ ଲୋକ କରୋନା କବଳିତ ହୋଇଥିବା ବେଳେ ୨୭,୫୬୩ ଜଣ ପ୍ରାଣ ହରାଇଲେଣି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨ ହଜାରରୁ ଊର୍ଦ୍ଧ୍ୱ ନୂଆ ରୋଗୀ ସୃଷ୍ଟି ହୋଇଛନ୍ତି। ଚତୁର୍ଥ ସର୍ବାଧିକ ସଂକ୍ରମିତ ତାଲିକାରେ ଥିବା ବ୍ରିଟେନରେ ୨.୪୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଅଛନ୍ତି। ଏଠାରେ ଏପର୍ଯ୍ୟନ୍ତ ୩୪, ୪୬୬ ବ୍ୟକ୍ତି ପ୍ରାଣ ହରାଇଲେଣି। ଇଟାଲୀରେ ୩୧,୬୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨.୨୩ ଲକ୍ଷ ଉପରେ ରହିଛି। ଫ୍ରାନ୍ସ, ଜର୍ମାନୀ, ତୁର୍କୀ ଓ ଇରାନରେ ୬ ଲକ୍ଷରୁ ଅଧିକ ସଂକ୍ରମିତ ରହିଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୪୬ ହଜାରରୁ ଊର୍ଦ୍ଧ୍ୱ। କେବଳ ଫ୍ରାନ୍ସରେ ୨୭, ୫୨୯ ଜଣଙ୍କ ଭୂତାଣୁ ଆକ୍ରାନ୍ତରେ ମୃତ୍ୟୁ ଘଟିଛି। ଏହାଛଡ଼ା ଭାରତରେ ୨,୭୬୦, ପେରୁରେ ୨,୩୯୨, ଚାଇନାରେ ୪,୬୩୩, କାନାଡାରେ ୫,୫୬୨, ବେଲଜିୟମରେ ୯,୦୦୫, ମେକ୍ସିକୋରେ ୪,୭୬୭, ନେଦରଲାଣ୍ଡ୍ସ୍‌ରେ ୫,୬୭୦, ସ୍ବିଡେନରେ ୩,୬୭୪ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ପରିସ୍ଥିତି ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ଏଥିରୁ ମୁକୁଳିବାର ବାଟ ଦିଶୁନାହିଁ। ଅର୍ଥନୀତି ଭୁଶୁଡ଼ିବାରେ ଲାଗିଛି। ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କୁ କାମଧନ୍ଦା ମିଳୁନି। କଳ କାରଖାନା ବନ୍ଦହୋଇ ପଡ଼ିଛି। ଚାରିଆଡ଼ ଅନ୍ଧାର ଦିଶୁଛି। କୌଣସି ସଫଳ ଔଷଧ ବାହାରି ନ ଥିବାରୁ କେବଳ ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri