୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି

ନୂଆଦିଲ୍ଲୀ, ୧୪।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୨୬ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୯ ହଜାର ୧୯୫ ଛୁଇଁଛି। ଇତିମଧ୍ୟରେ ଲକ୍ଷେ ୬୨ ହଜାର ୩୭୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି ହୋଇଛି। ଗତ ୨୪ ଘଣ୍ଟାରେ ୧୧ ହଜାର ୯୨୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୪ ହଜାର ୫୬୮ ଥିବାବେଳେ ମୃତକଙ୍କ ସଂଖ୍ୟା ୩ ହଜାର ୮୩୦ ଛୁଇଁଛି। ମହାରାଷ୍ଟ୍ର ପଛକୁ ସଂକ୍ରମିତ ତାଲିକାରେ ତାମିଲନାଡୁ ରହିଛି। ଏଠାରେ ୪୨ ହଜାର ୬୮୭ ଜଣ ସଂକ୍ରମିତ ରହିଛନ୍ତି। ସେହିପରି ଏଠାରେ ମୃତକଙ୍କ ସଂଖ୍ୟା ୩୯୭ ରହିଛି। ଏହି ତାଲିକାର ତୃତୀୟ ସ୍ଥାନରେ ଦିଲ୍ଲୀ ରହିଛି। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୩୮ ହଜାର ୯୫୮ ଥିବାବେଳେ ମୃତକଙ୍କ ସଂଖ୍ୟା ୧୨୭୧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୟାନୁବର୍ତ୍ତିତାରେ ଭାରତୀୟ ରେଳ ପଛୁଆ: ଆର୍‌ଟିଆଇ ରିପୋର୍ଟ

ନୂଆଦିଲ୍ଲୀ,୧୯।୧୦: ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସମୟାନୁବର୍ତ୍ତିତାରେ ଏହା ପଛୁଆ ରହିଥିବା ସୂଚନା ଅଧିକାର...

ରୋଷେଇ ଘର ପାଣି ପାଇପରୁ ବାହାରିଲା ମଦ: ଲୋକେ ଆଶ୍ଚର୍ଯ୍ୟ

ତ୍ରିଶୂର,୬।୨: ଘରକୁ ଦିଆଯାଇଥିବା ପାଣି ପାଇପରୁ ପାଣି ବଦଳରେ ମଦ ବାହାରିବା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ତେବେ କେରଳର ତ୍ରିଶୂର...

ଭୟ ନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୩।୩(ପି.ଟି.):କରୋନାକୁ ନେଇ ଭୟ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଅତି ଜରୁରୀ ନ ଥିଲେ ଭ୍ରମଣରେ ନ ଯିବା ଓ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୭ ଜୀବନ

ଭୁବନେଶ୍ୱର,୨୨।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ବୁଧବାର ରାଜ୍ୟରେ କରୋନାଜନିତ ୬୭ଜଣଙ୍କର ମୃତ୍ୟୁ ଘଟିଛି।...

ଏସିଡିଟିରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ଅଧୁଆ ମୁହଁରେ କରନ୍ତୁ ଏପରି…

ପ୍ରତିଦିନ ସକାଳେ ମୁହଁ ନ ଧୋଇ ଦେଢ଼ ଗ୍ଲାସ୍‌ ବାସି ପାଣି ପିଇଲେ ଅନେକ ଉପକାର ମିଳିଥାଏ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏପରି କଲେ...

ଲକ୍‌ଡାଉନ୍‌କୁ ଭୟ ନାହିଁ, ଦେଶରେ ମହଜୁଦ୍‌ ରହିଛି ଖାଦ୍ୟ-ଔଷଧ-ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ: ଅମିତ ଶାହା

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ...

ହଟିଲା ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି କଟକଣା

ନୂଆଦିଲ୍ଲୀ,୮ା୪: ଆମେରିକା ସମେତ କରୋନା ଭୂତାଣୁ ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକୁ ଭାରତ ଔଷଧ ଯୋଗାଇଦେବ। ଏବେ ମ୍ୟାଲେରିଆ ନିରାକରଣ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଏବଂ ପାରାସିଟାମଲ...

ମନେ ପଡନ୍ତି ବାପୁ

ନୂଆଦିଲ୍ଲୀ,୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଗୁରୁବାର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗାନ୍ଧିଜୀ...

Advertisement


Archives

Model This Week