୨୨ ହଜାର ଟପିଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ, ୨୭ା୩: ବିଶ୍ୱବ୍ୟାପୀ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ବିଭିନ୍ନ ପ୍ରଶାସନିକ କଟକଣା ସତ୍ତ୍ୱେ ଏହାକୁ ରୋକିବା କଷ୍ଟକର ହୋଇପଡ଼ିଛି। ଅଦ୍ୟାବଧି କରୋନାରେ ମୃତ୍ୟୁସଂଖ୍ୟା ୨୨,୦୬୭ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୪,୮୮,୪୨୬କୁ ବୃଦ୍ଧିପାଇଛି। ୧ ଲକ୍ଷ ୧୭ ହଜାରରୁ ଅଧିକ ସଂକ୍ରମିତ ବ୍ୟକ୍ତି ସୁସ୍ଥହୋଇ ଫେରିଥିବା ଜଣାପଡ଼ିଛି। ପ୍ରାଣଘାତୀ ଏହି ଭୂତାଣୁ ଚାଇନା ପରେ ଏବେ ଇଟାଲୀ ଓ ସ୍ପେନ୍‌ରେ ତାଣ୍ଡବ ରଚୁଛି। ଚାଇନାରେ କରୋନା ମୃତ୍ୟୁସଂଖ୍ୟା ୩,୨୮୭ ରହିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାରରୁ ଅଧିକ ଅଛନ୍ତି। ହେଲେ ମୃତ୍ୟୁସଂଖ୍ୟା ପୂର୍ବାପେକ୍ଷା ଏଠାରେ କମିଛି। ଅପର ପକ୍ଷରେ ୟୁରୋପୀୟ ଦେଶଗୁଡ଼ିକ କରୋନା ଦ୍ୱାରା ଆତଙ୍କିତ ହୋଇପଡ଼ିଛନ୍ତି। ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୭,୫୦୩ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୭୪, ୩୭୬ରେ ପହଞ୍ଚିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ କାହାର ମୃତ୍ୟୁ ହୋଇ ନ ଥିବା ଜଣାପଡ଼ିଛି। ସ୍ପେନ୍‌ରେ ଏହି ମୃତ୍ୟୁସଂଖ୍ୟା ୪,୦୮୯କୁ ବଢ଼ିଛି। ଗୋଟିଏ ଦିନରେ ଏଠାରେ ୪୪୨ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୫୬, ୧୮୮ ରହିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୧,୦୩୬ ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୬୮, ୬୦୦ରେ ପହଞ୍ଚିଛି। ଇରାନରେ କରୋନା ମୃତ୍ୟୁସଂଖ୍ୟା ୨,୨୩୪କୁ ବୃଦ୍ଧିପାଇଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ୨୯, ୪୦୬କୁ ବୃଦ୍ଧିପାଇଛି। ଫ୍ରାନ୍ସରେ ୧,୩୩୧ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଜର୍ମାନୀରେ ୨୨୨, ସ୍ବିଜରଲାଣ୍ଡରେ ୧୭୧, ବ୍ରିଟେନରେ ୪୬୫, ଦକ୍ଷିଣ କୋରିଆରେ ୧୩୧, ନେଦରଲାଣ୍ଡ୍ସରେ ୩୫୬, ବେଲଜିୟମ୍‌ରେ ୨୨୦, ବ୍ରାଜିଲ, ସ୍ବୀଡେନ, ତୁର୍କୀ ଓ ପର୍ତ୍ତୃଗାଲରେ ୬୦ ଲେଖାଏ, ଡେନ୍‌ମାର୍କରେ ୪୩ ବ୍ୟକ୍ତି ପ୍ରାଣ ହରାଇଥିବା ଜଣାପଡ଼ିଛି। ଭାରତରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚି ଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୬୯୭କୁ ବୃଦ୍ଧି ପାଇଛି। ବିଶ୍ୱର ୧୯୭ ଦେଶକୁ କରୋନା ସଂକ୍ରମିତ ହୋଇଥିବା ବେଳେ ବିଭିନ୍ନ ଦେଶ ପକ୍ଷରୁ ବ୍ୟାପକ କଟକଣା ଲଗାଯାଇଛି।

ଭାରତରେ ଗଲାଣି ୧୬ ଜୀବନ

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଭାବେ ୭୮ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣରେ ଜମ୍ମୁ-କଶ୍ମୀର ଓ ରାଜସ୍ଥାନରେ ପ୍ରଥମ ମୃତ୍ୟୁ ଘଟଣା ପଦାକୁ ଆସିଛି। କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କର ଗୁରୁବାର ଶ୍ରୀନଗର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ସେ ଚେଷ୍ଟ ଡିଜିଜ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଉଚ୍ଚ ରକ୍ତଚାପ, ମଧୁମେହ ଓ ମେଦବହୁଳତା ଆଦି ସମସ୍ୟା ଥିଲା। ଏହା ବ୍ୟତୀତ ରାଜସ୍ଥାନରେ ନାରାୟଣ ସିଂ(୭୩) ନାମକ ଜଣେ ବ୍ୟକ୍ତି କରୋନା ଦ୍ୱାରା ଗୁରୁବାର ପ୍ରାଣ ହରାଇଛନ୍ତି। ସେ କିଡ୍‌ନୀ, ରକ୍ତଚାପ ସହ ନିଃଶ୍ୱାସ ପ୍ରଶ୍ୱାସ ନେବାର କଷ୍ଟ ଅନୁଭବ କରୁଥିଲେ ବୋଲି ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ପ୍ରକାଶ କରିଛନ୍ତି। ସ୍ଥାନୀୟ ବଙ୍ଗଦ ହସ୍ପିଟାଲରେ ବ୍ରେନ୍‌ଷ୍ଟ୍ରୋକ ହେବା ପରେ ଏହି ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।
ମିଶାଇ ଭାରତରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୭୧୮ ହୋଇଛି। ସେଥିରୁ ୬୫୯ଟି ସକ୍ରିୟ ମାମଲା ଥିବାବେଳେ ୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୧୨୮ ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ସେଠାରେ ୪ ଜଣଙ୍କ ମୃତ୍ୟୁ ଘଟିଲାଣି। ଦେଶ ୨୧ ଦିନ ଲାଗି ଲକ୍‌ଡାଉନରେ ରହିଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। କେବଳ ମହାରାଷ୍ଟ୍ରରେ ଦିନକ ଭିତରେ ୨୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। କେରଳରେ ନୂଆ ୯ ମାମଲା ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପରେ ସର୍ବାଧିକ ସଂକ୍ରମିତ ଏହି ରାଜ୍ୟରେ ଅଛନ୍ତି। ଏଠାରେ ୧୧୮ ପଜିଟିଭ୍‌ ମାମଲା ଦେଖିବାକୁ ମିଳିଛି। ତେଲଙ୍ଗାନାରେ ୪୧, ଗୁଜରାଟରେ ୩୮, ଦିଲ୍ଲୀରେ ୩୫, ମଧ୍ୟପ୍ରଦେଶରେ ୧୪କୁ ବୃଦ୍ଧିପାଇଛି। ମାର୍ଚ୍ଚ ୨୧ ପରଠାରୁ ଏପର୍ଯ୍ୟନ୍ତ ଦେଶକୁ ୬୪ ହଜାର ଲୋକ ଫେରିଥିବା ବେଳେ ୮ ହଜାରଙ୍କୁ କ୍ୱାରାଣ୍ଟାଇନ୍‌ରେ ଓ ୫୬ ହଜାରଙ୍କୁ ଆଇସୋଲେଶନରେ ରଖାଯାଇଛି। ବସନ୍ତ ଓ ପୋଲିଓକୁ ସହଜରେ ହଟାଇଥିବା ଭାରତ କୋଭିଡ-୧୯କୁ ମଧ୍ୟ ସଫଳ ଭାବେ ମୁକାବିଲା କରିବାର କ୍ଷମତା ରଖିଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri