Posted inଜାତୀୟ

୨୨୫ ଜଳକ୍ଳିଷ୍ଟ ଜିଲାରେ କେନ୍ଦ୍ରୀୟ ପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୭ା୬(ପି.ଟି.): କେତେଜଣ ଅତିରିକ୍ତ ଓ ଯୁଗ୍ମ ସଚିବଙ୍କ ସମେତ ୨୨୫ ବରିଷ୍ଠ ଅଧିକାରୀଙ୍କୁ ଜଳାଭାବ ଦେଖାଦେଉଥିବା ଜିଲାଗୁଡ଼ିକର ଇନ୍‌-ଚାର୍ଜ (ପ୍ରଭାରୀ) ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ଦେଶର ଜଳକ୍ଳିଷ୍ଟ ଜିଲାଗୁଡ଼ିକରେ ପ୍ରାକୃତିକ ସମ୍ବଳର ସଂରକ୍ଷଣ ପାଇଁ ସେମାନଙ୍କୁ ଦାୟିତ୍ୱ ଦିଆଯାଇଛି।
୩୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନ ୨୨୫ ଜିଲାକୁ ଜଳକ୍ଳିଷ୍ଟ ଜିଲା ଭାବେ ଚିହ୍ନଟ କରାଯାଇଛି। ଏହି ଜିଲାଗୁଡ଼ିକର ୧,୫୯୩ ବ୍ଲକ୍‌ରେ ଜଳାଭାବ ରହିଥିବାବେଳେ ସେଥିରୁ ୩୧୩ଟିରେ ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ଏହି ସମସ୍ୟା ଦୂର କରିବା ପାଇଁ କେନ୍ଦ୍ର ସରକାର ଜୁଲାଇ ୧ରେ ଜଳଶକ୍ତି ଅଭିଯାନ (ଜେଏସ୍‌ଏ) ଆରମ୍ଭ କରିବାକୁ ଯାଉଛନ୍ତି। ଦେଶର ୨୨୫ ଜଳକ୍ଳିଷ୍ଟ ଜିଲାରେ ଏହାର ସଂଯୋଜନା କରିବା ଲାଗି ସରକାର କେନ୍ଦ୍ରୀୟ ପ୍ରଭାରୀ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ନେଇ ବୁଧବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହି ନବନିଯୁକ୍ତ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଅଫିସରମାନଙ୍କୁ ନେଇ ଗଠିତ ଏକ ଟିମ୍‌ରେ ସାମିଲ ହେବେ। ଉକ୍ତ ଟିମ୍‌ରେ ନିର୍ଦ୍ଦେଶକ କିମ୍ବା ଉପସଚିବ ସ୍ତର ଅଧିକାରୀ, ଭୂତଳ ଜଳ ବିଜ୍ଞାନୀ ଓ ଯନ୍ତ୍ରୀ ସାମିଲ ହେବେ। ସେହିପରି ରାଜ୍ୟ ଓ ଜିଲା ସ୍ତରରେ ମଧ୍ୟ ଟିମ୍‌ ଗଠନ କରାଯିବ। ଏହି ଟିମ୍‌ଗୁଡ଼ିକ ଚିହ୍ନଟ କରାଯାଇଥିବା ବ୍ଲକ୍‌ ଓ ଜିଲାଗୁଡ଼ିକୁ ପରିଦର୍ଶନ କରି ଜଳାଭାବ ଦୂର ଲାଗି ଯୋଜନାର ରୂପାୟନକୁ ସଂଯୋଜନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ତେଲକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତର ବଡ଼ ଗେମ୍‌!

ମସ୍କୋ,୧୪।୩: ଇରାନରେ ଚାଲିଥିବା ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ଯୋଗୁଁ, ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହେଉଛି। ସମ୍ପ୍ରତି, ବିଶ୍ୱ ବଜାରରେ ତୈଳ…

ବିରାଟ କୋହଲି ନୁହେଁ, ଏହି ଖେଳାଳି RCBର ଅଧିନାୟକ! ଦିନେଶ କାର୍ତ୍ତିକ ବାଝିଲେ ପ୍ଲେ-୧୧

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପୂର୍ବରୁ, RCB ବ୍ୟାଟିଂ ପ୍ରଶିକ୍ଷକ ଦିନେଶ କାର୍ତ୍ତିକ ତାଙ୍କର ପସନ୍ଦର “RCB ଅଲ-ଟାଇମ ଏକାଦଶ” ଚୟନ କରିଛନ୍ତି। ଐତିହାସିକ…

ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ କଲା ଇରାନ: ଚାରିଆଡ଼େ ଧୂଆଁମୟ

ଓ୍ବାଶିଂଟନ୍‌,୧୪।୩: ଇସ୍ରାଏଲ ଏବଂ ଆମେରିକା ନିରନ୍ତର ଇରାନ ଉପରେ ଆକ୍ରମଣ କରୁଛନ୍ତି। ଯୁଦ୍ଧକୁ ୧୫ ଦିନ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶେଷ ହେବାର କୌଣସି ସଙ୍କେତ ନାହିଁ।…

ଶୋଷ ମେଣ୍ଟାଇବା ପାଇଁ ରୋଗକୁ ଆମନ୍ତ୍ରଣ! ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଉଠିଲା ପ୍ରଶ୍ନ

ଧର୍ମଶାଳା ୧୪।୩(ଶିବ ପ୍ରସାଦ ମହାନ୍ତି): ଜଳ ହିଁ ଜୀବନ। ଶୋଷ ମେଣ୍ଟାଇବାକୁ ଆମେ ଜଳକୁ ପିଇଥାଉ। ତେବେ ବଜାରରେ ବିକ୍ରି ହେଉଥିବା ପାଣିର ବିଶୁଦ୍ଧତାକୁ ନେଇ ଏବେ…

ଡ୍ରୋନ ସର୍ଭେ ଦ୍ୱାରା ଜଙ୍ଗଲ ନିଆଁ ଚିହ୍ନଟ, ରାତିସାରା ଅକ୍ଲାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ବନବିଭାଗ

ପାଟଣା,୧୪।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ ଅଟେଈ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ରାତି ୨ଟାରେ ଲାଗିଥିବା ନିଆଁକୁ ବନବିଭାଗ କର୍ମଚାରୀ…

ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ: ସଙ୍କଟରେ ବନ୍ୟଜନ୍ତୁ

ଉଦଳା,୧୪।୩(ସନ୍ତୋଷ କୁମାର ବାଛିନୀ): ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ। ଶିମିଳିପାଳର ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗିଛି ନିଆଁ। ୩ ରୁ ୪ ଘଣ୍ଟା ହେବ ଜଳି ଚାଲିଛି ନିଆଁ।…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri