୨୨ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର,୧୮।୬(ବ୍ୟୁରୋ): ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ହେଲାଣି। ଆସନ୍ତା ୪/୫ ଦିନ ପରେ ମୌସୁମୀ ରାଜ୍ୟକୁ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀକୁ ରାଜ୍ୟକୁ ଟାଣି ଆଣିବାକୁ ଉତ୍ତର ବଙ୍ଗୋପସାଗରରେ ମଧ୍ୟ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୨୨ ତାରିଖ ବେଳକୁ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି। ଏଥିସହିତ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏ ସବୁ ସଙ୍କେତ ମୌସୁମୀ ଆଗମନକୁ ସୂଚାଉଛି ବୋଲି ପାଣିପାଗ ବିଭାଗ କହୁଛି। ଆସନ୍ତା ୨୦ ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ଛୁଇଁବା ସମ୍ଭାବନା ରହିଛି। ୨୩ ଓ ୨୪ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାରେ ମୌସୁମୀ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ କେରଳରେ ପ୍ରବଳ ବର୍ଷା ହେବ। ଏହାପରେ ମୌସୁମୀ ଧୀରେ ଧୀରେ ଆଗକୁ ବଢ଼ିବ। ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ପ୍ରଭାବରେ ମୌସୁମୀ ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି। ନିର୍ଦ୍ଧାରିତ ସମୟ(ଜୁନ୍‌ ୧୦)ରେ ମୌସୁମୀ ଆସିପାରୁ ନ ଥିବାରୁ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେଲାଣି। ଚାଷୀମାନେ ବର୍ଷାକୁ ଅନାଇ ହତାଶ ହେଲେଣି।
ମୌସୁମୀ ଆସିବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ କଟକରେ ୧୪.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୧.୧, ପୁରୀ ୦.୨, ଝାରସୁଗୁଡା ୨.୮, ସମ୍ବଲପୁର ୧.୦, ସୁନ୍ଦରଗଡ ୮.୦, ହୀରାକୁଦ ୩.୬, ଭବାନୀପାଟଣା ୧୯, ବଲାଙ୍ଗୀର ୩, କୋରାପୁଟ ୧୭, ଟିଟିଲାଗଡ ୧୮, ମାଲକାନଗିରି ୫ ଏବଂ ସୋନପୁରରେ ୧.୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଏହି ସମୟରେ ଉପକୂଳ ଜିଲା ସମେତ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଓ ବୌଦ୍ଧ ଜିଲାରେ ଘଡ଼ଘଡ଼ି ସହ ଝଡ଼ତୋଫାନ ହେବ ବୋଲି ପାଣିପାଗ ବିଭାଗ ସତର୍କ କରିଛି। ବର୍ଷା ଓ ମେଘୁଆ ପାଗ ହେଉଥିବାରୁ ରାଜ୍ୟରେ ଗତ କିଛିଦିନ ଧରି ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ରାଜ୍ୟର ସମସ୍ତ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଯାଇଛି। ସୁନ୍ଦରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୩୮.୪, ପାରାଦୀପ ୩୭, ବାରିପଦା ୩୭.୮, ଝାରସୁଗୁଡା ୩୮.୪, ଏବଂ ତାଳଚେର ୩୮.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ଚାଲିଛି ଖଜୁରିମୁଣ୍ଡି ପ୍ରାଥମିକ ବିଦ୍ୟାଳୟ: ୩୮୦ ଜଣ ବିଦ୍ୟାର୍ଥୀଙ୍କୁ ୬ ଶିକ୍ଷୟିତ୍ରୀଶିକ୍ଷକ, ୪ ବର୍ଷ ହେଲା ଆକାଉଣ୍ଟାଣ୍ଟ ପଦବୀ ଖାଲି

କେନ୍ଦୁଝର, ୨୧ା୫(ସ୍ବ.ପ୍ର.)-ବାଂଶପାଳ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଶିକ୍ଷାର ଆଲୋକ ଶିଖା ଜାଳିବା ପାଇଁ ୧୯୭୨ ମସିହାରେ ଖଜୁରିମୁଣ୍ଡିଠାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପରେ...

କୁଶୁନୁପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଜରାଜୀର୍ଣ୍ଣ

ପଟ୍ଟାମୁଣ୍ଡାଇ,୩।୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ...

ଧର୍ମପଦ ପୁରସ୍କାର ଗ୍ରହଣ କଲେ ଯତୀନ ଦାସ

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡ଼େମୀ ତରଫରୁ ଖ୍ୟାତନାମା ଚିତ୍ରଶିଳ୍ପୀ ଯତୀନ ଦାସଙ୍କୁ ଏକଡ଼େମୀର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ପ୍ରଦାନ କରାଯାଇଛି। ୨୦୧୩ ମସିହା...

ଏନ୍‌ଏସି ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ଦିଆଗଲା ନିଯୁକ୍ତି

ପୁରୁଷୋତ୍ତମ ପୁର, ୪।୨(ଡି.ଏନ.ଏ.): ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଆଗେଇ ଆସିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି। ପ୍ରଶାସନ ପକ୍ଷରୁ ମହିଳାଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି...

‘ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ନିଷ୍ପତ୍ତି ଠିକ୍‌ ନୁହେଁ’: ଶ୍ରୀକାନ୍ତ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): କଳିଙ୍ଗ ନଗରସ୍ଥିତ ସରକାରୀ ଉଦ୍ୟୋଗ, ‘ନୀଳାଚଳ ଇସ୍ପାତ କାରଖାନା’କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା...

‘ମଠ ଧ୍ୱଂସସ୍ତୁପ ଉପରେ ବିକାଶର ଚିତ୍ର ଅଙ୍କା ନ ଯାଉ’

ପୁରୀ ଅଫିସ,୧୮ା୯: ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ବୁଧବାର ପୁରୀର ମଠ ସଂସ୍କୃତି, ଐତିହ୍ୟ ସଂରକ୍ଷଣ ଓ ଶ୍ରୀକ୍ଷେତ୍ର ବିକାଶ ଶୀର୍ଷକ ଆଲୋଚନାଚକ୍ର...

ପ୍ରାର୍ଥତ୍ପତ୍ର ଯାଞ୍ଚ ପରେ ବଦଳୁଛି ସମୀକରଣ

ଯାଜପୁର ଅଫିସ,୨୪ା୧: ଦୀର୍ଘବର୍ଷ ହେଲା ହରିଜନ ଓ ଆଦିବାସୀ ମହିଳା, ଖଟିଖିଆ, ଗରିବ, ନିରକ୍ଷର, ଦିନ ମଜୁରିଆଙ୍କ ମୁହଁରେ ବିଜେଡିର ସ୍ବର ଶୁଭୁଥିଲା ।  କିନ୍ତୁ...

ବୁଲା ଗୋରୁ, କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର,୯।୫(ବ୍ୟୁରୋ): କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗୋରୁଗାଈ ଏବଂ ଅନ୍ୟ ପ୍ରାଣୀମାନେ ଖାଦ୍ୟ...

Advertisement
Archives

Model This Week