୨୦ ହଜାର ଟଙ୍କାରେ ୭ ଦିନର ପୁଅ ବିକ୍ରି

ବାଲେଶ୍ୱର ଅଫିସ,୧୪।୯-ଦାରିଦ୍ର୍ୟର ତାଡନା ସହି ନ ପାରି ଏକ ଦମ୍ପତି ତାଙ୍କ ୭ଦିନର ପୁଅକୁ ୨୦ହଜାର ଟଙ୍କାରେ ବିକ୍ରି କରିଦେବା ଘଟଣା ବାଲେଶ୍ୱର ଜିଲା ଦରଘାପଡିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୂଲମଜୁରି ଲାଗୁଥିବା ଅସହାୟ ପିତା ଓ ପର ଘରେ ବାସନ ମାଜୁଥିବା ମା’ ପିଲାକୁ ଲାଳନପାଳନ କରିବାରେ ଅସମର୍ଥ ହୋଇ ଏପରି କରିଥିବା କହିଛନ୍ତି।
ଦରଘାପଡ଼ିଆ ଅଞ୍ଚଳର ଏକ ଦମ୍ପତି(ସେକ୍‌ ପୀରୁ ଖଁା, ସ୍ତ୍ରୀ ହୁଶେନ ବିବି) ଙ୍କର ମୋଟ ୭ଟି ସନ୍ତାନ। ପୂର୍ବରୁ ଥିବା ୬ ସନ୍ତାନଙ୍କୁ ଚଳାଇବା ଉଭୟଙ୍କ ପକ୍ଷେ କଷ୍ଟକର ଥିଲା। ସେଥିମଧ୍ୟରୁ ୨ ପୁତ୍ର ସନ୍ତାନଙ୍କୁ ସେମାନେ ତାଙ୍କ ସମ୍ପର୍କୀୟଙ୍କୁ ଦେଇ ସାରିଛନ୍ତି। ଏବେ ପୁଣି ଏକ ସନ୍ତାନ ଜନ୍ମ ହେବାରୁ ଉଭୟେ ମାନସିକ ଚିନ୍ତାରେ ଥିଲେ। ସେମାନେ ଏହି ସପ୍ତମ ସନ୍ତାନକୁ ବିକ୍ରି କରିଦେବାକୁ ମନସ୍ଥ କରିଥିଲେ। ଶୁକ୍ରବାର ଅପରାହ୍ନରେ ଏହି ଦମ୍ପତି ତାଙ୍କର ୭ ଦିନର ପୁଅକୁ ଫୁଲବଜାର ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ବିକି ଦେଇଥିଲେ। ଉକ୍ତ ବ୍ୟକ୍ତି ୨୦ହଜାର ଟଙ୍କା ଦେଇ ପିଲାକୁ ନେବା ସହ କାଗଜପତ୍ରରେ ଦସ୍ତଖତ ମଧ୍ୟ କରାଇ ନେଇଥିବା ସମ୍ପୃକ୍ତ ମହିଳା କହିଛନ୍ତି। ସରକାରୀ ସହାୟତା ମିଳିଲେ ସେ ପୁଅକୁ ଫେରାଇ ଆଣିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ କହିଛନ୍ତି।
ଏ ସମ୍ପର୍କରେ ଟାଉନ ଥାନାଧିକାରିଣୀ ସରୋଜିନୀ ନାୟକ କହିଛନ୍ତି ଯେ, ଥାନାରେ ଏଭଳି କୌଣସି ଅଭିଯୋଗ ହୋଇନାହଁି। ଜିଲା ଶିଶୁ ମଙ୍ଗଳ ସୁରକ୍ଷା ଅଧିକାରୀ ଯୁବକ ମାଝିଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ମୋ ପାଖରେ ଏ ସମ୍ପର୍କିତ କିଛି ତଥ୍ୟ ନାହିଁ। ତଦନ୍ତ ପରେ ଯାହା ପଦକ୍ଷେପ ନିଆଯିବ। ଉପଜିଲାପାଳ ନୀଲୁ ମହାପାତ୍ର କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ନ ଥିଲେ। ସଙ୍ଗେ ସଙ୍ଗେ ଏହାର ତଦନ୍ତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri