Posted inଖେଳ

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିପାରେ ଆଇଓଏ

ନୂଆଦିଲ୍ଲୀ,୨୨।୬: ୨୦୨୨ରେ ବର୍ମିଂହାମଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ଓହରିଯାଇପାରେ। ପ୍ରତିଯୋଗିତାର ଇଭେଣ୍ଟ ତାଲିକାରେ ଶୁଟିଂ ଓ ଆର୍ଚେରି (ରିକର୍ଭ) ସାମିଲ ହେଉନାହିଁ। ଏହାକୁ ବିରୋଧ କରି ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହଟା ଓହରିବାକୁ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଗୋଟିଏ ମାସ ମଧ୍ୟରେ ନିଷ୍ପତ୍ତି କରାଯିବ ବୋଲି ଦିଲ୍ଲୀଠାରେ ଅନୁଷ୍ଠିତ ଆଇଓଏର କାର୍ଯ୍ୟକାରୀ କମିଟି (ଇସି)ରେ ମେହଟା କହିଛନ୍ତି। ଆମେ ଏହାକୁ ବହୁତ ଗୁରୁତ୍ୱ ଦେଉଛୁ। ଶୁଟିଂରେ ଆମେ ସବୁଠୁ ଅଧିକ ପଦକ ପାଉ। ଏହି କ୍ରୀଡ଼ାର ଲମ୍ବା ଇତିହାସ ରହିଛି। ଇଭେଣ୍ଟକୁ ବାଦ୍‌ ଦିଆଯିବା ନିଷ୍ପତ୍ତି ନିଆଯାଇ ସାରିଛି ଓ ବଦଳାଇ ହେବ ନାହିଁ। କିନ୍ତୁ ଏହାକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌)ର ସଦସ୍ୟମାନେ ସ୍ପଷ୍ଟ କରିନାହାନ୍ତି ବୋଲି ମେହେଟା ଲଣ୍ଡନରୁ ଫୋନ ଯୋଗେ କହିଛନ୍ତି। ସିଜିଏଫ୍‌ ଏକ୍ସିକ୍ୟୁଟିଭ ବୋର୍ଡରେ ୨୦୨୨ ସଂସ୍କରଣରୁ ଶୁଟିଂ ଓ ଆର୍ଚେରୀ (ରିକର୍ଭ)କୁ ବାଦ୍‌ ଦେଇ ମହିଳା ଟି୨୦ କ୍ରିକେଟ, ପାରା ଟେବୁଲ ଟେନିସ ଓ ବିଚ ଭଲିବଲ ଇଭେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାକୁ ୭୧ ସଦସ୍ୟଙ୍କ ମଧ୍ୟରୁ ୫୧ ପ୍ରତିଶତ ଅର୍ଥାଥ ୩୬ ସଦସ୍ୟଙ୍କ ସମର୍ଥନ ଦରକାର, ଯାହାକି ଏବେ ଔପଚାରିକ ମାତ୍ର। ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଶୁଟରମାନେ ୭ ସ୍ବର୍ଣ୍ଣ ସମେତ ମୋଟ ୧୬ ପଦକ ଜିତିଥିଲେ। ଆର୍ଚେରି କେବଳ ଦୁଇଟି ସଂସ୍କରଣରେ ସ୍ଥାନ ପାଇଛି। ଅନ୍ତିମ ଥର ୨୦୧୦ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀରେ ଏହି ଇଭେଣ୍ଟ ସାମିଲ ହୋଇଥିଲା। ଏଥିରେ ଭାରତ ୮ ପଦକ ଜିତିଥିଲା। ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ତାଲିକାରେ ଅଷ୍ଟ୍ରେଲିଆ (୧୯୮) ଓ ଇଂଲଣ୍ଡ (୧୩୬) ପଛକୁ ୬୬ ପଦକ ସହ ଭାରତ ୩ୟ ସ୍ଥାନରେ ଥିଲା। ପରବର୍ତ୍ତୀ ସଂସ୍କରଣରେ ସମ୍ଭବତଃ କାନାଡା ଓ ନ୍ୟୁଜିଲାଣ୍ଡ ଭଳି ଦେଶ ଭାରତକୁ ଅତିକ୍ରମ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri