Posted inଖେଳ

୨୦୨୨ ପିଫା ବିଶ୍ୱକପ୍‌: ସେପ୍ଟେମ୍ବରରେ ଦକ୍ଷିଣ ଆମେରିକାରେ କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବ

ଅସୁନ୍‌ସିଅନ,୧୮।୪(ଏଏଫ୍‌ପି)- ଖୁବ୍‌ଶୀଘ୍ର ଦକ୍ଷିଣ ଆଫ୍ରିକାରେ ୨୦୨୨ ଫିଫା ବଶ୍ୱକପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବରରେ କାତାରରେ ଆୟୋଜନ ହେବାକୁ ଥିବା ଫୁଟବଲ ବିଶ୍ୱକପ୍‌ର କ୍ୱାଲିଫାଇଙ୍ଗ ଆରମ୍ଭ ହେବ ବୋଲି ଦକ୍ଷିଣ ଆମେରିକା ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା କନ୍‌ମେବୋଲ ତରଫରୁ କୁହାଯାଇଛି। କରୋନା ଭାଇରସ ସଂକ୍ରମଣ କାରଣରୁ ଏହି କ୍ୱାଲିଫାଇଙ୍ଗ ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଥିଲା।
ସେପ୍ଟେମ୍ବର ୪ରୁ ୮ ତାରିଖ ମଧ୍ୟରେ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି କ୍ୱାଲିଫାଇଙ୍ଗ୍‌ ଟୁର୍ନାମେଣ୍ଟରେ ସବୁ ୧୦ଟି ଯାକ ଦଳ ଘରୋଇ ପରିବେଶ୍‌ ଓ ବାହାରେ ପରସ୍ପର ମଧ୍ୟରେ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଫଳରେ ଦକ୍ଷିଣ ଆମେରିକାରେ ମୋଟ ୧୮ଟି କ୍ୱାଲିଫାଇଙ୍ଗ ମ୍ୟାଚ୍‌ ଖେଳାଯିବା ସ୍ପଷ୍ଟ ହୋଇଛି। ଏହା ଅନ୍ୟ ମହାଦେଶୀୟ ଫେଡେରେଶନ ତୁଳନାରେ ଅଧିକ ବୋଲି କୁହାଯାଇଛି। ପ୍ରଥମ ଦୁଇ ରାଉଣ୍ଡ ମ୍ୟାଚ୍‌ଗୁଡିକ ପୁନଃ ନିର୍ଦ୍ଧାରିତ ହେବା ଜରୁରୀ। ତେବେ ଫିଫା ଏହି ଦୁଇ ରାଉଣ୍ଡର ମ୍ୟାଚ୍‌ର ନୂଆ ତାରିଖ ସଂକ୍ରାନ୍ତରେ ନିଷ୍ପତ୍ତି ନେବ। ଅନ୍ୟପଟେ କୋପା ଆମେରିକା ଫୁଟବଲ ଟୁର୍ନାମେଣ୍ଟକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ଏହି ଦୁଇ ରାଉଣ୍ଡ ମ୍ୟାଚ୍‌ର ନୂଆ ତାରିଖ ସ୍ଥିର କରିବା ଅବଶ୍ୟ କଷ୍ଟକର ବୋଲି କନ୍‌ମେବୋଲ ତରଫରୁ କୁହାଯାଇଛି।
ବିଶ୍ୱକପ୍‌ କ୍ୱାଲିଫାୟର୍ସର ଦୁଇ ରାଉଣ୍ଡ ମ୍ୟାଚ୍‌ ଜୁନ୍‌ ୩ ଓ ୮ ତାରିଖରେ ଏବଂ କୋପାଆମେରିକାର ଜୁନ୍‌ ୧୧ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ସେହିପରି କ୍ଲବ ପ୍ରତିଯୋଗିତା ଯଥା- କୋପା ଲିବେର୍ଟାଡୋର୍ସ ଓ କୋପା ସୁଦାମେରିକାନାର ନୂଆ ତାରିଖ ନେଇ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେବେ ଦକ୍ଷିଣ ଆମେରିକାର କ୍ଲବ ଟୁର୍ନାମେଣ୍ଟ ଓ ୟୁଇଏଫ୍‌ଏର ଚାମ୍ପିୟନ୍ସ ଲିଗ୍‌ ଓ ୟୁରୋପା ଲିଗ୍‌ର ୨୦୨୦ ସଂସ୍କରଣ ଶେଷ କରାଯିବ ବୋଲି ବାରବାର କୁହାଯାଇଛି। ତେବେ ଟୁର୍ନାମେଣ୍ଟ ଅପେକ୍ଷା ଦକ୍ଷିଣ ଆମେରିକା ଫୁଟବଲ ଜଗତ ସହିତ ଜଡିତ ଥିବା ସବୁ ଲୋକଙ୍କର ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବ ବୋଲି କନ୍‌ମେବୋଲ କହିଛ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri