Posted inଖେଳ

୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରିବ ଭାରତ

ନୂଆଦିଲ୍ଳୀ,୫।୬(ପି.ଟି.): ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବାକୁ ଅଧିକାର ପାଇଛି। ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ ୧୯୭୯ ପରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ ଆୟୋଜନ ପାଇଁ ଭାରତକୁ ଅଧିକାର ଦେଇଛି। ଏଏଫ୍‌ସି ମହିଳା ଫୁଟବଲ କମିଟି ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯାଇଛି। ଗତ ଫେବୃୟାରୀରେ ଏଏଫ୍‌ସି ଫୁଟବଲ କମିଟି ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ପାଇଁ ଭାରତକୁ ପ୍ରସ୍ତାବ ଦେଇଥିଲା।
ଏ ନେଇ ଏଏଫସି ତରଫରୁ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଚିଠି ଲେଖି ଅବଗତ କରାଯାଇଛି। କମିଟି ଏଆଇଏଫ୍‌ଏଫ୍‌କୁ ଏହି ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପ୍ରଦାନ କରିବା ନେଇ ନିଷ୍ପତ୍ତି ନେଇଛି ବୋଲି ଏଏଫ୍‌ସି ସାଧାରଣ ସମ୍ପାଦକ ଡାଟୋ ଓ୍ବିଣ୍ଡସୋର ଜନ୍‌ ଏହି ଚିଠିରେ ଉଲ୍ଲେଖ କରିଛନ୍ତି। ବର୍ଷର ଦ୍ୱିତୀୟାର୍ଦ୍ଧରେ ଏହି ଟୁର୍ନାମେଣ୍ଟ ଆୟୋଜନ ହେବ। ୧୯୭୯ରେ ଭାରତ ରନର୍ସ ଅପ୍‌ ବିବେଚିତ ହୋଇଥିଲା। ଆୟୋଜନ ଅଧିକାର ପ୍ରଦାନ କରିଥିବାରୁ ଏଏଫ୍‌ସିକୁ ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ପ୍ରଫୁଲ ପଟେଲ ଧନ୍ୟବାଦ ଜଣାଇଛନ୍ତି।
ଭାରତରେ ଏହି ଟୁର୍ନାମେଣ୍ଟ ଆୟୋଜନ ହେବା ଦ୍ୱାରା ମହିଳା ଫୁଟବଲ୍‌ରେ ବିପ୍ଳବ ଆସିବ ଓ ଫୁଟବଲରମାନେ ଉତ୍ସାହିତ ହେବେ ବୋଲି ପଟେଲ ଆଶା ପ୍ରକାଶ କରିଛନ୍ତି। ଟୁର୍ନାମେଣ୍ଟରେ ୧୨ଟି ଦଳ ଅଂଶଗ୍ରହଣ କରିବେ। ଗତ ସଂସ୍କରଣରେ ୮ଟି ଦଳ ଭାଗନେବାର ସୁଯୋଗ ପାଇଥିଲେ। ତେବେ ଏଥର ଅଧିକ ୪ଟି ଦଳ ଅଂଶଗ୍ରହଣ କରିବେ। ଆୟୋଜକ ହିସାବରେ ଭାରତ ଏହି ଟୁର୍ନାମେଣ୍ଟ ଖେଳିବାକୁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ଏହି ଏସିଆନ କପ୍‌ ମଧ୍ୟ ୨୦୨୩ ଫିଫା ମହିଳା ବିଶ୍ୱକପ୍‌ ପାଇଁ ଅନ୍ତିମ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟର ମାନ୍ୟତା ପାଇଛି। ଆସନ୍ତାବର୍ଷ ଭାରତରେ ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍‌ ମଧ୍ୟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଫଳରେ ଏଆଇଏଫ୍‌ଏଫ୍‌ ଆହୁରି ଉତ୍ସାହିତ ହେବ ବୋଲି ଆଶା କରାଯାଉଛି। ଭାରତ ପୂର୍ବରୁ ୨୦୧୬ରେ ଏଏଫ୍‌ସି ୧୬ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ ଓ ୨୦୧୭ରେ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ସଫଳତାର ସହ ଆୟୋଜନ କରିଥିଲା। ମହିଳା ଏସିଆନ୍‌ କପ୍‌ ଆୟୋଜନ ହେଲେ ଭାରତରେ ମହିଳା ଫୁଟବଲ ଆହୁରି ଲୋକପ୍ରିୟ ହେବ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri