Posted inଖେଳ

୨୦୧୯ ଏଫଆଇଏଚ୍‌ ପୁରସ୍କାର: ମନପ୍ରୀତ ‘ପ୍ଲେୟର ଅଫ ଦି ଇୟର’

ନୂଆଦିଲ୍ଲୀ, ୧୩।୨- ଭାରତୀୟ ହକି ପାଇଁ ଆସିଛି ଆଉ ଏକ ଖୁସି ଖବର। ଅଧିନାୟକ ମନପ୍ରୀତ ସିଂ ପାଇଛନ୍ତି ଏଫଆଇଏଚ୍‌ ‘ପ୍ଲେୟର ଅଫ ଦି ଇୟର’ ପୁରସ୍କାର। ୧୯୯୯ରେ ପୁରସ୍କାର ପ୍ରଚଳନ ହେବାଠାରୁ ପ୍ରଥମ ଭାରତୀୟ ଭାବେ ମିଡ୍‌ଫିଲ୍ଡର ମନପ୍ରୀତ ଏହି ପୁରସ୍କାର ପାଇଛନ୍ତି। ବିବେକ ସାଗର ପ୍ରସାଦ ଓ ଲାଲରେମସିଆମି ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗରେ ‘ରାଇଜିଂ ଷ୍ଟାର ଅଫ ଦି ଇୟର’ ପୁରସ୍କାର ପାଇବାର ଦୁଇଦିନ ପରେ ଜାତୀୟ ହକିକୁ ଗର୍ବିତ କରିଛନ୍ତି ଅଧିନାୟକ ମନପ୍ରୀତ। ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫଆଇଏଚ୍‌) ୨୦୧୯ ବର୍ଷର ଏହି ସର୍ବୋଚ୍ଚ ପୁରସ୍କାର ପାଇଁ ମନପ୍ରୀତଙ୍କୁ ମନୋନୀତ କରିଛି। ଚଳିତ ପ୍ରୋ ଲିଗ୍‌ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ଏହି ଖବର ବ୍ୟକ୍ତିଗତଭାବେ ମନପ୍ରୀତ ଓ ଜାତୀୟ ହକି ଦଳର ମନୋବଳକୁ ବଢ଼ାଇ ଦେଇଛି। ଏଫଆଇଏଚ୍‌ ପ୍ଲେୟର ଅଫ ଦି ଇୟର ୨୦୧୯ ପୁରୁଷ କାଟେଗୋରୀ ପାଇଁ ଦୌଡ଼ରେ ଥିବା ବିଶ୍ୱ ଚାମ୍ପିୟନ ବେଲଜିୟମ ଦଳର ଭିକ୍ଟର ଓ୍ବେଗ୍‌ନେଜ ଓ ଆର୍ଥର ଭାନ ଡୋରେନ, ୨୦୧୯ ଏଫଆଇଏଚ୍‌ ପ୍ରୋ ଲିଗ୍‌ ବିଜେତା ଅଷ୍ଟ୍ରେଲିଆର ଆରନ ଜେଲସ୍କି ଓ ଇଡି ଓକେନଡେନ ଏବଂ ଆର୍ଜେଣ୍ଟିନାର ଲୁକାସ ଭିଲାଙ୍କୁ ପଛରେ ପକାଇ ଦେଇଥିଲେ ମନପ୍ରୀତ। ଭୋଟିଂରେ ଭାନ ଡୋରେନ ଓ ଲୁକାସ ଭିଲା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଗତବର୍ଷ ଜୁନ୍‌ରେ ଭୁବନେଶ୍ୱରରେ ଅନୁଷ୍ଠିତ ଏଫଆଇଏଚ୍‌ ପୁରୁଷ ହକି ସିରଜ ଫାଇନାଲ୍ସ ଅବସରରେ ମନପ୍ରୀତ କ୍ୟାରିୟରର ୨୫୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହି ପ୍ରତିଯୋଗିତାରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା। ସେହି ଭୁବନେଶ୍ୱରରେ ଗତ ନଭେମ୍ବରରେ ଅନୁଷ୍ଠିତ ଏଫଆଇଏଚ୍‌ ଅଲିମ୍ପିକ୍‌ କ୍ୱାଲିଫାୟର୍ସରେ ରୁଷିଆକୁ ହରାଇ ଭାରତ ୨୦୨୦ ଟୋକିଓ ଅଲିମ୍ପିକ୍ସ ଟିକେଟ ପାଇବା ପଛରେ ମନପ୍ରୀତଙ୍କ ଯଥେଷ୍ଟ ଅବଦାନ ରହିଥିଲା।
”ଏହି ପୁରସ୍କାର ପାଇ ମୁଁ ପ୍ରକୃତରେ ସମ୍ମାନିତ ହୋଇଛି। ଏହାକୁ ମୁଁ ମୋ ଟିମ୍‌ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି। ମୋ ସପକ୍ଷରେ ଭୋଟ୍‌ ଦେଇଥିବାରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ମୋ ଶୁଭେଚ୍ଛୁ ଏବଂ ହକି ପ୍ରଶଂସକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ପରୋକ୍ଷରେ ଲୋକମାନେ ଭାରତୀୟ ହକିକୁ କେତେ ଭଲ ପାଉଛନ୍ତି ତାହା ଏଥିରୁ ଜଣା ପଡ଼ିଛି। ଲୋମାନଙ୍କର ଭଲପାଇବା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଆଶା କରୁଛି। ଏହା ହେଲେ ଅଲିମ୍ପିକ୍‌ ବର୍ଷରେ ଆମେ ଆହୁରି ସଫଳତା ପାଇପାରିବୁ“ ବୋଲି ନିଜ ପ୍ରତିକ୍ରୀୟାରେ ମନପ୍ରୀତ କହିଛନ୍ତି। ଏହି ସଫଳତା ପାଇଁ ମନପ୍ରୀତଙ୍କୁ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ଅଭିନନ୍ଦନ ଜଣାଇଛନ୍ତି। ”ଏଫଆଇଏଚ୍‌ ପ୍ଲେୟର ଅଫ ଦି ଇୟର ପୁରସ୍କାର ପାଇଁ ମନପ୍ରୀତଙ୍କୁ ଅଭିନନ୍ଦନ। କ୍ରମାଗତ ଖେଳିବାଦ୍ୱାରା ଜଣେ ଖେଳାଳିଭାବେ ସେ ପରିପକ୍ୱ ହୋଇ ଯାଇଛନ୍ତି। ଦଳରେ ତାଙ୍କ ଉପସ୍ଥିତିକୁ ମଧ୍ୟ ସେ ପ୍ରମାଣିତ କରିଛନ୍ତି। ନିକଟ ଅତୀତରେ ଭାରତର ବିଜୟରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ତାହା ଜାରି ରହିବାନେଇ ଆଶା ରହିଛି“ ବୋଲି ମୁସ୍ତାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri