୨୦୧୮ରେ ବିଶ୍ୱର ବୃହତ ଅର୍ଥନୀତି;୫ରୁ ୭କୁ ଖସିଲା ଭାରତ

ନୂଆଦିଲ୍ଲୀ,୩-୮: ଅର୍ଥନୀତି କ୍ଷେତ୍ରରେ ମୋଦି ସରକାରଙ୍କୁ ଜୋର୍‌ ଝଟକା ଲାଗିଛି। ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ସହ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ବୋଲି ସ୍ବପ୍ନ ଦେଖୁଥିବା ଭାରତ ୨୦୧୮ରେ ୭ମ ସ୍ଥାନକୁ ଖସିଯାଇଛି। ଜିଡିିପି ହିସାବକୁ ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ତାଲିକା ଅନୁଯାୟୀ ୨୦୧୭ରେ ଭାରତ ୫ମ ସ୍ଥାନରେ ଥିଲା। ଅର୍ଥନୀତି ଧିମା ହେବା କାରଣରୁ ଦେଶ ହାସଲ କରିଥିବା ଗୌରବ ହରାଇଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୮ ବର୍ଷରେ ବ୍ରିଟେନ ଓ ଫ୍ରାନ୍ସର ଅର୍ଥନୀତି ଭାରତ ତୁଳନାରେ ଅଧିକ ଅଭିବୃଦ୍ଧି ହାସଲ କରିଛି। ଏହି କାରଣରୁ ଏହି ଦୁଇଦେଶ ୧ ପାଦ ଉପରକୁ ଉଠି ଆସିଛନ୍ତି। ବ୍ରିଟେନ ୫ମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଫ୍ରାନ୍ସ ୬ଷ୍ଠା ସ୍ଥାନକୁ ଉଠି ଆସିଛି। ଫଳସ୍ବରୂପ ଭାରତ ୫ମରୁ ୭ମ ସ୍ଥାନକୁ ଖସିଯାଇଛି। ତେବେ ଜିଡିପି ଦୃଷ୍ଟିରୁ ଆମେରିକା ଶୀର୍ଷ ସ୍ଥାନ ବଜାୟ ରଖିଛି। ତଥ୍ୟ ଅନୁଯାୟୀ, ଭାରତର ଅର୍ଥନୀତି ୨୦୧୮ ବର୍ଷରେ ମାତ୍ର ୩.୦୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୨୦୧୭ରେ ଏହି ଅଭିବୃଦ୍ଧି ହାର ୧୫.୨୩ ପ୍ରତିଶତ ରହିଥିଲା। ଏଭଳି ଭାବେ ବ୍ରିଟେନର ଅର୍ଥନୀତି ୨୦୧୮ରେ ୬.୮୧ପ୍ରତିଶତ ବଢ଼ିଥିବା ବେଳେ ୨୦୧୭ରେ ଏହି ବୃଦ୍ଧି ମାତ୍ର ୦.୭୫% ରହିଥିଲା। ଫ୍ରାନ୍ସ ଅର୍ଥନୀତି ଉପରେ ଦୃଷ୍ଟି ଦେଲେ ଜଣାପଡୁଛି ଯେ, ଏହା ଆଲୋଚ୍ୟ ବର୍ଷରେ ୭.୩୩% ହାରରେ ବୃଦ୍ଧି ପାଇଛି। ଏହା ୨୦୧୭ରେ ମାତ୍ର ୪.୮୫% ହାରରେ ବଢ଼ିଥିଲା। ଏଭଳି ଦେଖିଲେ ଭାରତର ଅର୍ଥନୀତି ୨୦୧୭ ତୁଳନାରେ ୨୦୧୮ରେ ଅତ୍ୟନ୍ତ ଧିମା ହୋଇଥିଲା। ଫଳସ୍ବରୂପ ଏହାର ର଼୍ୟାଙ୍କିଙ୍ଗ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ ବ୍ରିଟେନର ଅର୍ଥନୀତି ବୃଦ୍ଧି ପାଇ ୨.୮୨ ଲକ୍ଷ କୋଟି ଡଲାର ହୋଇଥିବା ବେଳେ ଫ୍ରାନ୍ସର ୨.୭୮ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ୟାଇଛି। ଅନ୍ୟପକ୍ଷରେ ଭାରତର ଜିଡିପି ଏହି ଅବଧିରେ ୨.୭୩ ଲକ୍ଷ କୋଟି ଡଲାର ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ବର୍ଷରେ ଭାରତ(ପ୍ରାୟ ୧୮ ହଜାର ନିୟୁତ କୋଟି ଟଙ୍କା) ୫ମ ସ୍ଥାନରେ ରହିଥିଲା। ସେତେବେଳେ ବ୍ରିଟେନ ୬ଷ୍ଠ ଓ ଫ୍ରାନ୍ସ ୭ମ ସ୍ଥାନରେ ରହିଥିଲା। ଅର୍ଥନୀତିଜ୍ଞଙ୍କ ମତରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହେବା କାରଣରୁ ଭାରତର ସ୍ଥାନ ହ୍ରାସ ପାଇଛି। ୨୦୧୭ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୩% ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ୨୦୧୮ରେ ଟଙ୍କା ୫% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri