୨୦୧୭-୧୮ ବର୍ଷରେ ନିର୍ବାଚନ ଚାନ୍ଦା: ବିଜେଡିକୁ ମିଳିଛି ୧୩ କୋଟି ୪ ଲକ୍ଷ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ କ୍ଷମତାସୀନ ବିଜେଡି ୨୦୧୭-୧୮ ଆର୍ଥିକ ବର୍ଷରେ ୧୩ କୋଟି ୪ ଲକ୍ଷ ଟଙ୍କା ଚାନ୍ଦା ପାଇଛି। ଉକ୍ତ ସମୟରେ ମିଳିଥିବା ଦେଶର ସମସ୍ତ ଆଞ୍ଚଳିକ ଦଳର ଚାନ୍ଦାଠାରୁ ଅଧିକ। ବିଜେଡି ପଛକୁ ବିହାରରେ କ୍ଷମତାସୀନ ଜେଡି(ୟୁ) ରହିଛି। ଭାରତୀୟ ନିର୍ବାଚନ କମିଶନ(ଇସି) ନିକଟରେ ୧୫ଟି ପ୍ରମୁଖ ଆଞ୍ଚଳିକ ଦଳର ଆୟ ନେଇ ତଥ୍ୟ ପ୍ରଦାନ କରିଛନ୍ତି। ଏହି ତଥ୍ୟରେ ଚାନ୍ଦା ବାବଦକୁ ୨୦,୦୦୦ଟଙ୍କାରୁ ଅଧିକ ପରିମାଣ ଚାନ୍ଦାର ବିବରଣୀ ରହିଛି। ଆସୋସିଏଶନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର) ୱେବସାଇଟ୍‌ରେ ଏହି ସବୁ ଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ବିଜେଡି ପଛକୁ ଥିବା ଜେଡି(ୟୁ) ୧୧ କୋଟି ୧୯ ଲକ୍ଷ, ୱାଇଏସ୍‌ଆର କଂଗ୍ରେସ ୮ କୋଟି ୩୫ ଲକ୍ଷ, ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୮ କୋଟି ୩୨୬ ଲକ୍ଷ ଟଙ୍କା ଅନୁଦାନ ହାତେଇ ପାରିଛି। ଏମାନଙ୍କ ପରେ ଟିଆରଏସ୍‌ ୩.୩୦୭ କୋଟି ଟଙ୍କା, ଅକାଳୀ ଦଳକୁ ୨.୨୮୯ କୋଟି, ଟିଡିପିକୁ ୧୭.୩୭, ଏସ୍‌ଏଚ୍‌ଏସ୍‌କୁ ୧.୬୭୬ କୋଟି, ଡିଏମ୍‌କେ ୧.୨୭୯ ଏବଂ ଏସ୍‌ଡିଏଫକୁ ୦.୮୫ କୋଟି ଟଙ୍କାର ଚାନ୍ଦା ମିଳିଛି। ଏହି ସବୁ ଅନୁଦାନ ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଏବଂ ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି। ଏଡିଆର ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ବିଜେଡିକୁ କୌଣସି ଚାନ୍ଦା ମିଳି ନ ଥିଲା। ସେହିପରି ଜେଡି(ୟୁ)କୁ ୧ କୋଟି ୪ ଲକ୍ଷ, ୱାଇଏସ୍‌ଆର କଂଗ୍ରେସ ୦.୪୨ କୋଟି, ଏଏପିକୁ ୨୪.୭୩ କୋଟି ଏବଂ ଟିଆରଏସ୍‌କୁ ୦.୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ୨୦୧୭-୧୮ରେ ମିଳିଥିବା ଦାନଗୁଡିକ ମଧ୍ୟରୁ ଆଞ୍ଚଳିକ ଦଳଗୁଡିକୁ ୫୪.୮୧ କୋଟି ଟଙ୍କାର ଦାନ ମିଳିଛି। ତନ୍ମଧ୍ୟରୁ ୪୩୪ ଦାତା ନଗଦ ଅର୍ଥ ବାବଦକୁ କେବଳ ୭୭.୪୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହା ମୋଟ ଦାନର ମାତ୍ର ୧.୪୦ ପ୍ରତିଶତ। ନଗଦ ମାଧ୍ୟମରେ ଏନ୍‌ପିଏଫ୍‌କୁ ସର୍ବାଧିକ ୬୫.୨୬ ଲକ୍ଷ ଟଙ୍କା, ଏଆଇଏନ୍‌ଆରସିକୁ ୪.୨୦ ଲକ୍ଷ, ପିଏମ୍‌କେକୁ ୩.୮୧ ଲକ୍ଷ ଟଙ୍କାର ଚାନ୍ଦା ମିଳିଛି। କେବଳ ତାମିଲନାଡୁରୁ ୪.୩୨ ଲକ୍ଷ ଏବଂ ପୁଡୁଚେରୀରୁ ୪.୨୦ ଲକ୍ଷ ଟଙ୍କା ଆଞ୍ଚଳିକ ଦଳଗୁଡିକୁ ମିଳିଥିବା ଜଣାପଡିଛି। ଏଏପିକୁ କେବଳ ୨୦,୦୦୦ ଟଙ୍କାରୁ ଅଧିକ ଦାନ ବିଦେଶରୁ ମିଳିଛି। ଅନ୍ୟପକ୍ଷରେ ରାଜ୍ୟଗୁଡିକୁ ଦେଖିଲେ ଦିଲ୍ଲୀରୁ ସର୍ବାଧିକ ୧୭.୯୪୬ କୋଟି, ମହାରାଷ୍ଟ୍ରରୁ ୯.୦୩ କୋଟି, କର୍ନାଟକରୁ ୯.୧୯୪ କୋଟି, ତେଲେଙ୍ଗାନା ୪.୮୭୮ କୋଟି ଟଙ୍କାର ଅନୁଦାନ ଆଞ୍ଚଳିକ ଦଳଗୁଡିକୁ ମିଳିଛି।
ସେହିପରି ୨୦୧୭-୧୮ରେ ଭାଜପାକୁ ୨୯୭୭ଟି ସୂତ୍ରରୁ ୪୩୭.୦୪ କୋଟି ଟଙ୍କା, କଂଗ୍ରେସକୁ ୭୭୭ ସୂତ୍ରରୁ ୨୬.୬୫୮ କୋଟି, ଏନ୍‌ସିପିକୁ ୨.୦୮୭ କୋଟି, ସିପିଏମ୍‌କୁ ୨.୭୫୬କୋଟି, ସିପିଆଇକୁ ୧.୧୪୬ କୋଟି, ତୃଣମୂଳ କଂଗ୍ରେସକୁ ୦.୨୦ କୋଟି ଟଙ୍କାର ଚାନ୍ଦା ମିଳିଛି। ବିଏସ୍‌ପିକୁ ୨୦,୦୦୦ ଟଙ୍କା ଉପରକୁ ଦାନ ମିଳି ନ ଥିବା ଦଳ ପକ୍ଷରୁ ଉଲ୍ଲେଖ କରାଯାଇଛି। ୪୮ଟି ଆଞ୍ଚଳିକ ଦଳଗୁଡିକ ମଧ୍ୟରୁ ୧୭ଟି ଦଳ ମିଳିଥିବା ଚାନ୍ଦା ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri