୨୦୦ ଲିଟର ଦେଶୀ ମଦ ସହ ଅଟୋ ଜବତ, ଜଣେ ଗିରଫ

ଭଦ୍ରକ ଅଫିସ,୧୦।୬: ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଡାହାଣୀଗଡ଼ିଆ ଛକ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚରମ୍ପା ଆଡୁ ବାଇପାସ ଆଡକୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋରୁ(ଓଆର-୨୨ଏଫ୍‌-୯୨୩୭) ୨୦୦ ଲିଟର ଚୋରା ଦେଶୀ ମଦ ଜବତ ହୋଇଛି। ଭଦ୍ରକ ଡାହାଣିଗାଡ଼ିଆ ଛକ ନିକଟରେ ଅଟୋ ଟିକୁ ଜବତ କରିଛି ଭଦ୍ରକ ଅବକାରୀ ବିଭାଗ। ଅବକାରୀ ବିଭାଗର ସୂଚନା ଅନୁଯାୟୀ ଅଟୋରେ ୨୦୦ ଲିଟର ଦେଶୀ ମଦ ରହିଛି ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ। ଗିରଫ ବ୍ୟକ୍ତି ଜଣକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା କାଁପଡାବିନ୍ଧା ଗ୍ରାମର ସୁଦାମ ମଳିକ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଜିଲାପାଳ ଡା. ଜ୍ଞାନ ରଞ୍ଜନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲା ଅବକାରୀ ଅଧିକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ନଦୀରେ ଗୋଧୋଇବାକୁ ଯିବା ହେଲା କାଳ, ପାଣିରେ ବୁଡ଼ି ଚାଲିଗଲା ୨ଜୀବନ

ଝାରସୁଗୁଡ଼ା,୧୪।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଇବ ନଦୀକୁ ରବିବାର ଅପରାହ୍ନରେ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ି ଦୁଇ ଜଣ ଯୁବକଙ୍କର ଅକାଳ…

କୋରାପୁଟରେ ରଜ ମହୋତ୍ସବ

କୋରାପୁଟ,୧୪।୬(ଅମିତାଭ ବେହେରା ): ଓଡ଼ିଶାର ଗଣପର୍ବ ରଜର ଉତ୍ସାହ ଏବେ ଗାଁଠୁ ସହର ସବୁଠି ପରିଲକ୍ଷିତ ହେଉଛି। ଏହି ପରିପ୍ରେକ୍ଷୀରେ କୋରାପୁଟ ସ୍ଥିତ ସ୍ଥାନୀୟ ଦକ୍ଷତା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri