୨ଟି ମତରେ ଶ୍ୟାମ୍‌ ଷ୍ଟିଲ୍‌ ସାମଗ୍ରୀ: ଆପତ୍ତି ଉଠାଇଥିଲା ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ

ଯାଜପୁର ଅଫିସ,୮।୬: ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ନିମ୍ନମାନର ଶ୍ୟାମ୍‌ ଷ୍ଟିଲ ସାମଗ୍ରୀ ବ୍ୟବହାର ହୋଇଛି। ଏନେଇ ଗତ ଜୁଲାଇରେ ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ ‘ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ’ ଆପତ୍ତି ଉଠାଇଥିଲେ ହେଁ କିଛି ସୁଫଳ ମିଳିନାହିଁ। ଏହି କ୍ଷେତ୍ରରେ ଉଭୟ ଶ୍ୟାମ୍‌ ଷ୍ଟିଲ କମ୍ପାନୀ ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଅଧିକାରୀଙ୍କ ମଧ୍ୟରେ ବିପୁଳ ଅର୍ଥ କାରବାର ହୋଇଥିବା ସନ୍ଦେହ କରାଯାଇଛି। ଅନ୍ୟପକ୍ଷରେ ନିମ୍ନମାନର ଶ୍ୟାମ୍‌ ଷ୍ଟିଲ ସାମଗ୍ରୀ ବ୍ୟବହାର ହୋଇଥିବାରୁ ପ୍ରକଳ୍ପର ଦୀର୍ଘସ୍ଥାୟୀ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଉପରୋକ୍ତ ୩ ଜିଲାର ଖଣି ପ୍ରଭାବିତ ଅଞ୍ଚଳର ୪ଟି ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ହାଇଦ୍ରାବାଦ ସ୍ଥିତ ନାଗାର୍ଜ୍ଜୁନ କନ୍‌ଷ୍ଟ୍ରକ୍ସନ କମ୍ପାନୀ (ଏନ୍‌ସିସି)କୁ ଦାୟିତ୍ୱ ଦିଆଯାଇଛି। ଏନ୍‌ସିସି ଏହି ୪ ପ୍ରକଳ୍ପରେ ଶ୍ୟାମ୍‌ ଷ୍ଟିଲର ସାମଗ୍ରୀ ବ୍ୟବହାର କରୁଛି। ସେଥିମଧ୍ୟରୁ ଯାଜପୁର ଜିଲା ଖଣି ପ୍ରଭାବିତ ସୁକିନ୍ଦା ବ୍ଲକରେ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବାକୁ ଓଏମ୍‌ବିଏଡିସି ପାଣ୍ଠିରୁ ୭୯.୫୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହିକ୍ରମରେ ଗତ ଜୁଲାଇରେ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ପକ୍ଷରୁ ସୁକିନ୍ଦା ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣ ସମୟରେ ଶ୍ରମିକ ସୁରକ୍ଷା, ଖାତ(ଟେନ୍‌ଚ) ଖୋଳା, ଖାତର ଗଭୀରତା ପ୍ରଭୃତିରେ ଅନିୟମିତତା ସହ ଯାଜପୁର ଜିଲା ପାଟଣାଠାରେ ନିର୍ମାଣାଧୀନ ଇଏସ୍‌ଆର ସ୍ତମ୍ଭରେ ବିଭିନ୍ନ ତ୍ରୁଟି ପରିଲକ୍ଷିତ ହୋଇଥିବାବେଳେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ହୋଇନାହିଁ ବୋଲି ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ଦେଖିବାକୁ ପାଇଥିଲା। ସେହିପରି ଏହି ପ୍ରକଳ୍ପର ବିଭିନ୍ନ କଂକ୍ରିଟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ପାଇଁ କିଣାଯାଇଥିବା ଶ୍ୟାମ୍‌ ଷ୍ଟିଲ ସାମଗ୍ରୀର ଗୁଣବତ୍ତା ଜାଣିବାକୁ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ପକ୍ଷରୁ ନିଜସ୍ବ ପରୀକ୍ଷାଗାରରେ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଷ୍ଟିଲ ସାମଗ୍ରୀର ଗୁଣବତ୍ତା ଉପରେ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଏ ସମ୍ପର୍କିତ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲର ରିପୋର୍ଟ ଆଧାରରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଚିଫ୍‌ ଇଞ୍ଜନିୟର-୩ ତାଙ୍କ ପତ୍ର ସଂଖ୍ୟା ୬୦୩୩/୧୫ା୭ା୨୦୧୯ରେ ଶ୍ୟାମ୍‌ ଷ୍ଟିଲ୍‌ରୁ କିଣାଯାଇଥିବା ସମସ୍ତ ଷ୍ଟିଲ୍‌ ସାମଗ୍ରୀ (ଶ୍ୟାମ୍‌ ଏଫଇ-୫୦୦ଡି)କୁ ହଟାଇ ଦେବାକୁ ଠିକାସଂସ୍ଥା ଏନ୍‌ସିସିର ସିନିୟର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଶ୍ୟାମ୍‌ ଷ୍ଟିଲ ସାମଗ୍ରୀ ବ୍ୟବହାର ହୋଇପାରିବ ନାହିଁ ବୋଲି ପତ୍ରରେ ପରାମର୍ଶ ଦିଆଯାଇଥିଲା। ଏହାପରେ କେମିତି ସେହି ନିମ୍ନମାନର ଷ୍ଟିଲ ସାମଗ୍ରୀକୁ ପୁଣି ବ୍ୟବହାର କରାଯାଇ ପାରିବ ସେ ନେଇ ବିପୁଳ ଅର୍ଥ କାରବାରରେ ଯୋଜନା ପ୍ରସ୍ତୁତ ହୋଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ହେବାର କାରଣ ହେଉଛି ଏନ୍‌ସିସି ଦ୍ୱାରା କିଣାଯାଇଥିବା ଶ୍ୟାମ୍‌ ଷ୍ଟିଲ ସାମଗ୍ରୀର ପରବର୍ତ୍ତୀ ପରୀକ୍ଷାରୁ, ଯାହା କଟକ ସେଣ୍ଟ୍ରାଲ ଲାବରେଟୋରି(ଆର ଆଣ୍ଡ ବି) ଏବଂ ଭୁବନେଶ୍ୱର ଆଇଏମ୍‌ଏମ୍‌ଟି ଲାବରେଟୋରିରେ କରାଯାଇଥିଲା। ଏହି ଦୁଇ ଲାବରେଟୋରିର ରିପୋର୍ଟରେ ଉକ୍ତ ଷ୍ଟିଲ ସାମଗ୍ରୀର ଗୁଣବତ୍ତା ସନ୍ତୋଷଜନକ ଓ ବ୍ୟବହାର ଉପଯୋଗୀ ବୋଲି ଦର୍ଶାଯାଇଥିଲା। ଏହିକ୍ରମରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ର ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୭୮୪୨/୧୦ା୯ା୨୦୧୯ରେ ଠିକାସଂସ୍ଥା ଏନ୍‌ସିସିର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜରଙ୍କୁ ଶ୍ୟାମ୍‌ ଷ୍ଟିଲ ସାମଗ୍ରୀକୁ ପୁଣି ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିରୁ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲର ରିପୋର୍ଟରେ ନା କଟକ ଓ ଭୁବନେଶ୍ୱର ଲାବରେଟୋରିର ରିପୋର୍ଟରେ ସତ୍ୟତା ରହିଛି ତାହା ତଦନ୍ତ ସାପେକ୍ଷ। ଏହି ଘଟଣାକୁ ପାଖାପାଖି ବର୍ଷେ ବିତିବାକୁ ଯାଉଛି। ଯଦି ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ ଏମ୍‌ଏସ୍‌ଭି ଇଣ୍ଟରନ୍ୟାଶନାଲ ଭୁଲ ରିପୋର୍ଟ ଦେଇଥିଲା ତେବେ ତା’ ବିରୋଧରେ କୌଣସି ଆଇନଗତ ଚ୍ୟାଲେଞ୍ଜ କରିବାକୁ ଆରଡବ୍ଲ୍ୟୁଏସ୍‌ଏସ୍‌ କାହିଁକି ପଛଘୁଞ୍ଚା ଦେଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ଅମିୟ ପରିଜା କିମ୍ବା ଶ୍ୟାମ ଷ୍ଟିଲ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷତିଗ୍ରସ୍ତ ଧାନଜମି ବୁଲି ଦେଖିଲେ କୃଷି ଅଧିକାରୀ

ଜୁନାଗଡ,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଅନ୍ତର୍ଗତ ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତରେ କେନାଲ ପାଣି ତଳମୁଣ୍ଡରେ ପହଞ୍ଚି ପାରି ନ ଥିବାରୁ ରବିଧାନ...

ଜାଲ ଚେକ ଦେଖାଇ ମହିଳାଙ୍କଠାରୁ ନେଇଗଲେ ସୁନାହାର

ଖଲ୍ଲିକୋଟ,୮ା୧୧(ଡି.ଏନ୍‌.ଏ.)-ଖଲ୍ଲିକୋଟ ଥାନା ବିକ୍ରମପୁର ଖମାରସାହିର ଜଣେ ଅସହାୟ ମହିଳାଙ୍କଠାରୁ ଶନିବାର ଅଭିନବ ଉପାୟରେ ସୁନାହାର ଲୁଟ ହୋଇଛି। ସ୍ବାମୀଙ୍କ ମୃତ୍ୟୁକାଳୀନ ସହାୟତା ଦେବା ପାଇଁ ଜାଲ୍‌...

କୂଅରେ ପଡି ବାର୍‌ହା ମୃତ

ଛେଣ୍ଡିପଦା,୧୭।୯(ସ୍ବ.ପ୍ର)-ଛେଣ୍ଡିପଦା ଥାନା ଜରପଡା ବନାଞ୍ଚଳ ବସନ୍ତପୁର ଗ୍ରାମରେ ଥିବା ଏକ ଖୋଲା କୂଅରେ ଏକ ବାରହା ଖସିପଡ଼ି ମଙ୍ଗଳବାର ମୃତ୍ୟୁବରଣ କରିଛି। ବନବିଭାଗ ସୂତ୍ରରୁ ପ୍ରକାଶ,...

ସ୍ବତନ୍ତ୍ର ଉପାସନାରେ ପାଳିଲେ ବଡ଼ଦିନ

ସମ୍ବଲପୁର,୨୫।୧୨(ବ୍ୟୁରୋ): ସମ୍ବଲପୁର ସହର ଏବଂ ଗ୍ରାମାଞ୍ଚଳରେ ରବିବାର ବଡ଼ଦିନ ପର୍ବ ଆଡ଼ମ୍ବର ସହ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁ ଗତ ଦୁଇ ବର୍ଷ ନିରାଡ଼ମ୍ବର...

ମିଳିଲାନି ସହାୟତା, ଆତ୍ମହତ୍ୟା କଲେ ଦିବ୍ୟାଙ୍ଗ

ବାହାନଗା, ୧୦ା୯(ଡି.ଏନ.ଏ.): ସଡ଼କ ଦୁର୍ଘଟଣାରେ ଦିବ୍ୟାଙ୍ଗ ପାଲଟିଯାଇଥିବା ଜଣେ ଯୁବକ ସହାୟତା ନ ପାଇ ଚାରିଆଡୁ ନିରାଶ ହେବା ପରେ ଶେଷରେ କୀଟନାଶକ ପିଇ ଆତ୍ମହତ୍ୟା...

ପୂର୍ଣ୍ଣଚନ୍ଦ୍ରଙ୍କ ‘ନିଶ’ ରଖିବା ସଉକ

କେନ୍ଦୁଝର, ୨୭ା୯ (ସ୍ବ.ପ୍ର.)ସମସ୍ତଙ୍କ କିଛି ନା କିଛି ସଉକ ଥାଏ ା ଏଭଳି ନିଶ ରଖିବା ମଧ୍ୟ ଅନେକଙ୍କ ସଉକ ଥିଲେ ହେଁ ଏକ ଭିନ୍ନ...

ସୁରଟ, କୋଟାରୁ ଆସିଲେ ୧୦୫

ଅନୁଗୋଳ ଅଫିସ, ୫।୫ ସୁରଟ୍‌ ଓ କୋଟାରୁ ଦୁଇଟି ବସ୍‌ରେ ଆସିଥିବା ପ୍ରବାସୀମାନେ ସୋମବାର ଅନୁଗୋଳରେ ପହଞ୍ଚତ୍ଛନ୍ତି। ସୁରଟ୍‌ରୁ ଗୋଟିଏ ବସ୍‌ରେ ୬୬ ଜଣ ଓ...

ଶ୍ରୀମନ୍ଦିର କଳାହାଟ ଦ୍ୱାର ଲାଗି ଆସିଲା ୫୦୦ କେଜି ରୁପା ଚାଦର

ପୁରୀ ଅଫିସ,୨୫।୬: ଶ୍ରୀମନ୍ଦିରର କଳାହାଟ ଦ୍ୱାରକୁ ରୁପା ଛାଉଁଣି କରାଯିବ। ଏଥିଲାଗି ଶନିବାର ୫୦୦ କେଜି ରୁପା ଚାଦର ଅଣାଯାଇ ନିଳାଦ୍ରୀ ଭକ୍ତନିବାସରେ ରଖାଯାଇଛି। ଶ୍ରୀଗୁଣ୍ଡିଚା...

Advertisement
Archives

Model This Week