Posted inଖେଳ

୨ଟି ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି ଏହି ୫ କ୍ରିକେଟର୍‌

ପ୍ରତ୍ୟେକ କ୍ରିକେଟର ନିଜ ଦେଶ ପାଇଁ ଖେଳିବାର ସ୍ବପ୍ନ ଦେଖନ୍ତି। ତେବେ ଖୁବ୍‌ କମ୍‌ ଖେଳାଳି ଥାନ୍ତି ଯେଉଁମାନେ ଏହି ସ୍ବପ୍ନ ପୂରଣ କରିପାରନ୍ତି। ତେବେ କ୍ରିକେଟ ଇତିହାସରେ ଏପରି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ତର୍ଜାତୀୟ ସ୍ତରରେ ଗୋଟିଏ ନୁହେଁ ୨ଟି ଭିନ୍ନ ଦେଶ ପାଇଁ ମ୍ୟାଚ ଖେଳିବାର ମଉକା ମିଳିଛି।

ଇଏନ୍‌ ମୋର୍ଗାନ୍‌
ଡବଲିନ୍‌ରେ ଜନ୍ମଗ୍ରହଣ କରିଥିବା ଇଏନ ମୋର୍ଗାନଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ନିଜ ଦେଶ ଆୟରଲାଣ୍ଡ ପାଇଁ ଆରମ୍ଭ ହୋଇଥିଲା। ମୋର୍ଗାନ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଆୟରଲାଣ୍ଡ ପାଇଁ ୨୩ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ ଏବଂ ୨୦୦୭ ବିଶ୍ୱକପରେ ଆୟାରଲାଣ୍ଡ ଦଳର ଅଂଶ ହୋଇଥିଲେ। ପରେ ମୋର୍ଗାନ ଇଂଲଣ୍ଡ ପାଇଁ ୧୬ଟି ଟେଷ୍ଟ ମ୍ୟାଚ ଏବଂ ୨୩୬ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ୨୦୧୯ରେ ମୋର୍ଗାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିଶ୍ୱକପ ଜିତିଥିଲା। ସେ ୮୯ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। କ୍ରିକେଟ ଇତିହାସରେ ୨ଟି ଦେଶରୁ ଖେଳିଥିବା ଇଏନ ମୋର୍ଗାନ ସବୁଠାରୁ ସଫଳ ଖେଳାଳି ହୋଇଛନ୍ତି।

ବୋଏଡ ର଼୍ୟାନ୍‌କିନ୍‌
ବୋଏଡ ର଼୍ୟାନ୍‌କିନ୍‌ ହେଉଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ଏକମାତ୍ର ଖେଳାଳି ଯିଏ କ୍ରିକେଟର ତିନୋଟି ଫର୍ମାଟରେ ୨ଟି ଦେଶ ପାଇଁ ଖେଳିଛନ୍ତି। ଆୟର୍ଲାଣ୍ଡ ପାଇଁ ସେ ୨ଟି ଟେଷ୍ଟ, ୬୮ଟି ଏକଦିବସୀୟ ଏବଂ ୪୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଇଂଲଣ୍ଡ ପାଇଁ ସେ ଗୋଟିଏ ଟେଷ୍ଟ, ୭ଟି ଏକଦିବସୀୟ ଏବଂ ୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

ଲ୍ୟୁକ୍‌ ରୋଞ୍ଚି
୨୦୦୮ରେ ଅଷ୍ଟ୍ରେଲିଆ ପାଇଁ ଏକଦିବସୀୟ ମ୍ୟାଚ୍‌ ଡେବ୍ୟୁ କରିଥିବା ଲ୍ୟୁକ ରୋଞ୍ଚି ଦଳ ପାଇଁ ମାତ୍ର ୪ଟି ମ୍ୟାଚ ପାଇଥିଲେ। ପରେ ସେ ନ୍ୟୁଜିଲାଣ୍ଡ ପକ୍ଷରୁ ୨୦୧୩ରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ। ସେ କିୱି ଦଳ ପାଇଁ ୮୧ଟି ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ।

ଡର୍କ ନୈନିସ୍‌
୨୦୦୯ରେ ଟି-୨୦ ବିଶ୍ୱକପରେ ନେଦରଲ୍ୟାଣ୍ଡ ପାଇଁ ଡେବ୍ୟୁ କରିଥିବା ଡର୍କ ନୈନିସ ୨୦୧୦ ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ଖେଳିବାର ସୁଯୋଗ ପାଇଥିଲେ।

ରୁଡୋଲଫ୍‌ ଭାନ୍‌ ଡେର୍‌ ମେରୱେ
ଅଲରାଉଣ୍ଡର ରୁଡୋଲୋଫ ଭାନ ଡେର୍‌ ମେରୱେ ଜୋହାନ୍ସବର୍ଗରେ ଜନ୍ମଗ୍ରହଣ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକା ପାଇଁ ଅଧିକାଂଶ ଘରୋଇ କ୍ରିକେଟ ଖେଳିଥିଲେ। ୨୦୦୯ ଭ୍ୟାନ ଡେର୍‌ ମେରୱେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଏବଂ କିଛି ଦିନ ପରେ ସେ ମଧ୍ୟ ଏକଦିବସୀୟ ଦଳର ଅଂଶ ହୋଇଥିଲେ। ପରେ ସେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ୧୩ଟି ଏକଦିବସୀୟ ଏବଂ ୧୩ଟି ଟି-୨୦ ମ୍ୟାଚ ଖେଳିଥିଲେ। ୨୦୧୫ରେ ଦକ୍ଷିଣ ଆଫ୍ରିକା ପାଇଁ ଶେଷ ମ୍ୟାଚ ଖେଳିଥିଲେ। ପାଞ୍ଚ ବର୍ଷ ପରେ ଭାନ ଡେର୍‌ ମେରୱେ ନେଦରଲ୍ୟାଣ୍ଡରେ ରହିବାକୁ ଯାଇଥିେଏ। ସେ ବର୍ତ୍ତମାନ ନେଦରଲ୍ୟାଣ୍ଡ ଦଳ ପାଇଁ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri