୧.୫୦ କୋଟି ବ୍ୟୟରେ ପିଲି ବନ୍ଧ ବିକାଶ ଯୋଜନା

ଛତ୍ରପୁର,୧୪ା୬(ଡି.ଏନ.ଏ.)- ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ଗୁରୁବାର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲେଚାନା କରିଛନ୍ତି। ଏଣିକି ଉନ୍ନୟନମୂଳକ ସବୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋଜନା ଅନୁଯାୟୀ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ। ଏଥିସହ ବର୍ଜ୍ୟବସ୍ତୁ ପରିଚାଳନା, ସଫେଇ, ପିଲି ବନ୍ଧର ବିକାଶ, ଜନସାଧାରଣଙ୍କୁ ଉଚିତ୍‌ ସେବା ଯୋଗାଇବା, ରାଜସ୍ବ ବୃଦ୍ଧିକୁ ମଧ୍ୟ ସେ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ।
ଛତ୍ରପୁର ସହରକୁ ଏକ ଆଦର୍ଶ ସହରରେ ପରିଣତ କରିବା କାମ କରିବାକୁ ବିଧାୟକ କହିଥିଲେ। ଏଥିପାଇଁ ଯାହା ସହଯୋଗ ଆବଶ୍ୟକ ଯୋଗାଇ ଦେବାକୁ ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସହରର ବିକାଶ ପାଇଁ ଆଗାମୀ ଦିନରେ ବୁଦ୍ଧିଜୀବୀମାନଙ୍କ ସହ ବୈଠକ କରି ସେମାନଙ୍କ ମତାମତ ନେବାକୁ ନିଷ୍ପତ୍ତିି ହୋଇଥିଲା। ଅନ୍ୟପକ୍ଷରେ ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ତରରେ ପଦକ୍ଷେପ ନିଆଯାଉଥିବା ବିଧାୟକ ସୂଚନା ଦେଇଥିଲେ। ଅଗସ୍ତିନୂଆଗାଁ ନିକଟରେ ୫ ଏକର ଜମି ମିଳିଛି। ସେଠାରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଥିଲେ। ଛତ୍ରପୁରରେ ଥିବା ପୁରୁଣା ମାର୍କେଟ ଭାଙ୍ଗି ମଡେଲ ମାର୍କେଟ ନିର୍ମାଣ କରାଯିବାକୁ ଯୋଜନା ରହିଛି। ଗତବର୍ଷ ୧ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା। ଛତ୍ରପୁରରେ ଥିବା ଡ୍ରେନେଜ ସମସ୍ୟା ଏବଂ ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି ସମ୍ପର୍କରେ ଲିଖିତ ଭାବେ ଜଣାଇଲେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିବେ ବୋଲି ବିଧାୟକ କହିଥିଲେ। ପାଣି ଯୋଗାଣ ପାଇଁ ଆହୁରି ସମ୍ପ ଓ ଓଭରହେଡ୍‌ ଟ୍ୟାଙ୍କ୍‌ ଆବଶ୍ୟକ ଥିବା ଆଲୋଚନା ହୋଇଥିଲା। ଛତ୍ରପୁରରେ ଭେଣ୍ଡିଂ ଜୋନ୍‌ ଏବଂ ମନୋରଞ୍ଜନ ପାଇଁ ସୁବିଧା ନାହିଁ। ଏବେ ଓପନ୍‌ ଏୟାର ଜିମ୍‌ ଖୋଲାଯାଉଛି। ଆହୁରି ଗୋଟିଏ ସ୍ଥାନରେ ଏହା ସ୍ଥାପନ କରାଯିବ ବୋଲି ଏନଏସି ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ। ବ୍ରିଟିଶ ଅମଳର ପିଲି ବନ୍ଧର ସଫେଇ ଚାଲିଛି। ୧.୫୦ କୋଟି ଟଙ୍କା ବ୍ୟୟରେ ଏହାର ସୌନ୍ଦର୍ଯ୍ୟକରଣ, ମ୍ୟୁଜିକାଲ ଫାଉଣ୍ଟେନ୍‌, ଟଏ ଆଦି ବ୍ୟବସ୍ଥା କରାଯିବା ଯୋଜନା ରହିଛି। ସହରର ପ୍ରବେଶ ପଥ ତଥା ଗ୍ରୀଡ୍‌ ଛକଠାରେ ଫାଉଣ୍ଟେନ୍‌ ଓ ଆକର୍ଷଣୀୟ ଗେଟ୍‌ ସ୍ଥାପନ କରାଯିବ ବୋଲି ନିର୍ବାହୀ ଅଧିକାରୀ କହିଥିଲେ। ଆଲୋଚନା ବେଳେ ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ଟି. ଚନ୍ଦ୍ରଶେଖର ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ ବେହେରା, ଜି. ପାପା ରାଓ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଏନଏସିର ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

ଛତ୍ରପୁର ପୌରପାଳିକାରେ ମିଶ୍ରଣକୁ ୫ ପଞ୍ଚାୟତବାସୀଙ୍କ ସମର୍ଥନ, ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା…

ଛତ୍ରପୁର,୧୯ା୨(ଦିଲୀପ ସାମଲ): ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଞ୍ଚାୟତର ମିଶ୍ରଣ ପାଇଁ ସରକାରଙ୍କ ପ୍ରକ୍ରିୟା ଚାଲିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri