Posted inଫୁରସତ

୧୯ ବର୍ଷ ପୂର୍ବର ପେଣ୍ଟିଂ, ବିକ୍ରି ହେଲା ୧୭୭ କୋଟିରେ

ଜାପାନର ଜଣେ ଲୋକପ୍ରିୟ ଚିତ୍ରକାର ୟୋଶୋତୋମୋ ୨୦୦୦ ମସିହାରେ ଏକ କାର୍ଟୁନ ଗର୍ଲ ପେଣ୍ଟିଂ(ଫଟୋଚିତ୍ର) ତିଆରି କରିଥିଲେ। ନିକଟରେ ହଂକଂର ମଡେନଷ୍ଟିକ୍‌ କନ୍‌ଭେନ୍‌ଶନ ସେଣ୍ଟରରେ ଏହା ନିଲାମ ହୋଇଛି। ଅତି ସାଧାସିଧା ଦେଖାଯାଉଥିଲେ ମଧ୍ୟ ଏହା ୧୭୭ କୋଟି ଟଙ୍କାରେ ବିକ୍ରି ହୋଇଛି। ୟୋଶୋତୋମୋଙ୍କ ଦ୍ୱାରା ତିଆରି ହୋଇଥିବା ଏହା ସବୁଠାରେ ମହଙ୍ଗା ପେଣ୍ଟିଂ। ‘ନାଇଫ ବିହାଇଣ୍ଡ ବ୍ୟାକ୍‌’ ନାମକ ଏହି ପେଣ୍ଟିଂକୁ କିଣିବା ପାଇଁ ୬ଜଣ ନିଲାମଧାରୀ ନିଲାମ ଡାକିଥିଲେ। ଖାସ୍‌ କଥା ହେଲା ମାତ୍ର ୧୦ ମିନିଟରେ ଏହି ନିଲାମ ଡ଼କା ଶେଷ ହୋଇ ଏହା ବିକ୍ରି ହୋଇଥିଲା। ପୂର୍ବରୁ ମଧ୍ୟ ୟୋଶୋତୋମୋ ଏମିତି ଅନେକ ପେଣ୍ଟିଂ କରିଛନ୍ତି ଯାହାକି ଖୁବ୍‌ ଚର୍ଚ୍ଚାରେ ରହିଛି। ୧୯୯୧ରେ ସେ ଏପରି ଏକ ପେଣ୍ଟିଂ କରିଥିଲେ ଯେଉଁଥିରେ, ଜଣେ ଝିଅ ହାତରେ ଛୁରି ଧରିଥିଲା। ଏହାକୁ ସନ୍‌ ଫ୍ରାନ୍‌ସିସ୍‌କୋରେ ପ୍ରଦର୍ଶିତ କରାଯାଇଥିଲା। ସେହିପରି ୧୯୯୯ରେ ‘ସ୍ଲିପ୍‌ନେସ୍‌ ନାଇଟ୍‌(କ୍ୟାଟ)’ ଶୀର୍ଷକ ଆଉ ଏକ ଝିଅର ପେଣ୍ଟିଂ ତିଆରି କରିଥିଲେ। ଯାହାକି ପ୍ରାୟ ୩୧ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ତାଙ୍କ ପେଣ୍ଟିଂ ଲୋକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶରେ ଉଡୁଥିବା ସବୁଠୁ ଓଜନିଆ ପକ୍ଷୀ

ବିଶ୍ୱରେ ପ୍ରାୟ ୯୫୦୦ ପ୍ରଜାତିର ପକ୍ଷୀ ଦେଖାଯାଆନ୍ତି। ଏଥିମଧ୍ୟରୁ କେତେକ ବିଲୁପ୍ତ ହୋଇସାରିଥିବା ବେଳେ ଆଉ କିଛି ଲୋପ ପାଇବାକୁ ବସିଛନ୍ତି। କୁହାଯାଏ, ପକ୍ଷୀଙ୍କ ଯୋଗୁ...

ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…

ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍‌ଡାଉନ୍‌ ଏବଂ ଶର୍ଟଡାଉନ୍‌ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି।...

ପୃଥିବୀଠାରୁ ବଡ଼ ଗ୍ରହର ମିଳିଲା ସନ୍ଧାନ: ମାତ୍ର ୩୭ ଦିନରେ ହେଉଛି ଏକ ବର୍ଷ

ଓ୍ବାଶିଂଟନ୍‌, ୯।୧: ପୃଥିବୀଠାରୁ ଏକ ବଡ଼ ଗ୍ରହର ସନ୍ଧାନ ମିଳିଛି। ଏଲିଅନ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସ୍ପେସକ୍ରାଫ୍ଟର ଟେଲିସ୍କୋପ୍‌ ଦ୍ୱାରା ଏହି ଗ୍ରହର ଉପସ୍ଥିତି...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ଭାରତମାତା

ବୌଦ୍ଧ ଜିଲାର ଚର୍ଚ୍ଚିତ ବନପାଲି ଗ୍ରାମ। ଏଠାରେ ରହିଛି ଭାରତ ମାତାଙ୍କ ମନ୍ଦିର। ମନ୍ଦିର ଭିତରେ ଥିବା ସିଂହାସନରେ ହାତରେ ତ୍ରିରଙ୍ଗା ଧରି ଭାରତମାତା ପୂଜା...

ବାଡ଼ିରୁ ଘରକୁ ଲମ୍ବିଚି ଭୟଙ୍କର ସାପ, ଭିଡିଓକୁ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଦେଇ କିଣିଲେ କାର୍‌; ଗଣିବା ବେଳେ…

ଧର୍ମପୁରୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ବିଭିନ୍ନ ମୁଦ୍ରା ଚଳୁ ନ ଥିବା ନେଇ ଘୋଷଣା ହୋଇନାହିଁ। ହେଲେ ଆଜିର ସମୟରେ ଅନେକ ସ୍ଥାନରେ...

ଗର୍ଜିୟା ଦେବୀ ମନ୍ଦିର

ପବିତ୍ର ଗର୍ଜିୟା ଦେବୀ ମନ୍ଦିର ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ। ମାତା ପାର୍ବତୀଙ୍କର ଏକ ସ୍ବରୂପ କୁହାଯାଉଥିବା ମାତା ଗର୍ଜିୟାଙ୍କର ଏହି ମନ୍ଦିରକୁ ଏକ ଶକ୍ତିସ୍ଥଳ...

୫ ବର୍ଷର ଦିବ୍ୟାଙ୍ଗ ୧୦ କିମି ଚାଲି କରୋନା ପାଇଁ ଯୋଗାଡ କଲେ ୯ କୋଟି

କରୋନା ସହାୟତା ପାଇଁ ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥନ୍‌ କରୁଛନ୍ତି ତ କିଏ ସାଇକେଲିଂ ଆଉ କିଏ...

Advertisement
Archives

Model This Week