୧୯ ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ପ୍ରଥମଥର ଅଡିଶନର ସାମ୍ନା କଲେ କରୀନା

ପ୍ରଥମ ଥର କରୀନା କପୁର ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ପାଇଁ ଅଡିଶନ ଦେଇଛନ୍ତି। ୧୯ ବର୍ଷର ଫିଲ୍ମ କ୍ୟାରିୟର ଭିତରେ ସେ କେବେ ବି ଅଡିଶନ୍‌ର ସାମ୍ନା କରି ନ ଥିଲେ। ଏକ ସାକ୍ଷାତ୍‌କାରରେ କରୀନା କହିଛନ୍ତି, ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ ପାଇଁ ଅମୀର ଚାହୁଁଥିଲେ ଶତପ୍ରତିଶତ ସେ ଭଲ କରିବା ଦରକାର। ତେଣୁ ତାଙ୍କୁ ଅଡିଶନ ଦେବାକୁ ପଡ଼ିଲା। ପୁଣି କହିଛନ୍ତି, ଫିଲ୍ମ ‘ରିଫ୍ୟୁଜ୍‌’ ଜରିଆରେ ବଲିଉଡ୍‌ରେ ସେ ଡେବ୍ୟୁ କରିଥିଲେ ହେଁ ସେତେବେଳେ ତାଙ୍କୁ ଅଡିଶନ୍‌ର ସମ୍ମୁଖୀନ ହେବାକୁ ପଡ଼ି ନ ଥିଲା, ଯେଉଁଟା ସେ ଏବେ କରିଛନ୍ତି। କରୀନାଙ୍କ ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ରେ ସେ ଅମୀରଙ୍କ ସହ ଅଭିନୟ କରୁଛନ୍ତି। ଅମୀର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ୧୯୯୪ ମସିହାରେ ରିଲିଜ୍‌ ହୋଇଥିବା ଆମେରିକାନ୍‌ କମେଡି ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ୍‌। ଏହା ପୂର୍ବରୁ ଏହି ଯୋଡ଼ି ‘ତଲାଶ’ ଏବଂ ‘ଥ୍ରୀ ଇଡିୟଟ୍‌ସ’ରେ କମାଲ ଦେଖାଇ ସାରିଛନ୍ତି।
ସ୍ମରଣଯୋଗ୍ୟ, ବଡ଼ ପରଦାରେ ଅଭିଷେକ ବଚ୍ଚନଙ୍କ ସହିତ କରୀନା ପ୍ରଥମଥର ଫିଲ୍ମ ‘ରିଫ୍ୟୁଜ୍‌’ରେ ଅଭିନୟ କରିଥିଲେ। ଇତିମଧ୍ୟରେ ୩୯ ବର୍ଷୀୟା କରୀନା ‘ଥ୍ରୀ ଇଡିଅଟ୍‌ସ’, ‘ଜବ୍‌ ଉଇ ମେଟ୍‌’, ‘ବଡିଗାର୍ଡ’,‘ସିଂଘମ୍‌ ରିଟର୍ନସ’, ‘ଗୋଲ୍‌ମାଲ୍‌ ଥ୍ରୀ’ ପରି ହିଟ୍‌ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ୧୯ ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ସେ ଅନେକ ପୁରସ୍କାର ମଧ୍ୟ ହାତେଇ ସାରିଛନ୍ତି। ଏପରିକି ତାଙ୍କୁ ବେଷ୍ଟ ଫିମେଲ୍‌ ଡେବ୍ୟୁ ଆଓ୍ବାର୍ଡ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟିଙ୍କ ଜୀବନରେ ନୂଆ ସାଥୀଙ୍କ ଏଣ୍ଟ୍ରି, ମନୀଷଙ୍କ ପରେ ଏବେ ରୋହିତଙ୍କ ସହ ତୁଟାଇଲେ ସମ୍ପର୍କ

ମୁମ୍ବାଇ: ପ୍ରଥମେ ମନୀଷ ନାଗଦେବଙ୍କ ପରେ ଏବେ ରୋହିତ ସୁଚାତିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ବିଗ୍‌ ବସ୍‌ ଫେମ୍‌ ସୃଷ୍ଟି ରୋଡେ। ବିଗ୍‌ ବସ୍‌ରୁ ବାହାରିବା...

‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ...

‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଯାହା ଚର୍ଚ୍ଚାକୁ ଆସିଯାଇଛି। ଏହି ଫଟୋସହ କ୍ୟାପଶନରେ ଲେଖାଯାଇଛି,...

ଚର୍ଚ୍ଚାରେ ଜାହ୍ନବୀ

ବମ୍ବେ: ଅଭିନେତା ଇଶାନ୍‌ ଖଟ୍ଟରଙ୍କ ସହ ବଲିଉଡ୍‌ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ତଥା ଶ୍ରୀଦେବୀ ଲଳନା ଜାହ୍ନବୀ କପୁର ଆଜିକାଲି ଚର୍ଚ୍ଚାରେ। ଏହା ପଛରେ କାରଣ...

ପରଦାରେ ଇନ୍ଦିରା ଗାନ୍ଧୀ ହେବେ ଏହି ଅଭିନେତ୍ରୀ

ଆକ୍ସନ ପିରିୟଡ ଡ୍ରାମା ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୧’ ସୁପରହିଟ ହେବା ପରେ ଏବେ ଏହାର ସିକ୍ୱେଲ ନିର୍ମାଣ ଚାଲିଛି। ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ...

କରୋନାକୁ ହରାଇଲେ ଅମିତାଭ ବଚ୍ଚନ

କରୋନା ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିବା ମେଗାଷ୍ଟାର ଅମିତାଭ ବଚ୍ଚନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ପୁଅ ଅଭିଷେକ ଟୁଇଟରରେ ସୂଚନା ଦେଇଛନ୍ତି। ପିତା...

୧୯ ବର୍ଷ ସାନ ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ତାଙ୍କ ସ୍ତ୍ରୀ ମାନ୍ୟତା ଦତ୍ତ ମଧ୍ୟରେ ବୟସରେ ପ୍ରାୟ ୧୦ବର୍ଷର ପାର୍ଥକ୍ୟ ଅଛି। ସଞ୍ଜୟଙ୍କୁ ୪୧ ବର୍ଷ ହୋଇଥିବାବେଳେ...

ରାନୁଙ୍କ ଟ୍ରୋଲର୍‌ଙ୍କୁ ପ୍ରଶଂସକଙ୍କ ଜବାବ: ତାଙ୍କୁ ଯାହା କୁହାଯାଉଛି, ସେ ତାହା କରୁଛନ୍ତି

ବମ୍ବେ: ରାଣାଘାଟ ଷ୍ଟେଶନରେ ଗୀତ ଗାଉଥିବା ଜଣେ ସାଧାରଣ ମହିଳାରୁ ଇଣ୍ଟରନେଟ୍‌ ସେନ୍‌ଶେସନ୍‌ ପାଲଟଥିବା ରାନୁ ମଣ୍ଡଳ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ପ୍ରଥମେ ସଙ୍ଗୀତ...

Coronavirus Update


Archives

Model This Week

Why Dharitri