Posted inଖେଳ

୧୯ ବର୍ଷରୁ କମ୍‌ କ୍ରିକେଟ:ପେସ୍‌ରଙ୍କୁ କହୁଣି ମାରି ବ୍ୟାଟ୍ସମ୍ୟାନ ଦଣ୍ଡିତ

ଦୁବାଇ, ୩୦ା୧ (ପି.ଟି.)-ଭାରତୀୟ ପେସ୍‌ ବୋଲର ଆକାଶ ସିଂଙ୍କୁ ଜାଣିଶୁଣି କହୁଣୀରେ ସ୍ପର୍ଶ କରିଥିବା ଅଭିଯୋଗରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ ସାମ୍‌ ଫ୍ୟାନିଂ ଦଣ୍ଡିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ପୋଶ୍ଚେଫଷ୍ଟ୍ରୁମ୍‌ଠାରେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ର ଏକ କ୍ୱାର୍ଟରଫାଇନାଲ ମ୍ୟାଚ ବେଳେ ଏହି ଘଟଣା ଘଟିଛି। ଫ୍ୟାନିଂ, ଖେଳାଳି ଏବଂ ଖେଳାଳିଙ୍କ ସହାୟକ କର୍ମଚାରୀଙ୍କ ଲାଗି ଉଦ୍ଦିିଷ୍ଟ ଆଇସିସି ଆଚରଣବିଧି ଲେଭଲ-୧ର ଉଲ୍ଲଂଘନ କରିଛନ୍ତି। ଏଥିଲାଗି ତାଙ୍କର ଦୁଇ ଡେମିରିଟ ପଏଣ୍ଟ ମିିଳିଛି। ଫ୍ୟାନିଂ ନିଜ ଦୋଷ ସ୍ବୀକାର କରିବା ସହ ୧୯ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ମ୍ୟାଚ ରେଫରି ଗ୍ରେମ୍‌ ଲାବରଏଙ୍କ ଦ୍ୱାରା ହୋଇଥିବା ଦଣ୍ଡ ବିଧାନଙ୍କୁ ଗ୍ରହଣ କରିଛନ୍ତି। ଅଷ୍ଟ୍ରେଲିଆର ଏହି ଖେଳାଳିଙ୍କ ବିରୋଧରେ ଫିଲ୍ଡ ଅମ୍ପାୟର ଆଡ୍ରିଆନ୍‌ ହୋଲ୍‌ଷ୍ଟକ୍‌ ଓ ଶାର୍ଫୁଦୋଲା ଇବନେ ଶାହିଦ୍‌, ତୃତୀୟ ଅମ୍ପାୟର ଓ୍ବେନ୍‌ ନାଇଟ୍ସ ଏବଂ ଚତୁର୍ଥ ଅମ୍ପାୟର ଆସିଫ ୟାକୁବ୍‌ ପ୍ରମୁଖ ଅଭିଯୋଗ ଆଣିଥିଲେ। ଅଷ୍ଟ୍ରେଲିଆର ରନ ଚେଜ୍‌ବେଳେ ୩୧ତମ ଓଭରର ପ୍ରଥ ବଲ୍‌ରେ ଏହି ଘଟଣା ଘଟିଥିଲା। ସେତେବେଳେ ଫ୍ୟାନିଂ ୪୮ରନ କରି ବ୍ୟାଟିଂ କରୁଥିଲେ ଏବଂ ବୋଲର୍ସ ଏଣ୍ଡ୍‌ କ୍ରିଜ୍‌ରେ ଥିଲେ। ଆକାଶ ତାଙ୍କ ବୋଲିଂ ବେଳେ ରନ୍‌ ଶେଷ କଲାବେଳେ ଫ୍ୟାନିଂ ତାଙ୍କୁ ଜାଣି ଶୁଣି କହୁଣୀ ମାରିଥିଲେ। ଏଥିରେ ବୋଲର ଜଣକ ଖରାପ ଅନୁଭବ କରିଥିବା ରିପ୍ଲେରେ ବାରିହୋଇଯାଉଥିଲା। ଅଷ୍ଟ୍ରେଲିଆର ୨୩୪ ରନ ଚେଜ୍‌ କରୁଥିବାବେଳେ ବିଜୟଠାରୁ ୭୪ରନ ପଛରେ ରହିଯାଇଥିଲା। ଟପ୍‌ ସ୍କୋରର ଫ୍ୟାନିଂ ୭୫ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri