Posted inଜାତୀୟ

୧୭ ବର୍ଷରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି: ୨୦୨୦ ସୁଦ୍ଧା ରୋପଣ ହେବ ୧୨୧ କୋଟି ବୃକ୍ଷ ଚାରା

ନୂଆଦିଲ୍ଲୀ,୨୨।୬: ଦେଶରେ ଗତ ୧୭ ବର୍ଷ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗକିମିରୁ ଅଧିକ ବୃଦ୍ଧି ପାଇଛି। ନେଇ ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୨୦୦୦ରୁ ୨୦୧୭ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ୮ଶହ ୮୧ ବର୍ଗ କିମି ବଢ଼ିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ୨୦୦୦ରେ ଏହା ୬ ଲକ୍ଷ ୭୫ ହଜାର ୫ ଶହ ୩୮ ବର୍ଗ କିମି ଥିଲା। ସେହିପରି ୨୦୧୭ରେ ଏହା ୭ ଲକ୍ଷ ୬୭ ହଜାର ୪ଶହ ୧୯ ବର୍ଗ କିମିକୁ ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଦେଶରେ ବନୀକରଣ ଯୋଜନାକୁ ସଫଳ କରାଇବା ପାଇଁ ୨୦୨୦ ସୁଦ୍ଧା ୧୨୧ କୋଟି ବୃକ୍ଷ ଚାରା ରୋପଣ କରାଯିବା କାର୍ଯ୍ୟକ୍ରମ ରହିଥିବା ଏହି ରିପୋର୍ଟରେ କୁହାଯାଇଛି। ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ କେରଳରେ ଜଙ୍ଗଲ ପରିସୀମାରେ ଗତ ୨ ବର୍ଷରେ ୨୦୧୫ଠାରୁ ୨୦୧୭ ମଧ୍ୟରେ ଅଧିକ ବୃଦ୍ଧି ପାଇଛି। ଏସବୁ ରାଜ୍ୟରେ ଜଙ୍ଗଲ ପରିସୀମା ଯଥାକ୍ରମେ ୨ ହଜାର ଶହେ ୪୧ ବର୍ଗ କିମି, ୧୧ ଶହ ୧ ବର୍ଗ କିମି ଏବଂ ୧୦ ଶହ ୪୩ ବର୍ଗ କିମି ବଢ଼ିଛି। ଗତ ୨୦ ବର୍ଷ ମଧ୍ୟରେ ପୃଥିବୀରେ ୧୫ ଶହ କୋଟି ବୃକ୍ଷ କଟାଯାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପୂର୍ବରୁ ଗ୍ରାହକଙ୍କୁ ଝଟକା, ଘରୋଇ ଏଲପିଜି ସିଲିଣ୍ଡର ହେଲା ମହଙ୍ଗା

ନୂଆଦିଲ୍ଲୀ,୧ ।୩: ମହଙ୍ଗା ହେଲା ଘରୋଇ ଏଳପିଜି ସିଲିଣ୍ଡର । ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ରାଜଧାନୀ ଦିଲ୍ଲୀରେ ବୁଧବାରଠାରୁ ଘରୋଇ...

୨୦ରୁ ଆରମ୍ଭ ହେବ କର୍ତ୍ତାରପୁର କରିଡର ପାଇଁ ପଞ୍ଜୀକରଣ

ଚଣ୍ଡିଗଡ଼,୧୬।୧୦: କର୍ତ୍ତାରପୁର କରିଡର ଯାତ୍ରା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଫର୍ମ ଜାରି କରିଯାଇଛି। ଏହାକୁ ତୀର୍ଥଯାତ୍ରୀ ଅନ୍‌ଲାଇନରେ ଆବେଦନ କରିପାରିବେ। ପାକିସ୍ତାନରେ...

‘ଆତଙ୍କବାଦର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ’, ଗୋଟିଏ ସ୍ବରରେ କହିଲେ ବ୍ରିକ୍ସ ଦେଶ, ଏସ ଜୟଶଙ୍କର ଉଠାଇଥିଲେ ପ୍ରସଙ୍ଗ

ନୂଆଦିଲ୍ଲୀ,୩।୬: ବ୍ରିକ୍ସ ଦେଶ ଆତଙ୍କବାଦର ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଗଲାଣି। ଆତଙ୍କବାଦ ବିରୋଧରେ ଯୁଦ୍ଧ ବିଷୟରେ ପାଞ୍ଚ ରାଷ୍ଟ୍ର ବ୍ରିକ୍ସ ଗୋଷ୍ଠୀ ଗୋଟିଏ ମତରେ ଆସିଥିଲେ।...

ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ: ପହଞ୍ଚିଲେ ୨୫ ଜଣିଆ ବିଦେଶୀ ପ୍ରତିନିଧି ଦଳ

ଶ୍ରୀନଗର,୧୨।୨: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ ପାଇଁ ଦ୍ୱିତୀୟ ଥର ଲାଗି ଏକ ୨୫ ଜଣିଆ ପ୍ରତିନିଧି ଦଳ ଶ୍ରୀନଗରରେ ପହଞ୍ଚିଛନ୍ତି।...

ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପକାଇଥିବା ଅସ୍ତ୍ର ଜବତ

ନୂଆଦିଲ୍ଲୀ,୧୪।୫: ପାକିସ୍ତାନୀ ଡ୍ରୋନ୍‌ ଦ୍ୱାରା ଜମ୍ମୁ-କଶ୍ମୀରର ସାମ୍ବା ଜିଲା ସୀମାନ୍ତ ଅଞ୍ଚଳରେ ପକାଇଥିବା ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗୁଳିଗୋଳାକୁ ଶୁକ୍ରବାର ବିଏସ୍‌ଏଫ୍‌ ଜବତ କରିଛି।...

ବିଦେଶ ଯାତ୍ରାରେ ପ୍ରତିମାସରେ ୧୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି ଭାରତୀୟ: ଆରବିଆଇ…

ନୂଆଦିଲ୍ଲୀ,୨୧।୨ : ଭାରତୀୟମାନେ ପ୍ରତିମାସରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ବିଦେଶ ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଯାହା କରୋନା ମହାମାରୀ ପୂର୍ବର ସ୍ତରଠାରୁ ବହୁତ...

ଇଣ୍ଡିଗୋ ପରେ ଏବେ ଆଉ ଏକ ବିମାନର କର୍ମଚାରୀ ସାମୂହିକ ଛୁଟିରେ

ନୂଆଦିଲ୍ଲୀ,୧୩ା୭: ବିମାନ କମ୍ପାନୀଗୁଡିକର ଆୟ ହ୍ରାସ ହେତୁ ୨ ବର୍ଷ ପୂର୍ବେ କର୍ମଚାରୀଙ୍କ ବେତନ ହ୍ରାସର ପ୍ରଭାବ ବର୍ତ୍ତମାନ ଦେଖାଯାଉଛି। ଅନେକ କମ୍ପାନୀର କର୍ମଚାରୀମାନେ ଏଥିରେ...

ଜର୍ମାନୀରୁ ଭାରତ ମଗାଇବ ୨୩ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ

ନୂଆଦିଲ୍ଲୀ,୨୩।୪: ପ୍ରତିରକ୍ଷା ମନ୍ତ୍ରଣାଳୟ ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ରଦାନକାରୀ ପ୍ଲାଣ୍ଟ (ଉଦ୍ଭିଦ) ମଗାଇବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ପ୍ଲାଣ୍ଟ ମିନିଟ୍‌ ପିଛା ୪୦ ଲିଟର...

Advertisement
Archives

Model This Week