୧୭ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବ ବିଶ୍ୱସ୍ତରୀୟ : ତାଲିକାରେ ଓଡ଼ିଶାର ନାହିଁ ସ୍ଥାନ

ଭୁବନେଶ୍ୱର,୮।୭(ବ୍ୟୁରୋ): କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୧୭ଟି ପ୍ରମୁଖ କୀର୍ତ୍ତିରାଜି ତଥା ପର୍ଯ୍ୟଟନସ୍ଥଳୀକୁ ବିଶ୍ୱସ୍ତରୀୟ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ବଜେଟ ଉପସ୍ଥାପନ ବେଳେ ଏହି ସୂଚନା ଦେଇଥିଲେ। ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ, ଓଡ଼ିଶାର କୌଣସି ଗୋଟିଏ ବି କୀର୍ତ୍ତିରାଜି ଏହି ତାଲିକାରେ ସ୍ଥାନ ପାଇନାହିଁ। ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର ଅଥବା ରତ୍ନଗିରି, ଲଳିତଗିରି, ଉଦୟଗିରି ଭଳି ବୌଦ୍ଧଧର୍ମୀୟ ସ୍ଥାପତ୍ୟ ମଧ୍ୟ ସ୍ଥାନ ପାଇନାହିଁ। ଏହି ତାଲିକାରେ ଓଡ଼ିଶା ସ୍ଥାନ ନ ପାଇବା ଅନେକଙ୍କୁ ବ୍ୟଥିତ କରିଛି। ୧୨ ରାଜ୍ୟର ୧୭ଟି ଏତିହ୍ୟକୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି। ସେଗୁଡ଼ିକ ହେଲା- ୟୁପିର ତାଜ୍‌ମହଲ ଓ ଫତେପୁର ସିକ୍ରୀ, ମହାରାଷ୍ଟ୍ରର ଅଜନ୍ତା ଓ ଏଲୋରା, ଦିଲ୍ଲୀର ହୁମାୟୁନ୍‌ ଟମ୍ବ, କୁତବ୍‌ମୀନାର ଏବଂ ଲାଲକିଲ୍ଲା, ଗୋଆର କ୍ଲୋଭା ସମୁଦ୍ରକୂଳ, ରାଜସ୍ଥାନର ଆମେର ଫୋର୍ଟ, ଗୁଜରାଟର ସୋମନାଥ ଏବଂ ଦୋଲାବିରା, ମଧ୍ୟପ୍ରଦେଶର ଖଜୁରାହୋ, କର୍ନାଟକର ହାମ୍ପି, ତାମିଲନାଡୁର ମହାବଳିପୁରମ୍‌, ଆସାମର କାଜିରଙ୍ଗା, କେରଳର କୁମାରକମ୍‌ ଏବଂ ବିହାରର ମହାବୌଦ୍ଧି। ଏହିସବୁ ପର୍ଯ୍ୟଟନସ୍ଥଳୀରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରାଯିବ। ଦକ୍ଷତା ବିକାଶ, ସ୍ଥାନୀୟ ଲୋକଙ୍କୁ ରୋଜଗାର, ଅନ୍ୟ ପ୍ରମୁଖ ସହରଗୁଡିକ ସହ ଯୋଗାଯୋଗ ବ୍ୟବସ୍ଥା ଏବଂ ଭିତ୍ତିଭୂମିର ଉନ୍ନୟନ କରାଯିବ। ଚୟନ କରାଯାଇଥିବା ୧୭ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଏକାଧିକ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ କୀର୍ତ୍ତିରାଜିରେ ସ୍ଥାନ ଦିଆଯାଇସାରିଛି। କେନ୍ଦ୍ର ପକ୍ଷରୁ ଗୁଜରାଟର ସୋମନାଥ ମନ୍ଦିର ଏବଂ ବିହାରର ମହାବୌଦ୍ଧିକୁ ସ୍ଥାନ ମିଳିବାରେ କୌଣସି ଅସୁବିଧା ହୋଇନାହିଁ। ସେହିଦୃଷ୍ଟିରୁ ବିଚାର କଲେ ପୁରୀ ଶ୍ରୀମନ୍ଦିର ଏବଂ ଲଳିତଗିରି-ଉଦୟଗିରି-ରତ୍ନଗିରିକୁ ସ୍ଥାନ ମିଳିବା କଥା ବୋଲି କେତେକ ପର୍ଯ୍ୟଟନ ସମୀକ୍ଷକ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢ଼ିଲା ଲକ୍‌ଡାଉନ୍‌: ଜାଣନ୍ତୁ କମିଲା କ’ଣ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବଢ଼ିଛି। ଜୁନ ୧ ପର୍ଯ୍ୟନ୍ତ ସରକାର ଲକ୍‌ଡାଉନ ବଢ଼ାଇ ଦେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର...

ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍‌ ଘଟଣା: ୫ ଗିରଫ

ଭୁବନେଶ୍ୱର,୨୭ା୧(ବ୍ୟୁରୋ): ହକି ତାରକା ପ୍ରବୋଧ ତିର୍କୀଙ୍କ ଘରୁ ଲୁଟ୍‌ ହେବା ଘଟଣାର ଶୁକ୍ରବାର ପର୍ଦ୍ଦାଫାଶ ହୋଇଛି। କ୍ୟାପିଟାଲ ଥାନା ପୋଲିସ ଏଥିରେ ସଂପୃକ୍ତ ୫ ଜଣଙ୍କୁ...

୩ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ, ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଦାବିପତ୍ର

ପାଟପୁର,୨୨ା୫- ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତ ବରମୁଣ୍ଡୁଳି ଗ୍ରାମରେ ୩ ବର୍ଷ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ଗ୍ରାମବାସୀ ପାଣି ପାଇଁ...

ଆଜି ସୁମିତ-ତପସ୍ବିନୀଙ୍କୁ ରାୟ ଶୁଣାଇବେ କୋର୍ଟ

ବ୍ରହ୍ମପୁର ଅଫିସ,୨୭ା୧୨: ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ତପସ୍ବିନୀ ଏବଂ ସୁମିତଙ୍କ ପାରିବାରିକ ବିବାଦ ମାମଲାର ସୋମବାର ରାୟ ଶୁଣାଇବେ କୋର୍ଟ । ଦିନ ପରେ...

ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ୍‌

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଭାଜପା ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ନୟାପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଶନିବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ଏହାକୁ ୧୫ ଦିନ ବନ୍ଦ କରିବାକୁ ବିଏମ୍‌ସି ନୋଟିସ...

ଛଉ ମୋହରେ ବିଦେଶୀ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ଓଡ଼ିଶାର ଲୋକନୃତ୍ୟ ମୋହରେ ପଡ଼ିଛନ୍ତି ବିଦେଶୀ। ମୟୂରଭଞ୍ଜର ପ୍ରସିଦ୍ଧ ଛଉନୃତ୍ୟ ରାଜ୍ୟ ଓ ରାଜ୍ୟ ବାହାରେ ବିଶେଷ ଲୋକପ୍ରିୟତା ହାସଲ କରିଛି। ଓଡ଼ିଶୀ ନୃତ୍ୟ...

ଇଟାଲି ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ୍‌

କଟକ ଅଫିସ,୧୬।୩: କରୋନା ସନ୍ଦେହରେ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତାଙ୍କ ଘର କଟକରେ ହୋଇଥିବା ବେଳେ ସେ...

ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

କଟକ ଅଫିସ,୨୨।୧୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ୧ଟା ୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ...

Advertisement
Archives

Model This Week